ଶିବସେନା (Shiv Sena) ମୁଖପାତ୍ର 'ସାମାନା'ରେ ପ୍ରକାଶିତ ସାପ୍ତାହିକ ସ୍ତମ୍ଭ' ରୋକଟୋକ'ରେ ରାଉତ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହୋଇଥିବା ନେତାଙ୍କ ଅଭାବ ରହିଛି ।
Trending Photos
ନୂଆଦିଲ୍ଲୀ: ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ(Sanjay Raut) ରବିବାର କହିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ କଂଗ୍ରେସ (Congress) ର ନେତୃତ୍ୱ ସମ୍ଭାଳିବାରେ ରୋକିବା ଦେଶର ଏହି ପୁରୁଣା ଦଳର ଅସ୍ତିତ୍ୱକୁ ହିଁ ନଷ୍ଟ କରିବା ଭଳି ସିଦ୍ଧ ହେବ । ଶିବସେନା (Shiv Sena) ମୁଖପାତ୍ର 'ସାମାନା'ରେ ପ୍ରକାଶିତ ସାପ୍ତାହିକ ସ୍ତମ୍ଭ' ରୋକଟୋକ'ରେ ରାଉତ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହୋଇଥିବା ନେତାଙ୍କ ଅଭାବ ରହିଛି ।
ଅଧିକ ପଢ଼ନ୍ତୁ:-ଆଇପିଏସଙ୍କ ପତ୍ନୀ ଅମିତ ଶାହଙ୍କୁ ଲେଖିଲେ ଚିଠି, କହିଲେ- ଅନେକ ମହିଳାଙ୍କ ସହ ମୋ ସ୍ୱାମୀଙ୍କ ରହିଛି ଅବୈଧ ସମ୍ପର୍କ
୨୩ ଜଣ କଂଗ୍ରେସ ନେତା (Congress Leader) ଦ୍ୱାରା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ପୂର୍ଣ୍ଣକାଳୀନ ସକ୍ରିୟ ନେତୃତ୍ୱ ପାଇଁ ଲେଖିଥିବା ଏକ ଚିଠିକୁ ଉଲ୍ଲେଖ କରି ସେ ପ୍ରଶ୍ନ କରିଛନ୍ତି ଯେ, "ଏହି ନେତାମାନଙ୍କୁ ସକ୍ରିୟ ହେବାକୁ କିଏ ଅଟକାଉଛନ୍ତି । ରାହୁଲ ଗାନ୍ଧୀଙ୍କ ସକ୍ରିୟତାକୁ ରୋକିବା ଦଳର ଅସ୍ତିତ୍ୱକୁ ହିଁ ନଷ୍ଟ କରିଦେବ । ଜଣେ ଅଣ-ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ଏକ ଉତ୍ତମ ବିଚାର କିନ୍ତୁ ଏହି ୨୩ ଜଣଙ୍କ ମଧ୍ୟରୁ କାହାର ସାମର୍ଥ୍ୟ ନାହିଁ ।" କଂଗ୍ରେସ ଏବଂ ଏନସିପି ସହିତ ମହାରାଷ୍ଟ୍ରରେ ରାଉତଙ୍କ ଦଳ ଶିବସେନା କ୍ଷମତାରେ ଅଛନ୍ତି ।
ଅଧିକ ପଢ଼ନ୍ତୁ:-'ୟୁଟ୍ୟୁବ'ରେ ନାପସନ୍ଦ କରାଯାଉଛି ପିଏମ ମୋଦିଙ୍କ 'ମନ କି ବାତ୍'
ପୂର୍ବତନ କଂଗ୍ରେସ ନେତାଙ୍କ ଦ୍ୱାରା ଗଠିତ ଆଞ୍ଚଳିକ ଦଳଗୁଡିକ ବିଷୟରେ ରାଉତ ଉଲ୍ଲେଖ କରି କହିଛନ୍ତି ଯେ, ସମଗ୍ର ଭାରତରେ କଂଗ୍ରେସର ଉପସ୍ଥିତି ରହିଛି, କେବଳ ମୂଳ ମୁଖା ବଦଳିଯାଇଛି । ଯଦି ସେହି ମୁଖାଗୁଡ଼ିକୁ ହଟାଇ ଫିଙ୍ଗି ଦିଆଯାଏ, ତେବେ କଂଗ୍ରେସ ଦେଶରେ ଏକ ଶକ୍ତିଶାଳୀ ଦଳ ଭାବରେ ଛିଡା ହେବ । କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ଭି.ଏନ୍ ଗାଡଗିଲ କଂଗ୍ରେସକୁ କେବେବି ନ ମରିବା ବୃଦ୍ଧା ବୋଲି କହିଥିଲେ । ବୃଦ୍ଧାଙ୍କ ସହିତ କ ଣ କରାଯିବ ? ଏହାକୁ କେବଳ ରାହୁଲ ଗାନ୍ଧୀ ହିଁ ସ୍ଥିର କରିବା ଉଚିତ ବୋଲି ରାଉତ କହିଛନ୍ତି ।