ଗେରୁଆ ଦଳକୁ ମାତ୍ ଦେବା ପାଇଁ ହେମନ୍ତ ସରକାର ପ୍ରସ୍ତୁତ, ଜାଣନ୍ତୁ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶ୍ୟକତା
Advertisement
Article Detail0/zeeodisha/odisha1336391

ଗେରୁଆ ଦଳକୁ ମାତ୍ ଦେବା ପାଇଁ ହେମନ୍ତ ସରକାର ପ୍ରସ୍ତୁତ, ଜାଣନ୍ତୁ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶ୍ୟକତା

Jharkhand Political Crisis: ଯଦି ଆମେ ସଂଖ୍ୟା ଦୃଷ୍ଟିକୋଣରୁ ବିଧାନସଭାର ସାମ୍ପ୍ରତିକ ସଂଖ୍ୟାକୁ ଦେଖିବା, ତେବେ ଶାସକ ଦଳର ସଂଖ୍ୟାଗରିଷ୍ଠତା ଉପରେ ସନ୍ଦେହ କିମ୍ବା ସଂଶୟ ନାହିଁ । ଗୃହରେ ଏହା ଦେଖିବାକୁ ବାକି ରହିଯାଇଛି ଯେ, ସରକାର କେଉଁ ପ୍ରସଙ୍ଗକୁ ସାମ୍ନାକୁ ଆଣି ବିରୋଧୀଙ୍କୁ ମାତ୍ ଦେବାକୁ ଚେଷ୍ଟା କରୁଛନ୍ତି । 

ଗେରୁଆ ଦଳକୁ ମାତ୍ ଦେବା ପାଇଁ ହେମନ୍ତ ସରକାର ପ୍ରସ୍ତୁତ, ଜାଣନ୍ତୁ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ କେତେ ବିଧାୟକଙ୍କ ରହିଛି ଆବଶ୍ୟକତା

ରାଞ୍ଚି: Jharkhand Political Crisis: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ (Jharkhand CM) ହେମନ୍ତ ସୋରେନ (Hemant Soren) ଙ୍କ ବିଧାନସଭା ସଦସ୍ୟତା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଓ ରାଜ ଭବନ ତରଫରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଯାହା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହି ରାଜନୈତିକ ଅସ୍ଥିରତା ମଧ୍ୟରେ ସୋମବାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଅନେକ ଦୃଷ୍ଟିକୋଣରୁ ଏହି ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ହେମନ୍ତ ସରକାର (Hemant Soren Government) ପ୍ରତ୍ୟେକ ପଦକ୍ଷେପରେ ବିରୋଧୀଙ୍କୁ ମାତ୍ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅଧିବେଶନରେ ନିଜ ସରକାରଙ୍କ ତରଫରୁ ବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜନୈତିକ ମହଲରେ ଏହାକୁ ହେମନ୍ତ ସରକାରଙ୍କ ଶକ୍ତି ପରୀକ୍ଷଣ ଭାବରେ ଦେଖାଯାଉଛି । ସରକାରଙ୍କ ପାଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା  (JMM) ର ୩୦ ଜଣ, କଂଗ୍ରେସ (Congress) ର ୧୫ ଜଣେ (କୋଲକାତାରୁ ତିନିଜଣଙ୍କୁ ଛାଡି), ଆରଜେଡି (RJD), ସିପିଆଇ (ଏମଏଲ) ଏବଂ ଏନସିପିର ୧-୧ ବିଧାୟକଙ୍କ ସମର୍ଥନ ରହିଛି । ଅର୍ଥାତ୍ ୪୮ ଜଣ ବିଧାୟକଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସରକାର ଆସ୍ଥା ପ୍ରସ୍ତାବ ଉପସ୍ଥାପନ କରିବେ ।

ଯଦି ଆମେ ସଂଖ୍ୟା ଦୃଷ୍ଟିକୋଣରୁ ବିଧାନସଭାର ସାମ୍ପ୍ରତିକ ସଂଖ୍ୟାକୁ ଦେଖିବା, ତେବେ ଶାସକ ଦଳର ସଂଖ୍ୟାଗରିଷ୍ଠତା ଉପରେ ସନ୍ଦେହ କିମ୍ବା ସଂଶୟ ନାହିଁ । ଗୃହରେ ଏହା ଦେଖିବାକୁ ବାକି ରହିଯାଇଛି ଯେ, ସରକାର କେଉଁ ପ୍ରସଙ୍ଗକୁ ସାମ୍ନାକୁ ଆଣି ବିରୋଧୀଙ୍କୁ ମାତ୍ ଦେବାକୁ ଚେଷ୍ଟା କରୁଛନ୍ତି । କାରଣ ବିଧାୟକଙ୍କ ସଂଖ୍ୟାବଳ ଅନୁଯାୟୀ ସରକାର ସଂଖ୍ୟାଗରିଷ୍ଠତାର ସମସ୍ୟାର ସମ୍ମୁଖୀନ ହେଉନାହାଁନ୍ତି, କେବଳ ସରକାର ଆଗରେ ସମସ୍ତ ସଦସ୍ୟଙ୍କ ଆସ୍ଥା ହାସଲ କରିବା ଏକ ଆହ୍ୱାନ ରହିଛି ।

ବାସ୍ତବରେ, ୩ ଜଣ କଂଗ୍ରେସ ବିଧାୟକ କୋଲକାତାରେ ଟଙ୍କା ସହ ଧରାପଡ଼ିବା ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଝାଡ଼ଖଣ୍ଡରେ ମହାମେଣ୍ଟ ସରକାରକୁ ଅସ୍ଥିର କରିବା ପାଇଁ କିଛି କଂଗ୍ରେସ ବିଧାୟକ ଭାରତୀୟ ଜନତା ପାର୍ଟି (BJP) ସହ ହାତ ମିଳାଇଛନ୍ତି । ଏହା ପରେ ଚାରିଆଡେ ରାଜନୈତିକ ସନ୍ଦେହର ପରିସ୍ଥିତି ଦେଖାଦେଇଛି । ଏହାକୁ ଖାରଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧୀ ଦଳ ଉପରେ ଚାପ ପକାଇବା ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି ଓ ଗୃହରେ ନିଜର ସମର୍ଥ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଏହା ବି ପଢ଼ନ୍ତୁ:-ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!

ଏହା ବି ପଢ଼ନ୍ତୁ:-୨୫ ଜଣଙ୍କୁ ଛୁରୀ ମାଡ଼, ୧୦ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

ଏହା ବି ପଢ଼ନ୍ତୁ:-ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍, ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

ଏଠାରେ କହି ରଖୁଛୁ ଯେ, ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ୨୦୧୯ର ବିଧାନସଭାରେ ଆଦିବାସୀ ବେଲ୍ଟରେ ଥିବା ୨୮ଟି ଆସନ ମଧ୍ୟରୁ ୨୫ଟି ଜିତିଥିବାବେଳେ ବିଜେପି କେବଳ ଦୁଇଟି ଆସନ ଜିତିପାରିଥିଲା । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜେଏମଏମର ୩୦, କଂଗ୍ରେସର ୧୮, ବିଜେପିର ୨୬, ଆରଜେଡି-ଏନସିପି-ସିପିଆଇଏମଏଲଏଲର ୧-୧ , ଏଜେଏସୟୁ ଓ ଆଇଏନଡିର ୨-୨ ଜଣ ବିଧାୟକ ଅଛନ୍ତି । ଅନ୍ୟପଟେ ବିଜେପିର ୨୬ ଜଣ ବିଧାୟକ ଓ AJSU ର ଦୁଇ ଜଣ ବିଧାୟ ରହିଛି । ୩ ଜଣ ସ୍ୱାଧୀନ ବା ଛୋଟ ଦଳର ବିଧାୟକମାନେ ବିଜେପି ସମର୍ଥନରେ ଅଛନ୍ତି । ଏଭଳି ପରିସ୍ଥିତିରେ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ବିଜେପିକୁ ଆଉ ୧୦ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି ।