ଆମେରିକା, ଚୀନ୍, ଫ୍ରାନ୍ସ, ଋଷ ଏବଂ ବ୍ରିଟେନର ନେତାମାନେ ସୋମବାର ପରମାଣୁ ଯୁଦ୍ଧ (Nuclear War) ର ଆରମ୍ଭକୁ ରୋକିବା ଓ ପ୍ରଥମ ଥର ପାଇଁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ଏଡ଼ାଇବା ପାଇଁ ମିଳିତ ବୟାନ ଜାରି କରିଥିଲେ ।
Trending Photos
ନୂଆଦିଲ୍ଲୀ: China On Nuclear Weapons: ଚୀନ ନିଜ ପରମାଣୁ ଅସ୍ତ୍ର (Nuclear Weapons) କୁ ଆଧୁନିକୀକରଣ ଜାରି ରଖିବ । ଚୀନ (China) ମଙ୍ଗଳବାର କହିଛି ଯେ ସେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ (Modernise) କରିବ । ଆମେରିକା (America) ଓ ଋଷ (Russia) କୁ ମଧ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର (Nuclear Weapons) ଭଣ୍ଡାର ହ୍ରାସ କରିବାକୁ ଆହ୍ୱାନ କରିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ (Chinese Foreign Ministry) ର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବିଭାଗର ମହାନିର୍ଦ୍ଦେଶକ ଫୁ କଙ୍ଗ (Fu Cong) କହିଛନ୍ତି ଯେ, ଚୀନ ବିଶ୍ୱସନୀୟତା ଓ ନିରାପତ୍ତା ସମସ୍ୟାର ସମାଧାନ ପାଇଁ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବ ।
ଆମେରିକା, ଚୀନ୍, ଫ୍ରାନ୍ସ, ଋଷ ଏବଂ ବ୍ରିଟେନର ନେତାମାନେ ସୋମବାର ପରମାଣୁ ଯୁଦ୍ଧ (Nuclear War) ର ଆରମ୍ଭକୁ ରୋକିବା ଓ ପ୍ରଥମ ଥର ପାଇଁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ଏଡ଼ାଇବା ପାଇଁ ମିଳିତ ବୟାନ ଜାରି କରିଥିଲେ । ଏହାସହ ପରସ୍ପର ଉପରେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ମଧ୍ୟ ସକଳ୍ପ ନେଇଥିଲେ । ୫ଟି ଦେଶର ନେତା ମିଳିତ ବୟାନରେ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ ପରମାଣୁ ସଶସ୍ତ୍ର ଦେଶ ମଧ୍ୟରେ ଯୁଦ୍ଧକୁ ଏଡ଼ାଇବା ଓ ସାମରିକ ବିପଦକୁ ହ୍ରାସ କରିବା ହେଉଛି ସେମାନଙ୍କର ପ୍ରାଥମିକତା ।
ଏହା ବି ପଢ଼ନ୍ତୁ:-ଚୀନର ଅନେକ ସହରରେ ଲାଗିଲା ଲକଡାଉନ୍, କୋଭିଡ୍ ଆପ୍ କ୍ରାସ୍ ହେବା ଯୋଗୁଁ ଆହୁରି ବିଗିଡ଼ିଲା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି
ଏହା ବି ପଢ଼ନ୍ତୁ:-କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତ, ଅନେକ ପ୍ରକଳ୍ପର କରିବେ ଉଦଘାଟନ
ଏହା ବି ପଢ଼ନ୍ତୁ:-କୋରୋନାକୁ ଦୃଷ୍ଟିରେ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ?
ବୈଶ୍ୱିକ ଶକ୍ତି ବିଶ୍ୱାସ କରେ ଯେ ପରମାଣୁ ଯୁଦ୍ଧ (Nuclear War) ରେ କଦାପି ଜିତି ହେବ ନାହିଁ ଓ ଯୁଦ୍ଧ ହେବା ଉଚିତ ନୁହେଁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ର ପାଞ୍ଚଜଣ ସ୍ଥାୟୀ ସଦସ୍ୟ କହିଛନ୍ତି ଯେ ଏହିପରି ଅସ୍ତ୍ରଶସ୍ତ୍ରର ପ୍ରସାର ବନ୍ଦ କରାଯିବା ଉଚିତ ବୋଲି ସେମାନେ ଦୃଢ଼ ବିଶ୍ୱାସ କରନ୍ତି ।
କିନ୍ତୁ ସେପଟେ ବର୍ତ୍ତମାନ ଚୀନ (China) ପୁଣି ଥରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତାକୁ ଇନ୍ଧନ ଦେଇଛି ଓ ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବା ପାଇଁ ଯୋଜନା ଜାରି ରଖିବା କଥା କହିଛି । ଏହା ଦ୍ୱାରା ବୈଶ୍ୱିକ ସ୍ତରରେ ମଦଭେଦକୁ ଗଭୀର କରିପାରେ । ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଚୀନ ନିଜର ପରମାଣୁ କ୍ଷମତାକୁ ଶୀଘ୍ର ବିସ୍ତାର କରୁଛି ଓ ବିକାଶ କରୁଛି ଏବଂ ତା'ର ଯୋଜନା ବୋଧହୁଏ ଆମେରିକାକୁ ଅତିକ୍ରମ କରିବାର ରହିଛି ।