ସ୍ୱଦେଶୀ କୋରୋନା ଟିକାକୁ ଗୁରୁତ୍ୱ; Covishield ପରେ Covaxinକୁ ଜରୁରୀ ବ୍ୟବହାର ଅନୁମତି
Advertisement
Article Detail0/zeeodisha/odisha820372

ସ୍ୱଦେଶୀ କୋରୋନା ଟିକାକୁ ଗୁରୁତ୍ୱ; Covishield ପରେ Covaxinକୁ ଜରୁରୀ ବ୍ୟବହାର ଅନୁମତି

Covaxinକୁ ICMRର ସହବନ୍ଧିତାରେ ହାଇଦ୍ରାବାଦସ୍ଥିତ Bharat Biotech କମ୍ପାନୀ ପ୍ରସ୍ତୁତ କରୁଛି। ପ୍ରାୟ ମାସେ ପୂର୍ବରୁ Covaxinର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଆବଶ୍ୟକୀୟ କାଜଗପତ୍ର ଅଭାବରୁ ଏହାକୁ ଅନୁମତି ମିଳିନଥିଲ।

Covishield ପରେ Covaxinକୁ ଜରୁରୀ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ନୂଆ ଆଶା, ନୂଆ ଆକାଂକ୍ଷା ନେଇ ଆସିଛି ନୂଆବର୍ଷ। ପ୍ରଥମ ଦିନରୁ ହିଁ କୋରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଖୁସି ଖବର ମିଳୁଛି। ଶୁକ୍ରବାର Covishield ଓ ଶନିବାର Covaxinକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହି ୨ ସ୍ୱଦେଶୀ କୋରୋନା ଟିକା ମାର୍କେଟିଂ ପାଇଁ ଏବେ DCGIର ଶେଷ ଅନୁମତିକୁ ଅପେକ୍ଷା କରିଛନ୍ତି।

Covaxinକୁ ICMRର ସହବନ୍ଧିତାରେ ହାଇଦ୍ରାବାଦସ୍ଥିତ Bharat Biotech କମ୍ପାନୀ ପ୍ରସ୍ତୁତ କରୁଛି। ପ୍ରାୟ ମାସେ ପୂର୍ବରୁ Covaxin ର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଆବଶ୍ୟକୀୟ କାଜଗପତ୍ର ଅଭାବରୁ ଏହାକୁ ଅନୁମତି ମିଳିନଥିଲ। ପରବର୍ତ୍ତୀ ସମୟରେ କମ୍ପାନୀ ଅଧିକ ତଥ୍ୟ ଦେଇଥିଲା। ଶୁକ୍ରବାର ତାହାର ସମୀକ୍ଷା କରି CDSCO ବିଶେଷଜ୍ଞ ଦଳ Covaxin ଉପରେ ମୋହର ଲଗାଇଛନ୍ତି। 

Also Read: ଖୁସି ଖବର; ଦେଶରେ ଏହି କୋରୋନା ଟିକାକୁ ପ୍ରଥମେ ମିଳିଲା ଜରୁରୀ ବ୍ୟବହାର ଅନୁମତି

ଏହାର ଦିନକ ପୂର୍ବରୁ ଅର୍ଥାତ ଶୁକ୍ରବାର Oxford University ଦ୍ୱାରା ବିକଶିତ ଓ ଭାରତର SII କମ୍ପାନୀ ଦ୍ୱାରା ପ୍ରସ୍ତୁତ Covishield କୋରୋନା ଟିକା (Corona Vaccine) କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ସେପଟେ Pfizer ଅନୁମତି ଅପେକ୍ଷାରେ ଅଛି। ତେବେ ଏହାକୁ CDSCOର ଅନୁମତି ପାଇଁ ଆହୁରି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି।

ସେପଟେ ଜରୁରୀ ବ୍ୟବହାର ନେଇ CDSCO ଟିକା ନିର୍ମାତାଙ୍କ ଉପରେ କିଛି ସର୍ତ୍ତ ରଖିଛନ୍ତି। ଯେଉଁମାନଙ୍କ ଟିକାକରଣ ହେବ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ତଥ୍ୟ ରଖାଯିବ। ପ୍ରତି ୧୫ ଦିନରେ କମ୍ପାନୀ ସରକାରଙ୍କୁ ରିପୋର୍ଟ ଦେବେ। ଭାରତରେ ଏବେ କୋରୋନା ଟିକାର ଡ୍ରାଏ ରନ ଚାଲିଛି। ଦେଶରେ ପ୍ରାୟ ୩ କୋଟି କୋରୋନା ଯୋଦ୍ଧାଙ୍କର ମାଗଣା ଟିକାକରଣ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।