ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସର୍ଭେରୁ ସାମ୍ନାକୁ ଆସିଛି ।
Trending Photos
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ୨୦୨୧-୨୨ (Union Budget 2021-22) ସମ୍ପର୍କରେ ଦେଶର ସାଧାରଣ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଥିବାର ନଜରକୁ ଆସୁନାହିଁ । କେନ୍ଦ୍ର ବଜେଟ (Union Budget) କୁ ନେଇ ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରାୟତଃ ନେଗେଟିଭ ରହିଛି । ଏ କଥା ଆମେ କହୁ ନାହୁଁ IANS C-Voter ବଜେଟ୍ ଇନଷ୍ଟାପୋଲରୁ ସାମ୍ନାକୁ ଆସିଥିବା ନିଷ୍କର୍ଷରୁ ଏହି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର
କୋଭିଡ-19 ମହାମାରୀର ପ୍ରଭାବ ପରେ ସ୍ୱାସ୍ଥ୍ୟ, ଅର୍ଥନୀତି ତଥା ସାମାଜିକ କ୍ଷେତ୍ରରେ ସରକାରଙ୍କଠାରୁ ଅଧିକ ରିହାତି ପଦକ୍ଷେପ ଆଶା କରାଯାଉଥିଲା, କିନ୍ତୁ ସର୍ଭେ ଫଳାଫଳ ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Niramala Sitharaman) ଲକ୍ଷ ଲକ୍ଷ ଲୋକଙ୍କୁ ନିରାଶ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସାଧାରଣ ନାଗରିକଙ୍କ ପାଇଁ କେନ୍ଦ୍ର ବଜେଟ୍ ୨୦୨୧ରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ଘୋଷଣା କରାଯାଇ ନାହିଁ ।
ଅଧିକ ପଢ଼ନ୍ତୁ:-ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ସର୍ବେକ୍ଷଣ ଅନୁଯାୟୀ, ମାସକୁ 20,000-50,000 ଟଙ୍କା ରୋଜଗାର କରୁଥିବା ଲୋକମାନେ ବଜେଟକୁ ସଠିକ ବୋଲି କହିଛନ୍ତି । ସଂସଦରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା କେନ୍ଦ୍ର ବଜେଟର ସିଧା ପ୍ରସାରଣ ପରେ ତୁରନ୍ତ ଏହି ସର୍ଭେ କରାଯାଇଥିଲା । ଦେଶର ବିଭିନ୍ନ ଅଂଶରେ ୧,୨୦୦ରୁ ଅଧିକ ଉତ୍ତରଦାତାଙ୍କ ସହ ସାକ୍ଷାତକାର କରାଯାଇଥିଲା । ଏହି ସର୍ଭେରେ ସାମିଲ ଥିବା ଲୋକଙ୍କୁ ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ୟୁନିୟନ ବଜେଟକୁ କେତେ ରେଟିଂ ଦେବେ ବୋଲି ପଚରାଯାଇଥିଲା ।
ଲୋକଙ୍କୁ କୁହାଯାଇଥିଲା ଯେ ସେମାନେ ଏହି ବଜେଟକୁ ୦ରୁ ୧୦ ମଧ୍ୟରେ ରେଟିଂ ଦିଅନ୍ତୁ । ଏହା ପରେ ୨୦,୦୦୦ରୁ ୫୦,୦୦୦ ମଧ୍ୟରେ ଆୟ ଗୋଷ୍ଠୀର ଲୋକଙ୍କ ଠାରୁ ମୋଟ ୬.୩୯ ରେଟିଂ କିମ୍ବା ପଏଣ୍ଟ ମିଳିଥିଲା, ଯାହା ମୋଟ ଉତ୍ତରଦାତାଙ୍କ ଆୟ ଗୋଷ୍ଠୀ ମଧ୍ୟରେ ସର୍ବାଧିକ । ଏହି ସମୟରେ ରେଟିଂକୁ ନେଇ ସବୁଠାରୁ କମ୍ ପଏଣ୍ଟ ସେହି ଲୋକଙ୍କ ଠାରୁ ମିଳିଥିଲା, ଯେଉଁମାନେ ମାସିକ ୧୦,୦୦୦ରୁ ୨୦,୦୦୦୦ ଟଙ୍କା ରୋଜଗାର କରନ୍ତି । ଏହି ଲୋକଙ୍କ ଗୋଷ୍ଠୀରୁ ପ୍ରାପ୍ତ ମୋଟ ପ୍ରତିକ୍ରିୟା ୫.୯୪ ରେଟିଂ ବା ପଏଣ୍ଟ ମିଳିଛି ।
ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?
ଏହି ସର୍ଭେରେ ସେବା କ୍ଷେତ୍ର (ସରକାରୀ ଏବଂ ବେସରକାରୀ ଚାକିରୀ), ବ୍ୟବସାୟୀ ତଥା ନଜସ୍ୱ କାମ କରୁଥିବା ବ୍ୟକ୍ତି ତଥା କୃଷି କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ଠାରୁ ସମାନ ପ୍ରତିକ୍ରିୟା ମିଳିଛି । ଘରୋଇ ସେବା ବର୍ଗରୁ ବଜେଟକୁ ୫.୧୫ ପଏଣ୍ଟ ମିଳିଛି । ସରକାରୀ କର୍ମଚାରୀଙ୍କ ଠାରୁ ୫.୩୭ ପଏଣ୍ଟ ମିଳିଛି । ସେହିପରି ବ୍ୟବସାୟ ଶ୍ରେଣୀରୁ ୫.୩୦ ଏବଂ କୃଷି ସହ ଜଡିତ ଲୋକ ୫.୧୮ ପଏଣ୍ଟ ଦେଇଛି ।
ବୟସ ଅନୁଯାୟୀ ଦେଖିବାକୁ ଗଲେ ୨୫ ବର୍ଷ ବୟସରୁ କମ୍ ଉତ୍ତରଦାତାମାନେ ବହୁତ କମ୍ ରେଟିଂ ଦେଇଛନ୍ତି । ଏହି ଗୋଷ୍ଠୀ ଦ୍ୱାରା ବଜେଟକୁ କେବଳ ୪.୯୭ ରେଟିଂ ଦିଆଯାଇଥିଲା । ଏହି ସମୟରେ ୪୬ ରୁ ୫୫ ବର୍ଷ ବୟସର ଲୋକମାନେ ବଜେଟକୁ ୫.୯୫ ରେଟିଂ ଦେଇଛନ୍ତି ।