ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

7th Pay Commission, Central Government Employees, HBA Interest Rates: କେନ୍ଦ୍ର ସରକାର ନିଜର କର୍ମଚାରୀମାନଙ୍କୁ ଗୃହ ନିର୍ମାଣ ଆଡଭାନ୍ସ ଦିଅନ୍ତି (House Building Advance) । ଏଥିରେ କର୍ମଚାରୀ ନିଜେ କିମ୍ବା ତାଙ୍କ ପତ୍ନୀଙ୍କ ପ୍ଲାଟରେ ଘର ତିଆରି ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା  ୧ ଅକ୍ଟୋବର ୨୦୨୦ରୁ ଆରମ୍ଭ ହୋଇଥିଲା ଓ ଏହା ଅନ୍ତର୍ଗତ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ୭.1 ପ୍ରତିଶତ ସୁଧ ହାରରେ ଗୃହ ନିର୍ମାଣ ଆଡଭାନ୍ସ ପ୍ରଦାନ କରିବେ ।

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ନୂଆଦିଲ୍ଲୀ: 7th Pay Commission, Central Government Employees, HBA Interest Rates: କେନ୍ଦ୍ରର ମୋଦି ସରକାର (Modi Govt) ସରକାରୀ କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି । କର୍ମଚାରୀ (Central Government Employees) ଙ୍କୁ ଘର ତିଆରି ପାଇଁ ବିଲଡିଂ ଆଡଭାନ୍ସ (HBA) ଅର୍ଥାତ ବ୍ୟାଙ୍କରୁ ନିଆଯାଇଥିବା ହୋମ୍ ଲୋନର ସୁଧ ହାର ୭.୯ ପ୍ରତିଶତରୁ ହ୍ରାସ କରି ୭.୧ ପ୍ରତିଶତ କରିଦେଇଛନ୍ତି । ଏନେଇ ସରକାର ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

ସରକାର ଚଳିତ ବର୍ଷ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘର ତିଆରି, ଘର ବା ଫ୍ଲାଟ କିଣିବା ପାଇଁ ବ୍ୟାଙ୍କରୁ ନିଆଯାଇଥିବା ହୋମ୍ ଲୋନ୍ ପରିଶୋଧ ପାଇଁ ଦିଆଯାଉଥିବା ଆଡଭାନ୍ସର ସୁଧ ହାରରେ ୮୦ ବେସିକ ଅର୍ଥାତ ୦.୮ ପ୍ରତିଶତର ହ୍ରାସ କରିଛନ୍ତି । ଅର୍ଥାତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ଆହୁରି ସହଜ ହୋଇଯିବ । ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୁଧ ହାରରେ ହ୍ରାସ ସମ୍ପର୍କରେ ସୂଚନା ପ୍ରଦାନ କରିଛି । ସରକାରଙ୍କ ଏହି ଘୋଷଣା ପରେ ମାର୍ଚ୍ଚ ୩୨, ୨୦୨୩ ପର୍ଯ୍ୟନ୍ତ କର୍ମଚାରୀମାନେ ବାର୍ଷିକ ୭.୧ ପ୍ରତିଶତ ହାରରେ ଆଡଭାନ୍ସ ନେଇପାରିବେ, ଯାହା ପୂର୍ବରୁ ୭.୯ ପ୍ରତିଶତ ଥିଲା । 

ଏଠାରେ କହି ରଖୁଛୁ ଯେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ବିଶେଷ ସୁବିଧା ଅନୁଯାୟୀ କେନ୍ଦ୍ର କର୍ମଚାରୀମାନେ ଦୁଇଟି ଉପାୟରେ ଅର୍ଥାତ୍ ନିଜର ମୂଳ ବେତନ ହିସାବରେ ୩୪ ମାସ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ଆହୁରି ମଧ୍ୟ ଘରର ମୂଲ୍ୟ କିମ୍ବା ଦେୟ ଦେବାର କ୍ଷମତା ଠାରୁ ଯାହା ବି କର୍ମଚାରୀଙ୍କ ପାଇଁ କମ୍ ହେଉଛି ସେତିକି ରାଶି ଆଡଭାନ୍ସ ଭାବରେ ନେଇପାରିବେ ।

ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ ଡରନ୍ତି ଚୀନ ଓ ପାକିସ୍ତାନ, ସ୍ପିଡରେ F-16 କୁ ଦେଇଥାଏ ମାତ୍; ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର

 

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନିଜର କର୍ମଚାରୀମାନଙ୍କୁ ଗୃହ ନିର୍ମାଣ ଆଡଭାନ୍ସ ଦିଅନ୍ତି (House Building Advance) । ଏଥିରେ କର୍ମଚାରୀ ନିଜେ କିମ୍ବା ତାଙ୍କ ପତ୍ନୀଙ୍କ ପ୍ଲାଟରେ ଘର ତିଆରି ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା  ୧ ଅକ୍ଟୋବର ୨୦୨୦ରୁ ଆରମ୍ଭ ହୋଇଥିଲା ଓ ଏହା ଅନ୍ତର୍ଗତ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ୭.1 ପ୍ରତିଶତ ସୁଧ ହାରରେ ଗୃହ ନିର୍ମାଣ ଆଡଭାନ୍ସ ପ୍ରଦାନ କରିବେ ।