ସେ କହିଛନ୍ତି ଯେ "ବ୍ରାଜିଲକୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ । ଯାହାଦ୍ୱାରା କୋରୋନା ସଂକ୍ରମଣ ଏହାର ସୀମା ଅତିକ୍ରମ ନ କରିପାରୁ । ଆମର ଚିନ୍ତା କେବଳ ବ୍ରାଜିଲରେ ସୀମିତ ନୁହେଁ । ଆମେ ଭୟ କରୁଛୁ ଯେ ବ୍ରାଜିଲର ପଡୋଶୀ ଦେଶରେ ମଧ୍ୟ ଏହି ପରିସ୍ଥିତି ନ ହୋଇଯାଉ । ବର୍ତ୍ତମାନ ଏହା ସମଗ୍ର ଲାଟିନ୍ ଆମେରିକା ପାଇଁ ବିପଦ ।"
Trending Photos
ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି କୋରୋନା ଭୂତାଣୁ (Coronavirus) ମାମଲା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ଟେଡ୍ରୋସ୍ ଆଡୋନମ୍ ଜିବ୍ରିଆସସ୍ (Tedros Adhanom Ghebreyesus) ସମସ୍ତ ଦେଶକୁ ନିବେଦନ କରିଛନ୍ତି ଯେ, "କୋରୋନା ମହାମାରୀ ବିରୁଦ୍ଧରେ ନିଜର ପ୍ରୟାସକୁ କମ୍ ନ ହେବାକୁ ଦିଅନ୍ତୁ ।" ସେ କୋରୋନା ମହାମାରୀର ତୃତୀୟ କିମ୍ବା ଚତୁର୍ଥ ତରଙ୍ଗ ବା ୱେଭ୍ ଆସିପାରେ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ମମତାଙ୍କୁ ଆଉ ଏକ ଝଟକା, ବିଜେପିରେ ଯୋଗ ଦେଲେ ଟିଏମସର ପୂର୍ବତନ ସାଂସଦ
ସେ ସ୍ୱୀକାର କରିଛନ୍ତି ଯେ, କୋଭିଡ-19 (COVID-19) ସହ ଜଡିତ ପ୍ରତିବନ୍ଧକକୁ ଅନୁସରଣ କରି ଲୋକମାନେ ବିରକ୍ତ ହୋଇପଡିଛନ୍ତି । କିନ୍ତୁ ସେ କୋରୋନା ଭୂତାଣୁ ଜନିତ ମୃତ୍ୟୁ ହାର ହ୍ରାସକୁ ଉଦାହରଣ ଦେଇ କହିଛନ୍ତି ଯେ ମହାମାରୀ ଶେଷ ହୋଇଛି ବୋଲି କହିବା ଭୁଲ ହେବ । ବ୍ରାଜିଲ (Brazil) ର ପରିସ୍ଥିତିକୁ ନେଇ ସେ ବିଶେଷ ଉଦ୍ବେଗ ପ୍ରକାଶ କରିଛନ୍ତି, ଯେଉଁଠାରେ ରାଷ୍ଟ୍ରପତି ଜାୟର ବୋଲସନାରୋ କୋଭିଡ-19 ପ୍ରତିବନ୍ଧକକୁ ଅନାବଶ୍ୟକ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୬-୭ରେ ଏହି ରୁଟରେ ଅନେକ ଟ୍ରେନ୍ ଆଂଶିକ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଲା ରେଲୱେ! ଜାଣନ୍ତୁ ଏହା ପଛର କାରଣ
ସେ କହିଛନ୍ତି ଯେ, "ପରିସ୍ଥିତି ବାସ୍ତବରେ ଗମ୍ଭୀର ଓ ଆମେ ଏହାକୁ ନେଇ ଚିନ୍ତିତ । ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ରାଜିଲ ସରକାର କିଛି ଜରୁରୀ ପ୍ରୟାସ କରିବା ଆବଶ୍ୟକ । ଗୋଟିଏ ପଟେ ପୃଥିବୀର ଅଧିକାଂଶ ଦେଶରେ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବ୍ରାଜିଲରେ ପରିସ୍ଥିତିରେ କୌଣସି ବିଶେଷ ଉନ୍ନତି ହୋଇନାହିଁ । ଆମେ ଅନୁଭବ କରୁଛୁ ଯେ ବ୍ରାଜିଲ ସରକାର ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍ ।"
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି
ସେ କହିଛନ୍ତି ଯେ "ବ୍ରାଜିଲକୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ । ଯାହାଦ୍ୱାରା କୋରୋନା ସଂକ୍ରମଣ ଏହାର ସୀମା ଅତିକ୍ରମ ନ କରିପାରୁ । ଆମର ଚିନ୍ତା କେବଳ ବ୍ରାଜିଲରେ ସୀମିତ ନୁହେଁ । ଆମେ ଭୟ କରୁଛୁ ଯେ ବ୍ରାଜିଲର ପଡୋଶୀ ଦେଶରେ ମଧ୍ୟ ଏହି ପରିସ୍ଥିତି ନ ହୋଇଯାଉ । ବର୍ତ୍ତମାନ ଏହା ସମଗ୍ର ଲାଟିନ୍ ଆମେରିକା ପାଇଁ ବିପଦ ।"