କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ
Advertisement

କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

Lockdown in France: ଟେଲିଭିଜନରେ ପ୍ରସାରିତ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ଲୋକଙ୍କୁ ଅଫିସ୍ ବଦଳରେ ଘରୁ କାମ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସାଧାରଣ ସଭାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଉପଯୁକ୍ତ କାରଣ ବିନା ନିଜ ଘର ଠାରୁ ୧୦ କିଲୋମିଟରରୁ ଅଧିକ ଦୂରକୁ ଯିବା ନିଷେଧ । ଆସନ୍ତା ସପ୍ତାହରୁ ଅତି କମରେ ତିନି ସପ୍ତାହ ପାଇଁ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ସେ କହିଛନ୍ତି ।

କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

ନୂଆଦିଲ୍ଲୀ: Lockdown in France: ସାରା ବିଶ୍ୱରେ ପୁଣି ଥରେ କୋରୋନା ଭୂତାଣୁ (Coronavirus) ମାମଲା ଲଗାତର ବଢ଼ିବାରେ ଲାଗିଛି । ଯାହା ପରେ ବିଭିନ୍ନ ଦେଶ କୋରୋନା କଟକଣାକୁ କଡ଼ାକଡ଼ି କରିବାରେ ଲାଗିଛନ୍ତି । ଏହି କ୍ରମରେ ଫ୍ରାନ୍ସରେ କୋରୋନା ମାମଲା ଦ୍ରୁତ ଗତିରେ ବଢ଼ିବା ପରେ ଦେଶରେ ଲକଡାଉନ (Lockdown) ଘୋଷଣା କରାଯାଇଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ (French President Emmanuel Macron) ଶନିବାର ଠାରୁ ଚାରି ସପ୍ତାହର ଦେଶବ୍ୟାପୀ ଲକଡାଉନ ଲଗାଇବାର ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ଟେଲିଭିଜନରେ ପ୍ରସାରିତ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ଲୋକଙ୍କୁ ଅଫିସ୍ ବଦଳରେ ଘରୁ କାମ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସାଧାରଣ ସଭାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଉପଯୁକ୍ତ କାରଣ ବିନା ନିଜ ଘର ଠାରୁ ୧୦ କିଲୋମିଟରରୁ ଅଧିକ ଦୂରକୁ ଯିବା ନିଷେଧ । ଆସନ୍ତା ସପ୍ତାହରୁ ଅତି କମରେ ତିନି ସପ୍ତାହ ପାଇଁ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ

ମାକ୍ରୋନ୍ କହିଛନ୍ତି ଯେ, ଏହି ସମୟରେ ଇଷ୍ଟର ଶୁକ୍ରବାର ଦିନ ଲୋକଙ୍କୁ ଅନୁମତି ମିଳିବ ଯେ ଲକଡାଉନ ସମୟରେ ଯେଉଁଠି ରହିବାକୁ ଚାହୁଁଥିବେ ସେହି ସ୍ଥାନକୁ ଯାଇପାରିବେ । ଦେଶରେ କୋରୋନା ସଂକ୍ରମଣ ମାମଲା ବଢୁଛି, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ନୁହେଁ, ତେଣୁ ଲୋକଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଡ୍ୟାସବୋର୍ଡ ଅନୁଯାୟୀ, ଫ୍ରାନ୍ସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୬.୪୬ ଲକ୍ଷରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୋରାନା ଭୂତାଣୁ ଯୋଗୁଁ ୯୫,୫୦୨ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ କୋରାନା କାରଣରୁ ଆଇସିୟୁରେ ୫,୦୦୦ ଲୋକ ଭର୍ତ୍ତି ଅଛନ୍ତି । ନିକଟ ଅତୀତରେ, ଏଠାରେ ବ୍ରିଟିଶ ଭାରିଆଣ୍ଟର ଭୂତାଣୁ ଯୋଗୁଁ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଫ୍ରାନ୍ସରେ ମାର୍ଚ୍ଚ ୩୧ରେ ଗୋଟିଏ ଦିନରେ ୨୯,୫୭୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଅନ୍ୟପକ୍ଷରେ ମାର୍ଚ୍ଚ ୨୮ରେ ୪୧,୬୮୨ କୋରୋନା ମାମଲା ଏବଂ ମାର୍ଚ୍ଚ ୨୯ରେ ୩୭,୦୧୪ ସଂକ୍ରମିତ ମାମଲା ଚିହ୍ନ ହୋଇଥିଲା ।