Advertisement
photoDetails0hindi

ଭାରତର ଏହି ଯୁଦ୍ଧ ବିମାନକୁ ଡରନ୍ତି ଚୀନ ଓ ପାକିସ୍ତାନ, ସ୍ପିଡରେ F-16 କୁ ଦେଇଥାଏ ମାତ୍; ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା

Rafale Fighter Jet: ଭାରତ ତରଫରୁ ରାଫେଲରେ ଉଚ୍ଚ ଦକ୍ଷ କ୍ଷେପଣାସ୍ତ୍ର, ଲୋ ବ୍ୟାଣ୍ଡ ଜାମର ଏବଂ ସ୍ୟାଟଲାଇଟ ଯୋଗାଯୋଗର ଦାବି କରାଯାଇଛି । ସର୍ବଶେଷରେ ଏହି ରାଫେଲ୍ ଯୁଦ୍ଧ ବିମାନରେ କ'ଣ ବିଶେଷତା ରହିଛି? ଏହି ଯୁଦ୍ଧ ବିମାନକୁ ନେଇ ଚୀନ୍ ଓ ପାକିସ୍ତାନ କାହିଁକି ଚିନ୍ତିତ ଅଛନ୍ତି? ଆସନ୍ତୁ ଜାଣିବା...

1/9

ନୂଆଦିଲ୍ଲୀ: Rafale Fighter Jet: ଗତ ଦଶନ୍ଧି ମଧ୍ୟରେ ଆମେରିକା, ଫ୍ରାନ୍ସ ଏବଂ ଇସ୍ରାଏଲ ଭଳି ଦେଶ ସହ ସାମରିକ ସମ୍ପର୍କ ଭାରତର ସୁରକ୍ଷାକୁ ମଜବୁତ କରିଛି । ଫ୍ରାନ୍ସରୁ ଭାରତକୁ ରାଫେଲ ବିମାନ (Rafale Fighter Jet) ଆସିବା ପରେ ଭାରତୀୟ ବାୟୁସେନା (Indian Air Force) ମଜବୁତ ହୋଇଛି । 

2/9

ଭାରତୀୟ ବାୟୁସେନା ରାଫେଲର ଫ୍ଲିଟକୁ ଅପଗ୍ରେଡ୍ କରିବାକୁ ଯାଉଛି । ଭାରତର ଆବଶ୍ୟକତା ଅନୁଯାୟୀ କରାଯାଉଥିବା ଏହି ଅପଗ୍ରେଡ୍ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ । ଭାରତ ତରଫରୁ ରାଫେଲରେ ଉଚ୍ଚ ଦକ୍ଷ କ୍ଷେପଣାସ୍ତ୍ର, ଲୋ ବ୍ୟାଣ୍ଡ ଜାମର ଏବଂ ସ୍ୟାଟଲାଇଟ ଯୋଗାଯୋଗର ଦାବି କରାଯାଇଛି । ସର୍ବଶେଷରେ ଏହି ରାଫେଲ୍ ଯୁଦ୍ଧ ବିମାନରେ କ'ଣ ବିଶେଷତା ରହିଛି? ଏହି ଯୁଦ୍ଧ ବିମାନକୁ ନେଇ ଚୀନ୍ ଓ ପାକିସ୍ତାନ କାହିଁକି ଚିନ୍ତିତ ଅଛନ୍ତି? ଆସନ୍ତୁ ଜାଣିବା...

3/9

୧. ରାଫେଲ ଯୁଦ୍ଧ ବିମାନ ଚାଇନାର ବିମାନ J-20 ଅପେକ୍ଷା ଅଧିକ ଇନ୍ଧନ ଓ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ଏହା ଅଲଗା ଅଲଗା ମାରକ କ୍ଷମତା ଥିବା ୧୪ଟି ଅସ୍ତ୍ର ସହିତ ସଜ୍ଜିତ ହୋଇପାରିବ । ରାଫେଲ୍ ବିମାନ ମ୍ୟାକ୍ ୪ର ସର୍ବୋଚ୍ଚ ବେଗରେ ଉଡ଼ିବାରେ ସକ୍ଷମ । ଗତି ଦୃଷ୍ଟିରୁ ଏହି ବିମାନ ପାକିସ୍ତାନ ପାଖରେ ଥିବା ଆମେରିକୀୟ ବିମାନ F-16 କୁ ମଧ୍ୟ ମାତ୍ ଦେଇଥାଏ ।

4/9

୨. ରାଫେଲ ଆକାଶରେ ନିଜର ଉତ୍କୃଷ୍ଟ ଦକ୍ଷତା ଓ ଲକ୍ଷ୍ୟକୁ ସଠିକ୍ ଭାବରେ ଟାର୍ଗେଟ ପାଇଁ ଜଣାଶୁଣା । ୪୫ ଜେନେରେଶନ ରାଫେଲ୍ ଜେଟ୍ ଧ୍ୱନିର ଦୁଇଗୁଣ ଗତିରେ ଉଡିପାରେ । ଏହାର ଉଚ୍ଚ ଗତି ହେଉଛି ୧୮ ମ୍ୟାକ୍ । ଏହି ବିମାନ ଇଲେକ୍ଟ୍ରୋନିକ୍ ଯୁଦ୍ଧ, ବାୟୁ ପ୍ରତିରକ୍ଷା, ଗ୍ରାଉଣ୍ଡ୍ ସପୋର୍ଟ ଏବଂ ପ୍ରମୁଖ ଆକ୍ରମଣ କରିବାରେ ସକ୍ଷମ ।

5/9

୩. ଏହି ବିମାନରେ ସ୍କ୍ୟାଲ୍ପ କ୍ରୁଜ୍ କ୍ଷେପଣାସ୍ତ୍ର, ମିକା ଅସ୍ତ୍ର ପ୍ରଣାଳୀ ଭଳି ବିପଜ୍ଜନକ ଅସ୍ତ୍ରଶସ୍ତ୍ର ରହିଛି । ଭାରତୀୟ ବାୟୁସେନା ରାଫେଲର ସାଥ୍ ଦେବା ପାଇଁ ମଧ୍ୟମ-ଦୂରତାର ମାରକ କ୍ଷମତା ବାୟୁରୁ ଭୂମିପୃଷ୍ଠରେ ପ୍ରହାର କରିବାର ସକ୍ଷମ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାମର୍ କ୍ରୟ କରିବାକୁ ଯାଉଛି । ହାମର୍ ହେଉଛି ଏକ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର । ଏହାର ଲକ୍ଷ୍ୟ ସଠିକ୍ ଓ କେବେବି ଲକ୍ଷ୍ୟ ଭ୍ରଷ୍ଟ ହେବ ନାହିଁ । ଏହାକୁ ଫ୍ରାନ୍ସର ପ୍ରତିରକ୍ଷା କମ୍ପାନୀ ସଫ୍ରାନ୍ ଦ୍ୱାରା ବିକଶିତ କରାଯାଇଛି ।

6/9

୪. ଏହି କ୍ଷେପଣାସ୍ତ୍ର ମୂଳତଃ ଫ୍ରାନ୍ସର ବାୟୁସେନାର ଆବଶ୍ୟକତା ଅନୁଯାୟୀ ଡିଜାଇନ୍ କରାଯାଇଛି । ମେଟୟୋର ହେଉଛି ଏୟାର-ଟୁ-ଏୟାର ମାରକ କ୍ଷମତା ରଖୁଥିବା BVR କ୍ଷେପଣାସ୍ତ୍ରର ଏକ ଅତ୍ୟାଧୁନିକ ସଂସ୍କରଣ । ଏହା ବାୟୁ ଯୁଦ୍ଧ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି ।

ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ

7/9
ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ

ରାଫେଲ୍ ଯୁଦ୍ଧ ବିମାନକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ଭାବରେ ବିବେଚନା କରାଯାଏ । ପାଞ୍ଚଟି ବିମାନର ଏହି ଏକ ଗୁଚ୍ଛା ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ଅମ୍ବାଲା ଏୟାର ଷ୍ଟେସନରେ ଅବତରଣ କରାଯାଇଥିଲା । ସେତେବେଳେ ସରକାର କହିଥିଲେ ଯେ କିଣାଯାଇଥିବା ସମସ୍ତ ୩୬ଟି ରାଫେଲ ବିମାନ ୨୦୨୧ ଶେଷ ସୁଦ୍ଧା ଭାରତକୁ ଯୋଗାଇ ଦିଆଯିବ । ପ୍ରାୟ ୨୪ ବର୍ଷ ପୂର୍ବେ ରୁଷିଆରୁ ଏତେ ବଡ଼ ସଂଖ୍ୟାରେ ସୁଖଇ ବିମାନ କ୍ରୟ କରାଯାଇଥିଲା । 

ଯୁଦ୍ଧ ବିମାନର ପ୍ରଥମ ପରିବହନ ୨୯ ଜୁଲାଇ ୨୦୧୨୦ରେ ଭାରତରେ ପହଞ୍ଚିଥିଲା

8/9
ଯୁଦ୍ଧ ବିମାନର ପ୍ରଥମ ପରିବହନ ୨୯ ଜୁଲାଇ ୨୦୧୨୦ରେ ଭାରତରେ ପହଞ୍ଚିଥିଲା

ରାଫେଲର ପ୍ରଥମ ସ୍କ୍ୱାଡ୍ରୋନ୍ ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରେ ଅବସ୍ଥିତ । ପାଞ୍ଚଟି ରାଫେଲ ଯୁଦ୍ଧ ବିମାନର ପ୍ରଥମ ପରିବହନ ଜୁଲାଇ ୨୯,୨୦୨୦ରେ ଭାରତରେ ପହଞ୍ଚିଥିଲା । ପ୍ରାୟ ଚାରି ବର୍ଷ ପୂର୍ବେ ଭାରତ ପ୍ରାୟ ୫୯,୦୦୦ କୋଟି ଟଙ୍କା ବ୍ୟୟରେ ୩୬ଟି ବିମାନ କ୍ରୟ ପାଇଁ ଫ୍ରାନ୍ସ ସହିତ ଏକ ଆନ୍ତଃ- ସରକାରୀ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ବାୟୁସେନାରେ ବର୍ତ୍ତମାନ ପାଖାପାଖି ୨୫ ରାଫେଲ ବିମାନ ଅଛି ଏବଂ ଅବଶିଷ୍ଟ ବିମାନ ୨୦୨୨ ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ ପ୍ରଥମ ସ୍କ୍ୱାଡ୍ରୋନ୍ ପାକିସ୍ଥାନ ସହ ଲାଗିଥିବା ପଶ୍ଚିମ ସୀମା ଓ ଉତ୍ତର ସୀମାକୁ ଜଗି ରହିବ । ଦ୍ୱିତୀୟ ସ୍କ୍ୱାଡ୍ରନ୍ ଭାରତର ପୂର୍ବ ସୀମା ଅଞ୍ଚଳର ତଦାରଖ କରିବ ।

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର

ଚୀନ ଓ ପାକିସ୍ତାନ ଛାନିଆ

9/9
ଚୀନ ଓ ପାକିସ୍ତାନ ଛାନିଆ

ରାଫେଲ ଯୁଦ୍ଧ ବିମାନର ନାମ ଶୁଣି ଚୀନ ଓ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ରାଫେଲକୁ କାଟିବା ପାଇଁ ଚୀନ୍ ଓ ପାକିସ୍ତାନ ପାଖରେ କୌଣସି ବିକଳ୍ପ ନାହିଁ । ଏହାର ତୁଳନାରେ ଚୀନର ଜେ-20 ଚେଙ୍ଗଡୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ବୋଲି କୁହାଯାଉଛି । ତେବେ ଚୀନର ଜେ-20 ଯୁଦ୍ଧ ବିମାନର କୌଣସି ଯୁଦ୍ଧ ଅଭିଜ୍ଞତା ନାହିଁ । ଅନ୍ୟପକ୍ଷରେ, ରାଫେଲ ବିମାନ ଅନେକ ମିଶନରେ ସଫଳତାର ସହ ପ୍ରଦର୍ଶନ କରିଛି  । ଆଫଗାନିସ୍ତାନ, ଲିବିୟା, ଇରାକ, ସିରିଆ ଏବଂ ମାଲିରେ ଫ୍ରାନ୍ସର ବାୟୁସେନାର ମିଶନରେ ରାଫେଲ ବିମାନର ଯୁଦ୍ଧ କ୍ଷମତା ପ୍ରମାଣିତ ହୋଇଛି । ଗତି ଦୃଷ୍ଟିରୁ ଏହା ପାକିସ୍ତାନର ବାୟୁସେନାରେ ସାମିଲ F-16 କୁ ମଧ୍ୟ ମାତ୍ ଦେଇଥାଏ ।