ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା
Advertisement
Article Detail0/zeeodisha/odisha1174295

ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା

ଏହି ପ୍ୟାଟର୍ନ ଇସ୍କାନ୍ଦର-ଏମ, କାଲିବ୍ର କ୍ରୁଜ୍ କ୍ଷେପଣାସ୍ତ୍ର, ଖ-101 ଏୟାର-ଲଞ୍ଚ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟରେ ମିଳିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଋଷର ଆଧୁନିକ ସାମରିକ ହାର୍ଡୱେର ଆମେରିକା, ବ୍ରିଟେନ, ଜର୍ମାନୀ, ନେଦରଲ୍ୟାଣ୍ଡ, ଜାପାନ, ଇସ୍ରାଏଲ୍, ଚୀନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆମଦାନୀ ହୋଇଥିବା ଜଟିଳ ଇଲେକ୍ଟ୍ରୋନିକ୍ସ ଉପରେ ନିର୍ଭର କରେ । କିନ୍ତୁ ଲେଖକମାନେ କହିଛନ୍ତି ଯେ ଏହା ସ୍ପଷ୍ଟ ନାହିଁ କି ସାମରିକ ହାର୍ଡୱେର ତିଆରି କରୁଥିବା ପାଶ୍ଚାତ୍ୟ କମ୍ପାନୀଗୁଡିକ ଜାଣନ୍ତି କି ସେମାନେ ଋଷର ସେନା ପାଇଁ ଏହା ତିଆରି କରୁଛନ୍ତି ।

ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋଶ୍ ଉଡ଼ାଇଦେଇଛି । ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ଋଷ ୟୁକ୍ରେନରେ ନିଜର ଅସ୍ତ୍ରଶସ୍ତ୍ରରେ କିଛି ଏପରି ପଶ୍ଚିମ ଦେଶଗୁଡ଼ିକର (Western countries) ପାର୍ଟ୍ସକୁ ବ୍ୟବହାର କରୁଛି ଯାହା ତୃତୀୟ ଦେଶ ମାଧ୍ୟମରେ ହାସଲ କରାଯାଇଛି । ବ୍ରିଟିଶ ପ୍ରତିରକ୍ଷା ଓ ସୁରକ୍ଷା ଥିଙ୍କ ଟ୍ୟାଙ୍କ, ରୟାଲ ୟୁନାଇଟେଡ୍ ସର୍ଭିସେସ୍ ଇନଷ୍ଟିଚ୍ୟୁଟ୍ (RUSI) ର ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ କମ୍ପାନୀମାନେ (Indian companies) ଋଷକୁ ଏହା କରିବାରେ ସାହାଯ୍ୟ କରିପାରନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ କମ୍ପାନୀ ୟୁକ୍ରେନରେ ଋଷର ଅସ୍ତ୍ରଶସ୍ତ୍ର ପାଇଁ ପାଶ୍ଚାତ୍ୟ ନିର୍ମିତ ପାର୍ଟ ପଠାଇ ଗୁପ୍ତ ଭାବରେ ସାହାଯ୍ୟ କରିପାରନ୍ତି ।

RUSI ରେ ଲ୍ୟାଣ୍ଡ ୱାର୍ଫେୟାରର ସିନିୟର ରିସର୍ଚ୍ଚ ଫେଲୋ ଜ୍ୟାକ୍ ୱାଟଲିଙ୍ଗ ଓ RUSI ର ରିସର୍ଚ୍ଚ ଅନାଲିଷ୍ଟ ନିକ୍ ରେନାଲ୍ଡସ୍ ଦ୍ୱାରା ଲିଖିତ "ଅପରେସନ୍ ଜେଡ୍: ଡେଥ୍ ଥ୍ରୋସ୍ ଅଫ୍ ଇମ୍ପେରିଆଲ୍ ଡେଲ୍ୟୁଜନ" ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନରେ ମିଳିଥିବା ଋଷର ଅସ୍ତ୍ରଶସ୍ତ୍ରରେ ପଶ୍ଚିମ ଦେଶଗୁଡ଼ିକ ପାର୍ଟ୍ସ ମିଳିଛି । ଅନ୍ୟପଟେ ଏହା ଯୋଗାଣ ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇସାରିଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ବ୍ରିଟିଶ ରିପୋର୍ଟକୁ ଉଦ୍ଧୃତ କରି କହିଛି ଯେ, "ଯୁଦ୍ଧକ୍ଷେତ୍ରରୁ ଉଦ୍ଧାର ହୋଇଥିବା ସମସ୍ତ ପ୍ରମୁଖ ଋଷ ଅସ୍ତ୍ର ପ୍ରଣାଳୀରେ ଏକ ସ୍ଥିର ପ୍ୟାଟର୍ନ ଦେଖିବାକୁ ମିଳିଛି । 9M949 ଗାଇଡେଡ 300 ମିମି ରକେଟ ନିଜର ଇନର୍ଶିଅଲ ନେଭିଗେଶନ ପାଇଁ ୟୁଏସ ନିର୍ମିତ ଫାଇବର ଅପ୍ଟିକ ଜାଇରୋସ୍କୋପର ବ୍ୟବହାର କରୁଛି । ସେହିପରି TOR-M2 ଏୟାର-ଡିଫେନ୍ସ ସିଷ୍ଟମ ପ୍ଲାଟଫର୍ମର ରାଡାରକୁ ନିୟନ୍ତ୍ରଣ କରୁଥିବା କମ୍ପ୍ୟୁଟରଗୁଡିକ ବ୍ରିଟିଶ-ପରିକଳ୍ପିତ ଓସିଲେଟର ସର୍କିଟ ଉପରେ ନିର୍ଭର କରୁଛି ।"

ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବରରୁ ବାହାରିବ ହିନ୍ଦୁତ୍ୱର ରାସ୍ତା! ଜାଣନ୍ତୁ ବିଜେପିକୁ ମାତ୍ ଦେବା ପାଇଁ କ'ଣ ରହିଛି କଂଗ୍ରେସର ନୂଆ ଯୋଜନା