ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !
Advertisement

ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଜ୍ୟୋତିରାଦିତ୍ୟ ପ୍ରଥମ ଥର ପାଇଁ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ(RSS)ର ମୁଖ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଏଠାରେ ସେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରିନଥିଲେ । ତେବେ ସେ ନିଶ୍ଚିତ ଭାବରେ ସଂଗଠନର ଅନ୍ୟ ପଦାଅଧିକାରୀମାନଙ୍କୁ ଭେଟିଥିଲେ ।

ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ତମାଲ ବାକଚି, ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ନିର୍ବାଚନୀ ମୌସୁମୀର ଆଗମନ ହୋଇସାରିଛି । ଆଉ କିଛି ଦିନ ପରେ ରାଜ୍ୟର ୨୭ଟି  ବିଧାନସଭା ଆସନରେ ଉପନିର୍ବାଚନ (MP Bypolls) ଅନୁଷ୍ଠିତ ହେବାର ଅଛି । ଏହା ମଧ୍ୟରେ ରାଜ୍ୟର ରାଜନୀତି ସରଗରମ ହୋଇଉଠିଛି । ଅନ୍ୟପକ୍ଷେ ଗ୍ୱାଲିଅର(Gwalior)ର ଜୟବିଲାସ ପ୍ୟାଲେସରେ ବର୍ଷ ବର୍ଷ ଧରି ଜୟ ଜୟକାରର ନାରା ପ୍ରତିଧ୍ୱନିତ ହେଉଥିଲା, କିନ୍ତୁ ବର୍ତ୍ତମାନ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି । କଂଗ୍ରେସ(Congress) ଛାଡ଼ି ବିଜେପି(BJP)ର ହାତ ଧରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ନିକଟ ଅତୀତରେ ନିଜ ଘର ଜନପଦ ପହଞ୍ଚିଥିଲେ । ସେତେବେଳେ ତାଙ୍କ ନିଜ ରାଜପ୍ରାସାଦଠାରୁ କିଛି ପାଦ ଦୂରରେ କଂଗ୍ରେସ କର୍ମୀମାନେ ତାଙ୍କ ବିରୋଧରେ ନାରା ଲଗାଇଥିଲେ । ଏଥି ସହିତ ସିନ୍ଧିଆଙ୍କ ବିଜେପିରେ ଏଣ୍ଟ୍ରି ସହିତ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ଏକଦା ସିନ୍ଧିଆ ପରିବାର (Scindia family) ବିପକ୍ଷରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହି ଆସୁଥିବା ପ୍ରଭାତ ଝା ଏବଂ ଜୟଭାନ୍ ସିଂ ପୋୱାୟାଙ୍କ ବିରୋଧୀ ଆଭିମୁଖ୍ୟ ବର୍ତ୍ତମାନ ମଧ୍ୟ କାଏମ ରହିଛି । ବିରୋଧ ଓ ସମର୍ଥନ ମଧ୍ୟରେ ସିନ୍ଧିଆ ମଙ୍ଗଳବାର ଆରଏସଏସ ମୁଖ୍ୟାଳୟରେ ପହଞ୍ଚି ନିଜ ଉପସ୍ଥିତ ଲଗାଇବାର କାର୍ଯ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ

ଜ୍ୟୋତିରାଦିତ୍ୟ ପ୍ରଥମ ଥର ପାଇଁ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ(RSS)ର ମୁଖ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଏଠାରେ ସେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରିନଥିଲେ । ତେବେ ସେ ନିଶ୍ଚିତ ଭାବରେ ସଂଗଠନର ଅନ୍ୟ ପଦାଅଧିକାରୀମାନଙ୍କୁ ଭେଟିଥିଲେ । ସେ ଆରଏସଏସ ପ୍ରତିଷ୍ଠାତା ଡକ୍ଟର କେଶବ ବାଲିରାମ ହେଡଗୱାରଙ୍କ ନିବାସ ସ୍ଥଳର ନିରୀକ୍ଷଣ କରିଥିଲେ । ସେ ଏହି ସମୟରେ କହିଛନ୍ତି ଯେ, ଏହା ହେଉଛି ରାଷ୍ଟ୍ର ପ୍ରତି ସମର୍ପଣ ଭାବ । ଏଠାରେ ଦେଶ ପାଇଁ ଉତ୍ସର୍ଗୀକୃତ ହେବାର ପ୍ରେରଣା ମିଳିଥାଏ । ଏଠାରେ ଆସି ନୂତନ ଶକ୍ତି ମିଳେ ।

ଅଧିକ ପଢ଼ନ୍ତୁ:-ମହାକାଶରୁ ମାଡି ଆସୁଛି ଆଉ ଏକ ବିପଦ, ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡ଼କୁ ଖସିବ ଉଲକା ପିଣ୍ଡ !

କଂଗ୍ରେସରୁ ଜନସଂଘରେ ଯୋଗଦେବା ପରେ ଜ୍ୟୋତିରାଦିତ୍ୟଙ୍କ ଜେଜେମା ରାଜମାତା ବିଜୟରାଜ ସିନ୍ଧିଆ (Rajmata Vijayaraje Scindia) ମଧ୍ୟ ସଂଘ ସହିତ ଅତ୍ୟନ୍ତ ଦୃଢ଼ ସମ୍ପର୍କ ରଖିଥିଲେ । ଏଭଳି ପରିସ୍ଥିତିରେ ଜ୍ୟୋତିରାଦିତ୍ୟଙ୍କ ନାଗପୁର ଗସ୍ତକୁ ବିଜେପି କିମ୍ବା ସେମାନଙ୍କ ସମର୍ଥକମାନେ ସାଧାରଣ ବୋଲି କହିପାରନ୍ତି, କିନ୍ତୁ ଉପ-ନିର୍ବାଚନ ପୂର୍ବରୁ ତାଙ୍କର ସଂଘ ମୁଖ୍ୟାଳୟରେ ହଠାତ୍ ପହଞ୍ଚିବା ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତାଙ୍କର ଏହି ଗସ୍ତ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ବହୁ ବରିଷ୍ଠ ବିଜେପି ନେତା ସିନ୍ଧିଆ ସମର୍ଥକ ମନ୍ତ୍ରୀ ତଥା ପୂର୍ବତନ ବିଧାୟକଙ୍କ ଉପ-ନିର୍ବାଚନରେ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି । ଆଗାମୀ ଉପ-ନିର୍ବାଚନରେ ​​କୌଣସି ବାଧା ସୃଷ୍ଟି ନ ହେଉ ତାହାର ଉଦ୍ୟମ ମଧ୍ୟ ଚାଲିଛି ।

ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ମୃତ ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

ମୁଖ୍ୟତଃ ପ୍ରଭାତ ଝା(Prabhat Jha) ଓ ଜୟଭାନ ସିଂ ପୋୱାୟା (Jaibhan Singh Powaiya) ବିଜେପିର ଏପରି ନେତା ରହିଛନ୍ତି, ଯେଉଁମାନଙ୍କ ରାଜନୀତି ସିନ୍ଧିଆ ପରିବାରର ବିରୋଧ ଉପରେ ଛିଡା ହୋଇଛି । ସିନ୍ଧିଆ ବିଜେପିରେ ଯୋଗଦେବା କାରଣରୁ ଏହି ଦୁଇ ନେତା ଅସୁବିଧାର ସାମ୍ନା କରୁଛନ୍ତି । ଏଭଳି ପରିସ୍ଥିତିରେ ଉପ-ନିର୍ବାଚନ ପରିଦୃଶ୍ୟରୁ ପ୍ରଭାତ ଝା ଏବଂ ପୱାୟାଙ୍କ ଅଦୃଶ୍ୟ ହେବା କଂଗ୍ରେସ ପାଇଁ ଏକ ବଡ଼ ସୁଯୋଗ ବୋଲି ପ୍ରମାଣିତ ହୋଇପାରେ । ଏହି ପରିପ୍ରେକ୍ଷୀରେ ପୱାୟାଙ୍କ ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାସ କରାଯାଉଛି । ପ୍ରଭାତ ଝା ଗ୍ୱାଲିଅରରେ କ୍ୟାମ୍ପ କରିବସିଛନ୍ତି, କିନ୍ତୁ ଉପ-ନିର୍ବାଚନ ପାଇଁ ତାଙ୍କୁ କୌଣସି ଆଧିକାରୀକ ଦାୟିତ୍ୱ ଦିଆଯାଇ ନାହିଁ ।

କୌଣସି ପରିସ୍ଥିତିରେ ନତମସ୍ତକ ହେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଟ୍ୱିଟ୍ କରି ପୋୱାୟା ସୋମବାର ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, "ସାପର ଦୁଇଟି ଜିଭ ରହିଥାଏ ଓ ମଣିଷର ଗୋଟେ । ସୌଭାଗ୍ୟବଶତଃ ଆମେ ମଣିଷ ଅଟୁ । ରାଜନୀତିରେ ସମୟ ସହିତ ମିତ୍ର-ଶତ୍ରୁରେ ପରିବର୍ତ୍ତିତ ହୋଇପାରନ୍ତି, କିନ୍ତୁ ସୈଦ୍ଧାନ୍ତିକ ଭାବରେ ମୋ ପାଇଁ ଯେଉଁ ପ୍ରସଙ୍ଗଗୁଡ଼ିକ କାଲି ଥିଲା, ତାହା ଆଜି ମଧ୍ୟ ଅଛି, ଜୟଶ୍ରୀ ରାମ ।" ଅନ୍ୟପକ୍ଷେ ସେ କାହାକୁ ଇଙ୍ଗିତ କରି ସାପ କହିଛନ୍ତି, କାହିଁକି କହିଛନ୍ତି, ଏଥିରୁ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି ।

ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?

ସେପଟେ ପ୍ରଭାତ ଝା କହିଥିଲେ ଯେ- ଯଦି ସମ୍ପାଦକ ବିଟ୍ ପରିବର୍ତ୍ତନ କରନ୍ତି ତେବେ କ’ଣ କରିବେ ?

ଯେତେବେଳେ ସିନ୍ଧିଆ ବିଜେପିକୁ ଆସିଲେ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝା କଟାକ୍ଷ କରି କହିଥିଲେ ଯେ, "ଯଦି ଆପଣଙ୍କର ସମ୍ପାଦକ ବିଟ୍ ବଦଳାନ୍ତି ତେବେ ଆପଣ କ’ଣ କରିବେ ? ଯଦି ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି, ମୁଁ ସ୍ୱାଗତ କରିବି । କ'ଣ ମୁଁ ପାର୍ଟି ଠାରୁ ବଡ଼ ଏବଂ ସେଥିପାଇଁ ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଶ୍ଚିତ ଭାବେ ସ୍ୱାଗତ କରୁଛି । ବିଜେପି ଗଙ୍ଗା ନଦୀ ସଦୃଶ, ଯେଉଁଠାରେ କେହି ଆସି ବୁଡ଼ ପକାଇ ପ୍ରାୟଶ୍ଚିତ କରିପାରିବେ । ରାଜନୈତିକ ଦଳର ଲୋକଙ୍କ ଯିବା ଆସିବା ଲାଗି ରହିଥାଏ । ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ବିଚାରଧାରାକୁ ପରିବର୍ତ୍ତନ କରି ବିଜେପିରେ ଆସିଛନ୍ତି ଏବଂ ବର୍ତ୍ତମାନ ସେ ମୋର ନେତା ।"

ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ପୋୱାୟା ବିଜେପିର ଗୁରୁତ୍ୱପୂର୍ଣ୍ଣ ଚେହେରା

ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ପୋୱାୟା ବଜରଙ୍ଗ ଦଳର ରାଷ୍ଟ୍ରୀୟ ଆବାହକ ଥିଲେ । ଏହା ପରେ ସେ ସାଂସଦ ହେବା ସମେତ ଶିବରାଜ ସରକାରରେ ମଧ୍ୟ ମନ୍ତ୍ରୀ ରହିସାରିଛନ୍ତି । ପ୍ରଭାତ ଝା ଦୀର୍ଘ ଦିନ ସମୟ ଧରି ମଧ୍ୟପ୍ରଦେଶରେ ବିଜେପିର ମିଡିଆ ପ୍ରଭାରୀରେ ରହିଆସିଛନ୍ତି । ତା’ପରେ କମଲ ସନ୍ଦେଶ ସମେତ ବିଭିନ୍ନ ପତ୍ର-ପତ୍ରିକାର ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ଉଭୟ ନେତା ଗ୍ୱାଲିଅରରୁ ଆସନ୍ତି, ଯେଉଁଠାରେ ୧୬ଟି ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।