କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା
Advertisement

କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା

Congress Halla Bol Rally: ଦଳ ଛାଡ଼ିବାର ଲାଭ ଜମ୍ମୁ କାଶ୍ମୀରର ନୂଆ ରାଜ୍ୟ କଂଗ୍ରେସ ସଭାପତି ବିକାର ରସୁଲ (Vikar Rasool) ଙ୍କୁ ହୋଇଛି । ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ କମଲ ନାଥ (Kamal Nath) ଓ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂ (Pratibha Singh) ଙ୍କ ସହ ବିକାର ରସୁଲଙ୍କୁ ରାମଲୀଲା ମୈଦାନରେ ସଭାକୁ ସମ୍ବୋଧିତ କରିବାର ସୁଯୋଗ ମିଳିଥିଲା ।

କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା

ନୂଆଦିଲ୍ଲୀ: Congress Halla Bol Rally: ଦରଦାମ୍ ବୃଦ୍ଧି ବିରୋଧରେ ହଲ୍ଲା ବୋଲ (Halla Bol Rally) ରାଲିରେ ରବିବାର କଂଗ୍ରେସ (Congress) ର ଅନେକ ଅସନ୍ତୁଷ୍ଟ ନେତା ଅନୁପସ୍ଥିତ ଥିଲେ । ସେପଟେ ଦଳ ଛାଡ଼ିବାର ଲାଭ ଜମ୍ମୁ କାଶ୍ମୀରର ନୂଆ ରାଜ୍ୟ କଂଗ୍ରେସ ସଭାପତି ବିକାର ରସୁଲ (Vikar Rasool) ଙ୍କୁ ହୋଇଛି । ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ କମଲ ନାଥ (Kamal Nath) ଓ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂ (Pratibha Singh) ଙ୍କ ସହ ବିକାର ରସୁଲଙ୍କୁ ରାମଲୀଲା ମୈଦାନରେ ସଭାକୁ ସମ୍ବୋଧିତ କରିବାର ସୁଯୋଗ ମିଳିଥିଲା ।

କଂଗ୍ରେସ ରାଲି (Congress Rally) ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସିଡବ୍ଲ୍ୟୁସି ସଦସ୍ୟ ଆନନ୍ଦ ଶର୍ମା (Anand Sharma) ଅନୁପସ୍ଥିତ ଥିଲେ । ଏଥିସହିତ ଅସନ୍ତୁଷ୍ଟ ନେତାମାନଙ୍କ ମଧ୍ୟରୁ ମନୀଷ ତେୱାରୀ (Manish Tewari) ମଧ୍ୟ ଉପସ୍ଥିତ ନଥିଲେ । ମନୀଷଙ୍କ ସମର୍ଥକମାନେ କହିଛନ୍ତି ଯେ, ସେ ଦେଶ ବାହାରେ ଅଛନ୍ତି, ତେଣୁ ସେ ରାଲିରେ ଉପସ୍ଥିତ ରହିପାରିନଥିଲେ । ନିକଟ ଅତୀତରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ​​ଆନନ୍ଦ ଶର୍ମା ଓ ମନୀଷ ତେୱାରୀ ପ୍ରଶ୍ନ ଉଠାଇଥିଲେ ।

ଏହି ସମୟରେ ରାଲିରେ ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବା ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ନିଶ୍ଚିତ ଭାବରେ କହିଛନ୍ତି ଯେ, କଂଗ୍ରେସ ଏକ ନଦୀ, ଯେକେହି ଆସିପାରିବେ ଓ ଯାଇ ପାରିବେ । କିନ୍ତୁ ଜାମ୍ମୁ କାଶ୍ମୀରର ନୂତନ ରାଜ୍ୟ ସଭାପତି ବିକାର ରସୁଲ ୱାନିଙ୍କୁ ଆଜାଦଙ୍କ ଦଳ ଛାଡିବାର ଲାଭ ହୋଇଛି । ସେ କଂଗ୍ରେସର ହଲ୍ଲା ବୋଲ ସଭାକୁ ସମ୍ବୋଧିତ କରିଥିଲେ ।

କଳ୍ପନା ଜଳ୍ପନା କରାଯାଉଥିଲା ଯେ, ବିକାର ରସୁଲ ୱାନି ଦଳ ଛାଡିବା ପାଇଁ ତାଙ୍କ ଅଭିଭାଷଣରେ ଗୁଲାମ ନବୀ ଆଜାଦଙ୍କୁ ଟାର୍ଗେଟ କରିପାରନ୍ତି, କିନ୍ତୁ ସେ ଏପରି କିଛି କଥା ଉଲ୍ଲେଖ କରିନାହାଁନ୍ତି । ଦରଦାମ୍ ବୃଦ୍ଧି ବିରୋଧରେ ହଲ୍ଲା ବୋଲ୍ ରାଲିରେ କେବଳ ତିନିଜଣ ରାଜ୍ୟ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହିବାର ସୁଯୋଗ ପାଇଥିଲେ, ଏଥିରେ କମଲ ନାଥ, ପ୍ରତିଭା ସିଂଙ୍କ ସହ ବିକାର ରସୁଲ ୱାନିଙ୍କ ନାମ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ:-ଗେରୁଆ ଦଳକୁ ମାତ୍ ଦେବା ପାଇଁ ହେମନ୍ତ ସରକାର ପ୍ରସ୍ତୁତ, ଜାଣନ୍ତୁ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶ୍ୟକତା

ଏହା ବି ପଢ଼ନ୍ତୁ:-ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!

ଏହା ବି ପଢ଼ନ୍ତୁ:-୨୫ ଜଣଙ୍କୁ ଛୁରୀ ମାଡ଼, ୧୦ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

 

କଂଗ୍ରେସରେ କଳହ ଥମିବାର ନାମ ନେଉନାହିଁ । ଦରଦାମ୍ ବୃଦ୍ଧି ବିରୋଧରେ ଦଳ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ଦଳର ବରିଷ୍ଠ ନେତା ରାଜ ବବ୍ବର ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ପ୍ରଶଂସା କରିଛନ୍ତି । ଦଳର ଅସନ୍ତୁଷ୍ଟ ନେତାମାନଙ୍କ ମଧ୍ୟରୁ ରାଜ ବବ୍ବର ଅନ୍ୟତମ । ସେ ଟ୍ୱିଟ୍ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆଠ ବର୍ଷ ପୂରଣ କରିଛି । ଲୋକଙ୍କ ପାଖରେ ଟଙ୍କା ଓ ସାହାଯ୍ୟ ସିଧାସଲଖ କୌଣସି ବାଧା ବିନା ପହଞ୍ଚିଛି । ଏହା ଏକ ବିପ୍ଳବ । ଆକାଉଣ୍ଟଧାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ଅଟନ୍ତି । ମନମୋହନ ସିଂ ସରକାରରେ ମଧ୍ୟ 'ଆପକା ପଏସା ଆପକେ ହାଥ' ନାମରେ ଏଭଳି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନର ସରକାର ଏହାକୁ ଏକ ଉତ୍ତମ ଉପାୟରେ କାର୍ଯ୍ୟକାରୀ କରିଛନ୍ତି ।

ରାଜ ବାବର ବର୍ତ୍ତମାନ କଂଗ୍ରେସ ସଂଗଠନରେ କୌଣସି ପଦବୀରେ ନାହାଁନ୍ତି । ସେ ମଧ୍ୟ ଦୀର୍ଘ ସମୟ ଧରି ଦଳର ବୈଠକ ଓ କାର୍ଯ୍ୟକ୍ରମଠାରୁ ଦୂରରେ ରହିଛନ୍ତି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ସହିତ ତାଙ୍କର ପଚାଶ ବର୍ଷ ପୁରୁଣା ସମ୍ପର୍କ ସମାପ୍ତ କରିବା ପରେ ଅନୁମାନ କରାଯାଉଛି ଯେ ଆହୁରି କିଛି ନେତା ମଧ୍ୟ ଦଳ ଛାଡିପାରନ୍ତି । ତେବେ ରାଜ ବବ୍ବର ଏପର୍ଯ୍ୟନ୍ତ ଏନେଇ ମୁହଁ ଖୋଲି ନାହାଁନ୍ତି ।