ଟିକାକରଣ ଉପରେ ମତ ରଖିଲେ ସୁର, କହିଲେ-ପିଏମ ମୋଦି ପ୍ରଥମେ ନିଅନ୍ତୁ ଟିକା, ତା'ପରେ...
Advertisement
Article Detail0/zeeodisha/odisha823180

ଟିକାକରଣ ଉପରେ ମତ ରଖିଲେ ସୁର, କହିଲେ-ପିଏମ ମୋଦି ପ୍ରଥମେ ନିଅନ୍ତୁ ଟିକା, ତା'ପରେ...

କୋରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟ ଜାରି ରହିଛି । ଏହା ମଧ୍ୟରେ ଆଜି (ଗୁରୁବାର) କୋଭିଡ-19 ଟିକାକରଣ (COVID-19 Vaccination) ସମ୍ପର୍କରେ ମତ ରଖିଲେ କଂଗ୍ରେସ ବିଧାୟକ (Congress MLA) ସୁରେଶ କୁମାର ରାଉତରାୟ (Suresh Kumar Routray) । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ପ୍

ଟିକାକରଣ ଉପରେ ମତ ରଖିଲେ ସୁର, କହିଲେ-ପିଏମ ମୋଦି ପ୍ରଥମେ ନିଅନ୍ତୁ ଟିକା, ତା'ପରେ...

ଭୁବନେଶ୍ୱର: କୋରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟ ଜାରି ରହିଛି । ଏହା ମଧ୍ୟରେ ଆଜି (ଗୁରୁବାର) କୋଭିଡ-19 ଟିକାକରଣ (COVID-19 Vaccination) ସମ୍ପର୍କରେ ମତ ରଖିଲେ କଂଗ୍ରେସ ବିଧାୟକ (Congress MLA) ସୁରେଶ କୁମାର ରାଉତରାୟ (Suresh Kumar Routray) । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ପ୍ରଥମେ ଟିକା ନିଅନ୍ତୁ । ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟିକା ନିଅନ୍ତୁ । ତୃତୀୟରେ ମୋତେ ଦିଅନ୍ତୁ । ତା'ପରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ମୁନିସିପାଲିଟି କର୍ମଚାରୀଙ୍କୁ ଏବଂ ତା ପରେ ଜନସାଧାରଣଙ୍କୁ ଟିକା ପ୍ରଦାନ କରାଯାଉ ବୋଲି ଦାବି କଲେ ସୁର ରାଉତ । ତା ହେଲେ ଅଭିନନ୍ଦନ ଜଣାଇବି ବୋଲି କହିଲେ ସେ ।

ଅଧିକ ପଢ଼ନ୍ତୁ:-ପ୍ରଣବ ମୁଖାର୍ଜୀ ନିଜ ପୁସ୍ତକରେ 'ମୋଦିଙ୍କ ପାକିସ୍ତାନ ଗସ୍ତ' ଓ 'ବିମୁଦ୍ରୀକରଣ' ଉପରେ କ'ଣ ଲେଖିଛନ୍ତି? ଜାଣନ୍ତୁ...

କଂଗ୍ରେସ ବିଧାୟକ କହିଛନ୍ତି ଯେ, କାରଣ ଟିକା (Coronavirus Vaccine) ଉପରେ ସମଗ୍ର ବିଶ୍ୱବାସୀଙ୍କ ସନ୍ଦେହ ରହିଛି । ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଝିଅ ଟିକା ନେବାର ଦେଢ ମାସ ପରେ ତାଙ୍କୁ କୋରୋନା ହେଲା । ଟୀକା ଉପରେ ଫ୍ରାନ୍ସ, ବ୍ରିଟେନ୍ କେହି କିଛି କହୁନାହାଁନ୍ତି । ଭାରତରେ କିଭଳି ସଫଳ ହେଲା ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।