BSNL ର ଉପହାର: ଏହି ଗ୍ରାହକଙ୍କୁ ୪ ମାସ ପାଇଁ ମାଗଣା ମିଳିବ ଇଣ୍ଟରନେଟ୍, ଜାଣନ୍ତୁ ଏହି ନୂତନ ଅଫର୍ ବିଷୟରେ...
Advertisement
Article Detail0/zeeodisha/odisha1010090

BSNL ର ଉପହାର: ଏହି ଗ୍ରାହକଙ୍କୁ ୪ ମାସ ପାଇଁ ମାଗଣା ମିଳିବ ଇଣ୍ଟରନେଟ୍, ଜାଣନ୍ତୁ ଏହି ନୂତନ ଅଫର୍ ବିଷୟରେ...

ଏହା ବ୍ୟତୀତ ଯଦି ଜଣେ ଗ୍ରାହକ ୨୪ ମାସ ପାଇଁ ଏକକାଳୀନ ପେମେଣ୍ଟ ଦେଉଛନ୍ତି, ତେବେ ସେ ୩ ମାସ ପାଇଁ BSNL ରୁ ମାଗଣା ଇଣ୍ଟରନେଟ୍ ପାଇବେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: BSNL New Offer: ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ସର୍ବଦା ଘରୋଇ ଟେଲିକମ୍ କମ୍ପାନୀଗୁଡିକ  (Telecom Companies) ସହିତ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛି । ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ BSNL ଗ୍ରାହକଙ୍କ ପାଇଁ ସମୟ ସମୟରେ ନୂତନ ଅଫର ଉପସ୍ଥାପନ କରେ । ବର୍ତ୍ତମାନ କମ୍ପାନୀ ଆଉ ଏକ ବଡ଼ ଘୋଷଣା କରିଛି ଯାହା ଅନ୍ତର୍ଗତ BSNL ଗ୍ରାହକମାନେ ଚାରିମାସ ପାଇଁ ମାଗଣା ଇଣ୍ଟରନେଟ୍ ପାଇବେ ।

କମ୍ପାନୀର ନୂତନ ଅଫର ଅନୁଯାୟୀ ଭରତ ଫାଇବର ଓ ଡିଜିଟାଲ୍ ସବସ୍କ୍ରାଇବର ଲାଇନ୍ (DSL) ର ଗ୍ରାହକମାନେ ଚାରିମାସ ପାଇଁ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇବେ । ଏହି ଅଫର BSNL ଲ୍ୟାଣ୍ଡଲାଇନ, BSNL ବ୍ରଡବ୍ୟାଣ୍ଡ ଏବଂ ୱାଇ-ଫାଇ (BBoWiFi) ଉପରେ ରେ ମଧ୍ୟ ପ୍ରଯୁଜ୍ୟ ହେବ, ଯଦିଓ ଏକ ସର୍ତ୍ତ ଅଛି । ଗ୍ରାହକଙ୍କୁ ଗୋଟିଏ ମାସରେ ୩୬ ମାସ ପାଇଁ ବିଲ୍ ପେମେଣ୍ଟ କରିବାକୁ ପଡିବ, ଏହା ପରେ ହିଁ ୪ ମାସ ପାଇଁ ଫ୍ରି ଇଣ୍ଟରନେଟ୍ ସେବା ମିଳିବ । ସରଳ ଭାବରେ କହିବାକୁ ଗଲେ ୩୬ ମାସ ପାଇଁ ଏକ ବିଲ୍ ପୈଠ କରିବା ପରେ ଆପଣ ୪୦ ମାସ ପାଇଁ ଇଣ୍ଟରନେଟ୍ ପାଇବେ ।

ଏହା ବ୍ୟତୀତ ଯଦି ଜଣେ ଗ୍ରାହକ ୨୪ ମାସ ପାଇଁ ଏକକାଳୀନ ପେମେଣ୍ଟ ଦେଉଛନ୍ତି, ତେବେ ସେ ୩ ମାସ ପାଇଁ BSNL ରୁ ମାଗଣା ଇଣ୍ଟରନେଟ୍ ପାଇବେ । ଅନ୍ୟ ପଟେ, ଯଦି ଆପଣ ୧୨ ମାସର ପେମେଣ୍ଟ ଏକାସାଙ୍ଗରେ କରୁଛନ୍ତି, ତେବେ ଆପଣ ଗୋଟିଏ ମାସ ପାଇଁ ମାଗଣା ଇଣ୍ଟରନେଟ୍ ପାଇବେ । ଗ୍ରାହକମାନେ ଟୋଲ୍ ଫ୍ରି ନମ୍ବର 1800003451500 କୁ କଲ କରି କିମ୍ବା ନିକଟସ୍ଥ ଷ୍ଟୋର୍‌କୁ ଯାଇ ଏହି ଅଫରର ଲାଭ ଉଠାଇ ପାରିବେ ।

BSNL ନିକଟରେ ଏହାର ମାଗଣା 4G ସିମ୍ ଅଫରର ଅବଧି ଚଳିତ ବର୍ଷର ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । କମ୍ପାନୀ ଏହି ଅଫର୍ କିଛି ସମୟ ପୂର୍ବରୁ ଆରମ୍ଭ କରିଥିଲା ​​ଓ ବର୍ତ୍ତମାନ ଏହି ଅଫର ସେହି ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ରହିଛି ଯେଉଁମାନେ ୧୦୦ରୁ ଅଧିକ ମୂଲ୍ୟର ପ୍ରଥମ ରିଚାର୍ଜ କରନ୍ତି । ସମ୍ପ୍ରତି, BSNL କେରଳ ସର୍କଲରେ ମାଗଣା ସିମ୍ ପ୍ରଦାନ କରୁଛି କିନ୍ତୁ ଏହା ଅନ୍ୟ ସର୍କଲଗୁଡିକ ପର୍ଯ୍ୟନ୍ତ ବିସ୍ତାର ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ହେଲା ଅଚାନକ ନିଧନ, କ୍ରୀଡା ଜଗତରେ ଶୋକର ଛାୟା

ଏହା ବି ପଢ଼ନ୍ତୁ:-ଆଜି ମଙ୍ଗଳବାର: ହନୁମାନଙ୍କ ପୂଜା କରନ୍ତୁ, ଏସବୁ ଲାଭ ପାଆନ୍ତୁ

ଏହା ବି ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ରସୁଣ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ଉପକାର