ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement
Article Detail0/zeeodisha/odisha861238

ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ସେପଟେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । କୋରୋନା ମାମଲା ବଢ଼ିବା ପରେ ଶନିବାର ଠାରୁ ପଞ୍ଜାବର ଚାରିଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।

ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: ଦେଶରେ ଲଗାତର ବଢୁଥିବା କୋରୋନା ଭୂତାଣୁ (Coronavirus) ମାମଲା ପୁଣି ଥରେ ଚିନ୍ତା ବଢ଼ାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣର ୧୮,୭୧୧ ନୂଆ ମାମଲା ସାମ୍ନାକୁ ଆସିଛି । କ୍ରମାଗତ ଦ୍ୱିତୀୟ ଦିନ ୧୮ ହଜାରରୁ ଅଧିକ କୋରୋନା ମାମଲା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାପୂର୍ବରୁ ଶନିବାର ଗୋଟିଏ ଦିନରେ ୧୮,୭୬୫ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏହା ପରେ ବର୍ତ୍ତମାନ ଯାଏ ଦେଶରେ ୧,୧୨,୧୦,୭୯୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧,୦୮,୬୮,୫୨୦ କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ୧,୮୪,୫୨୩ ସକ୍ରିୟ ମାମଲା ରହିଛି । 

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ମହଙ୍ଗା ଭତ୍ତା ସହ ବଢ଼ିବ ଭ୍ରମଣ ଭତ୍ତା!

ସେପଟେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । କୋରୋନା ମାମଲା ବଢ଼ିବା ପରେ ଶନିବାର ଠାରୁ ପଞ୍ଜାବର ଚାରିଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଯେଉଁ ଜିଲ୍ଲାଗୁଡ଼ିକରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି, ସେଗୁଡ଼ିକ ମଧ୍ୟରେ ଜଲନ୍ଦର, ଏସବିଏସ୍ ନଗର, ହୋଶିଆରପୁର ଏବଂ କାପୁରଥାଲା ଅଛି । ଏହି ଜିଲ୍ଲାଗୁଡ଼ିକରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ । ଅବଶ୍ୟ, ଏହି ସମୟ ମଧ୍ୟରେ ୨୪ ଘଣ୍ଟା ଖୋଲା ଥିବା କାରଖାନାଗୁଡ଼ିକରେ ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କର୍ଫ୍ୟୁରୁ ରିହାତି ଦିଆଯିବ । ଜରୁରୀକାଳୀନ ପରିସ୍ଥିତିରେ କର୍ଫ୍ୟୁ କୋହଳ କରାଯିବ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ମହାରାଷ୍ଟ୍ର ଓ ପଞ୍ଜାବରେ ଲଗାତର କୋରୋନା ମାମଲା ବୃଦ୍ଧି ହେବା ପରେ କେନ୍ଦ୍ର ସରକାର ଏହି ରାଜ୍ୟଗୁଡିକୁ ଉଚ୍ଚ ସ୍ତରୀୟ ଜନସ୍ୱାସ୍ଥ୍ୟ ଦଳ ପଠାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋରୋନା ଭୂତାଣୁ ସଂକ୍ରମଣର ତଦାରଖ, ନିୟନ୍ତ୍ରଣ ଇତ୍ୟାଦିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବାକୁ ଏହି ଦଳ ପଠାଯାଉଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ସେହିପରି ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲଗାତାର ଦ୍ୱିତୀୟ ଦିନ ଦିଲ୍ଲୀରେ ୩୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି ଏବଂ ଏହା ଏବେ ଚିନ୍ତାର ବିଷୟ ଯେ ବର୍ତ୍ତମାନ ସଂକ୍ରମଣ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଶୁକ୍ରବାର ଦିଲ୍ଲୀରେ ସଂକ୍ରମଣ ହାର ୦.୫୩ ପ୍ରତିଶତ ଥିବା ବେଳେ ୩୧୨ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ୪୯ ଦିନ ପରେ ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା ଥିଲା ।