ମୋଦି ସରକାରଙ୍କୁ ବଡ଼ ଝଟକା, GDPରେ ଐତିହାସିକ ହ୍ରାସ
Advertisement
Article Detail0/zeeodisha/odisha738887

ମୋଦି ସରକାରଙ୍କୁ ବଡ଼ ଝଟକା, GDPରେ ଐତିହାସିକ ହ୍ରାସ

୧୯୯୬ ମସିହାରୁ ଭାରତ ଜିଡିପି (GDP)  ଆକଳନ ଜାରି କରୁଛି । ସେବେଠାରୁ ଏହାର ସବୁଠାରୁ ବଡ ହ୍ରାସ । ଅର୍ଥନୀତିକୁ ସଠିକ ମାର୍ଗକୁ ଆଣିବା ପାଇଁ ମୋଦି ସରକାର (Modi Govt) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଅନେକ ଉଦ୍ୟମ କରାଯାଇଥିଲା ।

ମୋଦି ସରକାରଙ୍କୁ ବଡ଼ ଝଟକା, GDPରେ ଐତିହାସିକ ହ୍ରାସ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ ଲକଡାଉନର କାରଣରୁ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ସକଳ ଘରୋଇ ଉତ୍ପାଦ (GDP) ରେ ୨୩.୯ ପ୍ରତିଶତ ଐତିହାସିକ ହ୍ରାସ ଘଟିଛି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୨୦-୨୧ର ଏପ୍ରିଲ-ଜୁନ୍ ତ୍ରୈମାସିକ ପାଇଁ GDP ଆକଳନ ଜାରି କରିଛି । କିଛି ସମୟ ପୂର୍ବରୁ ଆସିଥିବା କୋର ସେକ୍ଟର ପାଇଁ ତଥ୍ୟ ମଧ୍ୟ ନିରାଶ କରିଛି । ଜୁଲାଇରେ ୮ଟି ଶିଳ୍ପର ଉତ୍ପାଦନରେ ୯.୬ ପ୍ରତିଶତ ହ୍ରାସ ପାଇଛି । ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟ ଉପରେ ଅର୍ଥାତ ପ୍ରକୃତ ଜିଡିପି ୨୬.୯୦ ଲକ୍ଷ କୋଟିରେ ପହଞ୍ଚିଛି । ଯାହା ଗତ ବର୍ଷ ଏହି ସମୟ ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ଏହା ୨୩.୯ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ଜିଡିପିର ବୃଦ୍ଧି ହାର ୫.୨ ପ୍ରତିଶତ ଥିଲା ।

ଅଧିକ ପଢ଼ନ୍ତୁ:-'ୟୁଟ୍ୟୁବ'ରେ ନାପସନ୍ଦ କରାଯାଉଛି ପିଏମ ମୋଦିଙ୍କ 'ମନ କି ବାତ୍'

୧୯୯୬ ମସିହାରୁ ଭାରତ ଜିଡିପି ଆକଳନ ଜାରି କରୁଛି । ସେବେଠାରୁ ଏହାର ସବୁଠାରୁ ବଡ ହ୍ରାସ । ଅର୍ଥନୀତିକୁ ସଠିକ ମାର୍ଗକୁ ଆଣିବା ପାଇଁ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନେକ ଉଦ୍ୟମ କରାଯାଇଥିଲା । ଆର୍ଥିକ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚରୁ ରେପୋ ରେଟରେ ୧.୧୫ ପ୍ରତିଶତ ହ୍ରାସ କରିଛି ।

ଉଲ୍ଲେଖନୀୟ କଥା ହେଉଛି ଏହି ତ୍ରୈମାସରେ  ୨ ମାସ ଅର୍ଥାତ୍ ଏପ୍ରିଲ୍ ଓ ମେ ମାସରେ ଲକଡାଉନ୍ ଯୋଗୁଁ ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଥିଲା । ଜୁନ୍ ମାସରେ ଏଥିରେ ସାମାନ୍ୟ ହିଁ ଗତି ମିଳିପାରିଛି । ଏହି କାରଣରୁ ରେଟିଂ ଏଜେନ୍ସି ଏବଂ ଅର୍ଥନୀତିଜ୍ଞମାନେ ଜୁନ୍ ତ୍ରୈମାସିକ ପାଇଁ ଜିଡିପି ୧୬ ରୁ ୨୫ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ବ୍ୟକ୍ତ କରିଥିଲେ । ଶିଳ୍ପ ଉତ୍ପାଦନ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବ୍ୟୟ ଆକଳନ, କୃଷି ଅମଳ ଏବଂ ପରିବହନ, ବ୍ୟାଙ୍କିଙ୍ଗ, ବୀମା ଇତ୍ୟାଦି ବ୍ୟବସାୟର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଆଶଙ୍କା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-'କଂଗ୍ରେସରେ ରାହୁଲଙ୍କ ନେତୃତ୍ୱକୁ ରୋକିବା ଦଳର ଅସ୍ତିତ୍ୱକୁ ହିଁ ନଷ୍ଟ କରିଦେବ'

ଜିଡିପି କ’ଣ ?

କୌଣସି ଦେଶର ସୀମାରେ ଏକ ନିର୍ଦ୍ଧାରିତ ସମୟ ଭିତରେ ପ୍ରସ୍ତୁତ ସମସ୍ତ ବସ୍ତୁ ଓ ସେବାର ମୋଟ ମୌଦ୍ରିକ ବା ବଜାର ମୂଲ୍ୟକୁ ସକଳ ଘରୋଇ ଉତ୍ପାଦନ (GDP) କୁହାଯାଏ । ଏହା କୌଣସି ଦେଶର ଘରୋଇ ଉତ୍ପାଦନର ଏକ ବିସ୍ତୃତ ମାପ ଏବଂ ଏହା ଦ୍ୱାରା କୌଣସି ଦେଶର ଅର୍ଥନୀତିର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ମିଳିଥାଏ । ଏହା ସାଧାରଣତ ବାର୍ଷିକ ହିସାବ କରାଯାଏ, କିନ୍ତୁ ଭାରତରେ ଏହା ପ୍ରତି ତିନି ମାସରେ ଅର୍ଥାତ୍ ତ୍ରୈମାସିକରେ ମୂଲ୍ୟାଙ୍କନ କରାଯାଏ । କିଛି ବର୍ଷ ପୂର୍ବେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ ଏବଂ କମ୍ପ୍ୟୁଟର ଭଳି ବିଭିନ୍ନ ସେକ୍ଟରକୁ ମଧ୍ୟ ଜିଡିପିରେ ସାମିଲ କରାଯାଇଥିଲା ।

ସାଧାରଣ ଲୋକ ଉପରେ ଜିଡିପିର କେମିତି ପଡ଼େ ପ୍ରଭାବ ?

ଜିଡିପି ହାର ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଜିଡିପି ହାର କ୍ରମାଗତ ଭାବରେ ହ୍ରାସ ହୁଏ ତେବେ ଏହା ଦେଶ ପାଇଁ ବିପଦ ଘଣ୍ଟି ଭାବରେ ବିବେଚନା କରାଯାଏ । ଜିଡିପି ହ୍ରାସ ହେତୁ ଲୋକଙ୍କ ହାରାହାରି ଆୟ କମିଯାଏ । ଆଉ ଲୋକମାନେ ଦାରିଦ୍ର ସୀମାରେଖା ତଳେ ଯାଆନ୍ତି । ଏହା ବ୍ୟତୀତ ନୂତନ ନିଯୁକ୍ତି ସୃଷ୍ଟିର ଗତି ମଧ୍ୟ ହ୍ରାସ ପାଇଥାଏ । ଆର୍ଥିକ ମନ୍ଥରତା ଯୋଗୁଁ ଚାକିରି କ୍ଷେତ୍ରରେ ଛଟେଇ ସମ୍ଭାବନା ବଢ଼ିଯାଏ । ଏଥି ସହିତ ଲୋକଙ୍କ ସଞ୍ଚୟ ଏବଂ ନିବେଶ ମଧ୍ୟ ହ୍ରାସ ହୁଏ ।

ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍

ଜିଡିପି ହାରରେ ହ୍ରାସର ପ୍ରଭାବ ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ଉପରେ ପଡ଼ିଥାଏ । ଭାରତରେ ଆର୍ଥିକ ଅସମାନତା ବହୁତ ଅଧିକ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସର ପ୍ରଭାବ ଗରିବଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାର କାରଣ ହେଉଛି ଲୋକଙ୍କ ହାରାହାରି ଆୟ କମିଯାଏ । ନୂତନ ନିଯୁକ୍ତି ସୃଷ୍ଟିର ଗତିରେ ହ୍ରାସ ଘଟିଥାଏ ।