ସୂତ୍ରରୁ ପ୍ରକାଶ ଯେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଦ୍ୱାରା ନିୟନ୍ତ୍ରିତ ତିବ୍ଦତ ଅଞ୍ଚଳରେ ରକେଟ୍ ଓ ମିସାଇଲ୍ ରେଜିମେଣ୍ଟର ମୁତୟନ ମଧ୍ୟ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ନିରୀକ୍ଷଣ ପାଇଁ ଡ୍ରୋନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
Trending Photos
ନୂଆଦିଲ୍ଲୀ: India-China Faceoff: ସୁଧୁରିବାର ନାଁ ଧରୁନାହିଁ ଚୀନ (China) । ପୂର୍ବ ଲଦାଖ (Eastern Ladakh) ର LAC ନିକଟରେ କ୍ଷେପଣାସ୍ତ୍ର ଓ ରକେଟ୍ ରେଜିମେଣ୍ଟ ମୁତୟନ କରିଛି ଡ୍ରାଗନ । ଏହା ବ୍ୟତୀତ ଚୀନ ମଧ୍ୟ ସୀମା ନିକଟରେ ରାଜପଥ ଓ ରାସ୍ତା କାମ ଦ୍ରୁତ ଗତିରେ କରୁଛି । ଚୀନର ଏହି କାର୍ଯ୍ୟକଳାପକୁ ନେଇ ଭାରତ (India) ଆପତ୍ତି କରିଛି ।
ସୂତ୍ରାନୁସାରେ ଚୀନ ସେନା ପୂର୍ବ ଲଦାଖ ସମ୍ମୁଖରେ ଅକ୍ସାଇ ଚୀନ (Aksai China) ଅଞ୍ଚଳରେ ନୂତନ ରାଜପଥ ନିର୍ମାଣ କରୁଛି । ଏହା ଦ୍ୱାରା ଚୀନ ସଂଯୋଗକୁ ମଜବୁତ ହୋଇଯିବ ଓ LAC କୁ ଶୀଘ୍ର ଆସିବାକୁ ସକ୍ଷମ ହେବ । ସୂତ୍ର ଏହା ମଧ୍ୟ କହିଛି ଯେ ଚୀନ୍ ଆର୍ମି (PLA) ବହୁ ସଂଖ୍ୟକ କ୍ଷେପଣାସ୍ତ୍ର ଓ ରକେଟ୍ ରେଜିମେଣ୍ଟ ମୁତୟନ କରିବ ସହିତ ଆଶ୍ରୟସ୍ଥଳ ନିର୍ମାଣ କରୁଛି ।
ବିଗତ ଦିନରେ କାଶଗର, ଗାର ଗୁନ୍ସା ଏବଂ ହୋଟାନ ବେସର ନବୀକରଣ ପାଇଁ ଚୀନ ଜୋର ଦେଇଥିଲା । କିନ୍ତୁ ଏହା ବ୍ୟତୀତ ସେ ରାଜପଥକୁ ପ୍ରଶସ୍ତ କରିବା ଓ ଏୟାର ଷ୍ଟ୍ରିପ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି ।
ସୂତ୍ର ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ଚୀନ ପୂର୍ବ ଲଦାଖରେ LAC ଉପରେ ତିବ୍ଦତୀୟ ସୈନିକଙ୍କ ମୁତୟନ ବୃଦ୍ଧି କରିଛି । ଚୀନ ସୈନିକମାନଙ୍କ ପାଇଁ ସେହି ଅଞ୍ଚଳରେ ରହିବା କଷ୍ଟସାଧ୍ୟ ହୋଇଥିବାରୁ ଏହା କରାଯାଇଛି । ସୂତ୍ରରୁ ପ୍ରକାଶ ଯେ ଗତ ବର୍ଷ ତୁଳନାରେ ଚୀନ ଚଳିତ ବର୍ଷ ଅଧିକ ଶକ୍ତିଶାଳୀ ହୋଇଛି, କାରଣ ବର୍ତ୍ତମାନ ତା' ପାଖରେ ପୂର୍ବ ଅପେକ୍ଷା ଭଲ ଆଶ୍ରୟସ୍ଥଳୀ ଓ ସଡ଼କ ସଂଯୋଗ ରହିଛି ।
ସୂତ୍ରରୁ ପ୍ରକାଶ ଯେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଦ୍ୱାରା ନିୟନ୍ତ୍ରିତ ତିବ୍ଦତ ଅଞ୍ଚଳରେ ରକେଟ୍ ଓ ମିସାଇଲ୍ ରେଜିମେଣ୍ଟର ମୁତୟନ ମଧ୍ୟ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ନିରୀକ୍ଷଣ ପାଇଁ ଡ୍ରୋନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ତେବେ ଭାରତ ପକ୍ଷରୁ ଆପତ୍ତି ଉଠାଯାଇଛି । କୁହାଯାଉଛି ଯେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନାରେ ଚୀନର ଭିତ୍ତିଭୂମି ବିକାଶକୁ ଭାରତ ବିରୋଧ କରିଛି । ଏଠାରେ କହି ରଖୁଛୁ ଯେ, ଭାରତ ଓ ଚୀନ ସୈନ୍ୟ ମଧ୍ୟରେ ବିବାଦ ଗତ ବର୍ଷ ମେ ମାସରେ ପୂର୍ବ ଲଦାଖରେ ଆରମ୍ଭ ହୋଇଥିଲା । ଗାଲଭାନ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ମଧ୍ୟ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ମଧ୍ୟ ହୋଇଛି ଓ ଅନେକ ଅଞ୍ଚଳରୁ ଓହରିଯିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି । ତଥାପି, କେତେକ କ୍ଷେତ୍ରରେ ଟେନସନ ଜାରି ରହିଛି ।
ଏହା ବି ପଢ଼ନ୍ତୁ:-WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...
ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!
ଏହା ବି ପଢ଼ନ୍ତୁ:-ବଡ଼ ଖବର! ମହଙ୍ଗା ଭତ୍ତାର କେଲକୁଲେଶନର ବଦଳିଲା ସୂତ୍ର! ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା
ଏହା ବି ପଢ଼ନ୍ତୁ:-ଡିସେମ୍ୱର ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!