ଖୁସି ଖବର; ଦେଶରେ ଏହି କୋରୋନା ଟିକାକୁ ପ୍ରଥମେ ମିଳିଲା ଜରୁରୀ ବ୍ୟବହାର ଅନୁମତି
Advertisement
Article Detail0/zeeodisha/odisha819745

ଖୁସି ଖବର; ଦେଶରେ ଏହି କୋରୋନା ଟିକାକୁ ପ୍ରଥମେ ମିଳିଲା ଜରୁରୀ ବ୍ୟବହାର ଅନୁମତି

ଚଳିତ ସପ୍ତାହରେ ୨ ଥର ବୈଠକ କରିବା ପରେ ଶୁକ୍ରବାର କୋରୋନା ଟିକା covishieldର ଜରୁରୀ ବ୍ୟବହାର ପାଇଁ CDSCO ଅନୁମତି ଦେଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଆଶାର ସଞ୍ଚାର। ଖୁବଶୀଘ୍ର ଭାରତରୁ ବିଲୋପ ହେଇଯିବ ମହାମାରୀ କୋରୋନା ଭାଇରସ। କାରଣ ଶୁକ୍ରବାର କେନ୍ଦ୍ର ସରକାର କୋରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଯାହାର ଟିକାକରଣ ବହୁତ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। 

ମିଳିଥିବା ସୂଚନା ଅନୁସାରେ ଭାରତରେ AstraZeneca ଓ Oxford ଦ୍ୱାରା ବିକଶିତ କୋରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ବହୁ ଦିନ ପୂର୍ବରୁ ଭାରତରେ ଟିକା (Covid vaccine) ର ଜରୁରୀ ବ୍ୟବହାର ପାଇଁ Oxford ଆବେଦନ କରିଥିଲା। ଯହାକୁ ନେଇ ବାରମ୍ବାର CDSCOର ବୈଠକ ବସିଥିଲା। ଚଳିତ ସପ୍ତାହରେ ୨ ଥର ବୈଠକ କରିବା ପରେ ଶୁକ୍ରବାର କୋରୋନା ଟିକା covishieldର ଜରୁରୀ ବ୍ୟବହାର ପାଇଁ CDSCO ଅନୁମତି ଦେଇଛି।

Also Read: କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚେତାବନୀ ଜାରି କଲେ ଏମ୍ସ ନିର୍ଦ୍ଦେଶକ

ପ୍ରଥମ ପର୍ଯ୍ୟାୟରେ CDSCOର ବିଶେଷଜ୍ଞ କମିଟି Oxfordର covishield ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସଫଳ ହେବା ପରେ ଟିକା କରଣ କରିବାକୁ ସରକାର ରାଜି ହୋଛନ୍ତି। covishield ଟିକାକୁ ଭାରତର ଟିକା ଉତ୍ପାଦନକାରୀ ସଂସ୍ଥା Serum Institute of India ବା SII ପ୍ରସ୍ତୁତ କରୁଛି। 

ଭାରତରେ ପ୍ରସ୍ତୁତ ହେଉଥିବାରୁ covishield ଟିକା ଯୋଗାଣରେ କୌଣସି ଅସୁବିଧା ହେବନାହିଁ। ଏହି ଟିକାକୁ ସଂରକ୍ଷିତ ରଖିବାକୁ ୨ରୁ ୮ ଡିଗ୍ରୀ ତାମମାତ୍ରା ଆବଶ୍ୟକ। ଏହି ସୁବିଧା ଭାରତରେ ଉପଲବ୍ଧ ଅଛି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ Bharat Biotech ଓ Pfizer ଟିକାକୁ ମଧ୍ୟ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ବିଶ୍ୱାସ କରାଯାଉଛି। 

Also Read: ଖୁସି ଖବର; ଜାନୁଆରୀ ୨ରୁ ରାଜ୍ୟରେ କୋରୋନା ଟିକାର ଡ୍ରାଏ ଟେଷ୍ଟ

କୋରୋନା ଟିକାର ଜରୁରୀ ବ୍ୟବହାର ପାଇଁ ପ୍ରାୟ ୨ ଲକ୍ଷ ୨୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜନ କରାଯିବ। ବର୍ତ୍ତମାନ ୫ କୋଟିରୁ ଊର୍ଦ୍ଧ୍ୱ covishield ଡୋଜ୍ ଭାରତରେ ଗଚ୍ଛିତ ଅଛି। ପ୍ରଥମେ ଏହାକୁ କୋରୋନା ଯୋଦ୍ଧାଙ୍କଠାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।