ଏଣିକି DTC ବସରେ ମହିଳାଙ୍କ ବ୍ୟତୀତ ଏହି ଲୋକମାନେ ମଧ୍ୟ କରିପାରିବେ ମାଗଣାରେ ଯାତ୍ରା
Advertisement
Article Detail0/zeeodisha/odisha1174315

ଏଣିକି DTC ବସରେ ମହିଳାଙ୍କ ବ୍ୟତୀତ ଏହି ଲୋକମାନେ ମଧ୍ୟ କରିପାରିବେ ମାଗଣାରେ ଯାତ୍ରା

ବିଗତ ଦିନରେ ଦିଲ୍ଲୀ ସରକାର ୨୩,୨୫୬ ନିର୍ମାଣ ଶ୍ରମିକ (Delhi Construction Workers) ଙ୍କୁ ୫-୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର (Kejriwal Government) ସହାୟତା ରାଶି ପ୍ରକାଶ କରିଛନ୍ତି ।

ଏଣିକି DTC ବସରେ ମହିଳାଙ୍କ ବ୍ୟତୀତ ଏହି ଲୋକମାନେ ମଧ୍ୟ କରିପାରିବେ ମାଗଣାରେ ଯାତ୍ରା

ନୂଆଦିଲ୍ଲୀ: ବିଗତ ଦିନରେ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଦେଶର ଜାତୀୟ ରାଜଧାନୀର ଡିଟିସି ବସ୍‌ (DTC Bus) ରେ ମହିଳାମାନେ ମାଗଣାରେ ଯାତ୍ରାର ସୁବିଧା ପ୍ରଦାନ କରିଥିଲେ । ବର୍ତ୍ତମାନ ଦିଲ୍ଲୀର କେଜ୍ରିୱାଲ ସରକାର (Kejriwal Government)  ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ନିର୍ମାଣ କାର୍ଯ୍ୟ ସହିତ ଜଡିତ ଶ୍ରମିକମାନେ (Delhi Construction Workers) ବର୍ତ୍ତମାନ DTC ବସରେ ମାଗଣାରେ ଯାତ୍ରା କରିପାରିବେ । ଏପରି ପରିସ୍ଥିତିରେ ବର୍ତ୍ତମାନ ମହିଳା ଓ ଶ୍ରମିକଙ୍କ ପାଇଁ DTC ବସରେ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହବେ ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Delhi Deputy CM Manish Sisodia) କହିଛନ୍ତି ଯେ, ବର୍ତ୍ତମାନ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ମାଗଣା ବସ୍ ସେବା (Free Bus Service) ଆରମ୍ଭ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ସିସୋଦିଆ ଆହୁରି କହିଛନ୍ତି ଯେ, ଶ୍ରମିକମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ତେଣୁ ଏହି ସୁବିଧା ଉପଲବ୍ଧ କରାଗଲା । ସିସୋଦିଆ ବିଜେପି (BJP) କୁ ଟାର୍ଗେଟ କରି କହିଛି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (Delhi CM Arvind Kejriwal) ଶ୍ରମିକଙ୍କ ସର୍ବନିମ୍ନ ଆୟ ୧୫ ହଜାର କରିଥିଲେ । ତା’ପରେ ବିଜେପିକୁ ବହୁତ ଅସୁବିଧା ହୋଇଥିଲା । ଏହି କାରଣରୁ ବିଜେପି କୋର୍ଟରେ ପହଞ୍ଚିଥିଲା ଓ କହିଥିଲା ଏହା ଦ୍ୱାରା ଶ୍ରମିକଙ୍କ ମୁଣ୍ଡ ଖରାପ ହେବ ।

ସୂଚନାଯୋଗ୍ୟ, ଏହି ସୁବିଧା କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିର୍ମାଣ ସ୍ଥଳରେ କାମ କରନ୍ତି । ସରକାର ଏହି ଲୋକଙ୍କୁ ପାସ୍ ଦେବେ । ବସରେ ଏହି ପାସ୍‌ ଦେଖିବା ପରେ କଣ୍ଡକ୍ଟର ଶ୍ରମିକଙ୍କଠାରୁ ଟଙ୍କା ମାଗିବେ ନାହିଁ ।

ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଦିଲ୍ଲୀ ସରକାର ୨୩,୨୫୬ ନିର୍ମାଣ ଶ୍ରମିକ (Delhi Construction Workers) ଙ୍କୁ ୫-୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର (Kejriwal Government) ସହାୟତା ରାଶି ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ସରକାର ବିଭିନ୍ନ ଶ୍ରମିକଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ପଠାଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ବିଲଡିଂ ଓ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଶ୍ରମିକଙ୍କୁ ଟଙ୍କା ପଠାଯାଇଛି । କିଛି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ଯୋଗୁଁ ସେମାନେ ଟଙ୍କା ପାଇ ନାହାଁନ୍ତି ।