US warns India, Russia-Ukraine War: ସେ କହିଛନ୍ତି ଯେ, ଆକ୍ରମଣ ଉପରେ ନୂଆଦିଲ୍ଲୀର ପ୍ରତିକ୍ରିୟା ୱାଶିଂଟନ (Washington) ସହ ସମ୍ପର୍କକୁ ଜଟିଳ କରୁଛି । ଆପଣଙ୍କୁ କହିରଖୁଛୁ ଯେ ଡିସଙ୍କ ଏହି ମନ୍ତବ୍ୟ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଦଲିପ ସିଂ ଦ୍ୱାରା ଗତ ସପ୍ତାହରେ ଅଧିକାରୀଙ୍କ ସହ ବୈଠକ ପାଇଁ ଭାରତ ଆସିବା ପରେ ଆସିଛି ।
Trending Photos
ୱାଶିଂଟନ୍: US warns India, Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ଭାରତ ଲଗାତର ଶାନ୍ତି ପାଇଁ ଅପିଲ କରୁଛି । ଭାରତର ଏହି ଷ୍ଟାଣ୍ଡକୁ ଆମେରିକା ପସନ୍ଦ କରୁନାହିଁ । ଏଭଳି ପରିସ୍ଥିତିରେ ହ୍ୱାଇଟ ହାଉସର ଜାତୀୟ ଅର୍ଥନୈତିକ ପରିଷଦ (White House National Economic Council) ର ନିର୍ଦ୍ଦେଶକ ବ୍ରାଏନ ଡିସ୍ (Brian Dees) ଋଷ ସହ ମେଣ୍ଟକୁ ନେଇ ଭାରତକୁ ଚେତାବନୀ ଦେଇଛନ୍ତି । ମସ୍କୋ (Moscow) ସହ ମେଣ୍ଟ ଯୋଗୁଁ ଭାରତକୁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି ଡିସ୍ କହିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ଶୀର୍ଷ ଆର୍ଥିକ ପରାମର୍ଶଦାତା କହିଛନ୍ତି ଯେ, ୟୁକ୍ରେନ (Ukraine) ଉପରେ ଆକ୍ରମଣ ପରେ ନୂଆଦିଲ୍ଲୀ (New Delhi) ର ପ୍ରତିକ୍ରିୟାରେ ଆମେରିକା (America) ନିରାଶ ହୋଇଛି । ଉଭୟ ଚୀନ (China) ଓ ଭାରତ (India) ର ନିଷ୍ପତ୍ତିରେ ଆମେ ନିରାଶ । ଯେଉଁଠାରେ ୟୁକ୍ରେନ ବିରୋଧରେ ଯୁଦ୍ଧର ଜବାବରେ ଆମେରିକା (US), ଅଷ୍ଟ୍ରେଲିଆ (Australia) ଏବଂ ଜାପାନ (Japan) ଋଷ (Russia) ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ ଭାରତ ମନା କରିଦେଇଛି ଓ ଋଷରୁ ତୈଳ (Crude Oil) ଆମଦାନୀ ଜାରି ରଖିଛି ।
ସେ କହିଛନ୍ତି ଯେ, ଆକ୍ରମଣ ଉପରେ ନୂଆଦିଲ୍ଲୀର ପ୍ରତିକ୍ରିୟା ୱାଶିଂଟନ (Washington) ସହ ସମ୍ପର୍କକୁ ଜଟିଳ କରୁଛି । ଆପଣଙ୍କୁ କହିରଖୁଛୁ ଯେ ଡିସଙ୍କ ଏହି ମନ୍ତବ୍ୟ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଦଲିପ ସିଂ ଦ୍ୱାରା ଗତ ସପ୍ତାହରେ ଅଧିକାରୀଙ୍କ ସହ ବୈଠକ ପାଇଁ ଭାରତ ଆସିବା ପରେ ଆସିଛି ।
ଏହା ବି ପଢ଼ନ୍ତୁ:-ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସରକାରୀ ବଙ୍ଗଳା ଖାଲି କରାଇଲେ ମୋଦି ସରକାର, ଜାଣନ୍ତୁ କ’ଣ ରହିଛି କାରଣ
ଏହା ବି ପଢ଼ନ୍ତୁ:-ଝିଅଙ୍କୁ ବିଲକୁଲ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି
ଏହା ବି ପଢ଼ନ୍ତୁ:-ନରେଶ ପଟେଲ ମୁଖ୍ୟମନ୍ତ୍ରୀ ଚେହେରା, ପ୍ରଶାନ୍ତ କିଶୋରଙ୍କ ରଣନୀତି; ଜାଣନ୍ତୁ ଗୁଜୁରାଟ ପାଇଁ କଂଗ୍ରେସର କ'ଣ ରହିଛି ପ୍ଲାନ୍
ଏହି ସପ୍ତାହର ପ୍ରାରମ୍ଭରେ ପ୍ରେସ୍ ସଚିବ ଜେନ ପାସାକି କହିଛନ୍ତି ଯେ ଏହି ଗସ୍ତ ସମୟରେ ଦଲିପ ନିଜ ପ୍ରତିପକ୍ଷଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ଋଷର ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀର ଆମଦାନୀକୁ ତ୍ୱରାନ୍ୱିତ କିମ୍ବା ବୃଦ୍ଧି କରିବା ଭାରତର ସ୍ୱାର୍ଥରେ ନୁହେଁ । ତେବେ ଏହା ମଧ୍ୟ କୁହାଯାଇଥିଲା ଯେ ଆମେରିକା ଓ ଅନ୍ୟ ୭ଟି ଦେଶର ଗୋଷ୍ଠୀ ଭାରତ ସହ ସହଯୋଗ ଜାରି ରଖିବେ । ଖାଦ୍ୟ ନିରାପତ୍ତା ଓ ବିଶ୍ୱ ଶକ୍ତି ଉପରେ ଭାରତ ଏବଂ ଆମେରିକା ବ୍ୟାପକ ସହଯୋଗ କରୁଛନ୍ତି ।