ଋଷ-ୟୁକ୍ରେନ ଯୁଦ୍ଧରେ ଫସିଲା ଚୀନ, ସହିବାକୁ ପଡ଼ୁଛି ଏସବୁ କ୍ଷତି
Advertisement
Article Detail0/zeeodisha/odisha1146102

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଲା ଚୀନ, ସହିବାକୁ ପଡ଼ୁଛି ଏସବୁ କ୍ଷତି

Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ନା କେବଳ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କୁ ଅସୁବିଧାରେ ପକାଇଛି, ବରଂ ତାଙ୍କ ବନ୍ଧୁ ଚୀନ (China) ର ଟେନସନ୍ ମଧ୍ୟ ବୃଦ୍ଧି ପାଇଛି । ଏହି ଯୁଦ୍ଧ ଯୋଗୁଁ ଚୀନ ମଧ୍ୟ ବି

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଲା ଚୀନ, ସହିବାକୁ ପଡ଼ୁଛି ଏସବୁ କ୍ଷତି

ବେଜିଂ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ନା କେବଳ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କୁ ଅସୁବିଧାରେ ପକାଇଛି, ବରଂ ତାଙ୍କ ବନ୍ଧୁ ଚୀନ (China) ର ଟେନସନ୍ ମଧ୍ୟ ବୃଦ୍ଧି ପାଇଛି । ଏହି ଯୁଦ୍ଧ ଯୋଗୁଁ ଚୀନ ମଧ୍ୟ ବିଭିନ୍ନ ପ୍ରକାରର କ୍ଷତିର ସମ୍ମୁଖୀନ ହେଉଛି, ଯାହା ଭବିଷ୍ୟତରେ ତା' ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ । ସେପଟେ ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଏକ ମାସରୁ ଅଧିକ ସମୟ ବିତିଗଲାଣି ଓ ଏପର୍ଯ୍ୟନ୍ତ କୌଣସି ଫଳାଫଳ ବାହାରି ନାହିଁ ।

ଯେତେବେଳେ ୟୁକ୍ରେନ (Ukraine) ଉପରେ ଋଷ (Russia) ଆକ୍ରମଣ କଲା, ସେତେବେଳେ ପୁଟିନ (Vladimir Putin) ଙ୍କ ପରି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ (Chinese President Xi Jinping)  ମଧ୍ୟ ଆଶା କରିଥିଲେ ଯେ କିଛି ଦିନ ମଧ୍ୟରେ ଋଷର ସେନା (Russian Army) ୟୁକ୍ରେନକୁ ଦଖଲ କରିନେବ, କିନ୍ତୁ ତାହା ହୋଇ ନଥିଲା । ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ୟୁକ୍ରେନର ସୈନିକମାନେ (Ukraine Soldiers) କ୍ରମାଗତ ଭାବରେ ଋଷକୁ କଡ଼ା ଟକ୍କର ଦେଉଛନ୍ତି ।

ବର୍ତ୍ତମାନ ଏହି ଯୁଦ୍ଧରେ ଋଷ (Russia) ଯେପରି ଫସି ଯାଇଛି, ଚୀନ (China) ମଧ୍ୟ ସମାନ ଅବସାଦ ଅନୁଭବ କରୁଛି । ଏହାର ଅନେକ କାରଣ ଅଛି । ଉଦାହରଣ ସ୍ୱରୂପ, ଚୀନ ହେଉଛି ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଓ ଦୀର୍ଘ ଦିନର ଯୁଦ୍ଧ ବିଶ୍ୱ ବାଣିଜ୍ୟ (Global Trade) ଉପରେ ଖରାପ ପ୍ରଭାବ ପକାଇଛି । ଜଳ ପରିବହନ, ସ୍ଥଳ ପରିବହନ, ବିମାନ ଚଳାଚଳ, ବନ୍ଦରଠାରୁ ଆରମ୍ଭ କରି ରିଇନ୍ସୁରାନ୍ସ ପର୍ଯ୍ୟନ୍ତ ଯୁଦ୍ଧ ସବୁକିଛି ପ୍ରଭାବିତ କରିଛି, ତେଣୁ ବେଜିଂ ମଧ୍ୟ ଏହାର ଶିକାର ହେଉଛି ।

ଏହା ବ୍ୟତୀତ ଚୀନ (China) ର ଶକ୍ତି ସୁରକ୍ଷା ଭିତ୍ତିଭୂମି ଦୁର୍ବଳ ଅଛି ଓ ଭାରତ (India) ପରି ସେ ମଧ୍ୟ ନିଜ ଅର୍ଥ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଆମଦାନୀ ହେଉଥିବା ହାଇଡ୍ରୋକାର୍ବନ୍ ଉପରେ ନିର୍ଭର କରେ । ଏହାର ଅର୍ଥ ହେଉଛି ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ଚୀନର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇବ । ଦୀର୍ଘ ସମୟର ଯୁଦ୍ଧରେ ଆମେରିକା (America) ର କୌଣସି ଅସୁବିଧା ନଥିବାବେଳେ ଅପରପକ୍ଷେ ଏହା ତା' ପାଇଁ କେବଳ ଲାଭଦାୟକ ହେବ । ଆମେରିକା (US) ବୈଶ୍ୱିକ ଶକ୍ତି ଆବଶ୍ୟକତା ପାଇଁ କୌଣସି ଦେଶ ଉପରେ ନିର୍ଭରଶୀଳ ନୁହେଁ ଓ ଯୁଦ୍ଧ ଯୋଗୁଁ ଏହାର ଅସ୍ତ୍ରଶସ୍ତ୍ର କାରବାର ବଢ଼ୁଛି ।

ଏହା ବି ପଢ଼ନ୍ତୁ:-ଏଣିକି ସାରା ଦେଶରେ ଚାଲିବ ଆପଣଙ୍କର ରାସନ କାର୍ଡ, ଯେକୌଣସି ସ୍ଥାନରୁ ନେଇପାରିବେ ରାସନ! ଜାଣନ୍ତୁ ଏହା ବିଷୟରେ ସବୁକିଛି...

ଏହା ବି ପଢ଼ନ୍ତୁ:-ଋଷକୁ ସବୁଠାରୁ ବଡ଼ ଝଟକା ଦେଲା ବ୍ରିଟେନ, ବଢ଼ିଲା ପୁଟିନଙ୍କ ଟେନସନ୍!

ଏହା ବି ପଢ଼ନ୍ତୁ:-ଭାରତକୁ ପୁଣି ଧମକ ଦେଲା ଆମେରିକା, କହିଲା- ଋଷର ସାଥ୍ ଛାଡ଼ିଦିଅ, ନଚେତ୍...

ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ରେ ଯେପରି ଭାବେ କୀଭ (Kyiv) ଋଷର ସୈନ୍ୟବାହିନୀକୁ ହଇରାଣ କରି ରଖିଛି, ସେଥିରୁ ଚୀନ ମଧ୍ୟ ଶିକ୍ଷା ଲାଭ କରିଛି । ନାଟୋ (NATO) ଓ ଆମେରିକା (US) ସିଧାସଳଖ ୟୁକ୍ରେନକୁ ସୈନ୍ୟ ପଠାଇ ନାହାଁନ୍ତି, କିନ୍ତୁ ସେମାନେ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ଚାଇନା ତାଇୱାନ (Taiwan) ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତା’ହେଲେ ଏହାର ଅବସ୍ଥା ମଧ୍ୟ ଋଷ ଭଳି ହୋଇପାରେ । କାରଣ ଆମେରିକା ସେହି ପରିସ୍ଥିତିରେ ତାଇୱାନକୁ ସମର୍ଥନ କରିବ ।