ଏହି ରାଜ୍ୟରେ ଲାଗିଲା ଲକଡାଉନ୍
Advertisement
Article Detail0/zeeodisha/odisha894948

ଏହି ରାଜ୍ୟରେ ଲାଗିଲା ଲକଡାଉନ୍

ସିଏମ୍ ନୀତିଶ କୁମାର ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ଗତକାଲି ସହଯୋଗୀ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ମେ ୧୫ ପର୍ଯ୍ୟନ୍ତ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । 

ଏହି ରାଜ୍ୟରେ ଲାଗିଲା ଲକଡାଉନ୍

ପାଟନା: Lockdown in Bihar: ବିହାରରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ କୋରୋନା ସହିତ ମୁକାବିଲା କରିବା ପାଇଁ ଅନେକ ଦିନରୁ ଲକଡାଉନ ଲଗାଇବାକୁ ଦାବି କରାଯାଇଥିଲା । ଏହି ପ୍ରସଙ୍ଗରେ ପାଟନା ହାଇକୋର୍ଟ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମଗ୍ର ରାଜ୍ୟରେ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ  ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

 ଅଧିକ ପଢ଼ନ୍ତୁ:-ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ସିଏମ୍ ନୀତିଶ କୁମାର ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ଗତକାଲି ସହଯୋଗୀ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ମେ ୧୫ ପର୍ଯ୍ୟନ୍ତ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସଂପର୍କରେ ଆଜି ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ (Crisis management Group) କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଲକଡାଉନ୍ କାରଣରୁ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ପାଟନା ହାଇକୋର୍ଟ ସୋମବାର ସରକାରଙ୍କ ଆଡଭୋକେଟ ଜେନେରାଲଙ୍କୁ କହିଥିଲେ ଯେ, ରାଜ୍ୟ ସରକାରଙ୍କ ସହ ଆଲୋଚନା କରନ୍ତୁ ଏବଂ ମେ ୪ ତାରିଖରେ ଜଣାନ୍ତୁ ରାଜ୍ୟରେ ତାଲା ପକାଯିବ କି ନାହିଁ । ଏହାପୂର୍ବରୁ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ବିରୋଧୀଦଳର ନେତା ମଧ୍ୟ ତାଲା ପକାଇବାକୁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!

ଏଥି ସହିତ ହାଇକୋର୍ଟ କୋରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣ ପାଇଁ କୌଣସି ଠୋସ୍ କାର୍ଯ୍ୟ ଯୋଜନା ନାହିଁ । କେନ୍ଦ୍ରୀୟ କୋଟାରୁ ପ୍ରତିଦିନ ୧୯୪ ଟନ୍ ବଦଳରେ ମାତ୍ର ୧୬୦ ଟନ୍ ଅମ୍ଳଜାନ ଉଠାଯାଉଛି । ଏହି କୋରୋନା ବିସ୍ଫୋରଣର ମୁକାବିଲା ପାଇଁ ରାଜ୍ୟରେ କୌଣସି ପରାମର୍ଶଦାତା କମିଟି ଗଠନ କରାଯାଇ ନାହିଁ, କୌଣସି ୱାର ରିମ୍ ମଧ୍ୟ ସ୍ଥାପନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ସରକାର ଖୁବ୍ ଶୀଘ୍ର ତାଲା ପକାଇବା ନେଇ ନିଷ୍ପତ୍ତି ନେବା ଉଚିତ୍ ।