ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...
Advertisement

ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

Coronavirus in India: ଏମିତି ଏକ ସମୟ ଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ରେ ଦେଶରେ ୮,୬୩୫ ନୂତନ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗୋଟିଏ ଦିନରେ କୋରୋନା ସଂକ୍ରମଣର ଏହି ସଂଖ୍ୟା ଚଳିତ ବର୍ଷର ସର୍ବନିମ୍ନ ମାମଲା ଥିଲା । ଦେଶରେ ବର୍ତ୍ତମାନ ଯାଏ କୋରୋନା ଭୂତାଣୁ ପାଇଁ ମୋଟ ୨୪ କୋଟି ୪୭ ଲକ୍ଷ ୯୮ ହଜାର ୬୨୧ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୨୫ ହଜାର ୬୮୧ ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ନୂଆଦିଲ୍ଲୀ: Coronavirus in India: ଭାରତରେ ପୁଣି କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଆରମ୍ଭ ହୋଇସାରିଛି । ଦେଶରେ ମହାମାରୀ କୋରୋନା ଭୂତାଣୁ (COVID-19) ର ଦ୍ୱିତୀୟ ଲହରୀ (Second Wave) ପହଞ୍ଚିସାରିଛି । ଯାହା ଫଳରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ୧୭୨ ଦିନ ପରେ ପ୍ରଥମ ଥର ପାଇଁ ୭୨ ହଜାରରୁ ଅଧିକ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ଅଷ୍ଟମ ଦିନରେ ୫୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, ଗତବର୍ଷ ଡିସେମ୍ବର ୫ ପରେ ପ୍ରଥମ ଥର ପାଇଁ ୪୫୦ରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୨,୩୩୦ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୪୫୯ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୩୮୨ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ଗତବର୍ଷ ଅକ୍ଟୋବର ୧୦ରେ ୭୪,୩୮୩ କୋରୋନା ମାମଲା ଚିହ୍ନଟ  କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ

ଏମିତି ଏକ ସମୟ ଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ରେ ଦେଶରେ ୮,୬୩୫ ନୂତନ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗୋଟିଏ ଦିନରେ କୋରୋନା ସଂକ୍ରମଣର ଏହି ସଂଖ୍ୟା ଚଳିତ ବର୍ଷର ସର୍ବନିମ୍ନ ମାମଲା ଥିଲା । ଦେଶରେ ବର୍ତ୍ତମାନ ଯାଏ କୋରୋନା ଭୂତାଣୁ ପାଇଁ ମୋଟ ୨୪ କୋଟି ୪୭ ଲକ୍ଷ ୯୮ ହଜାର ୬୨୧ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୨୫ ହଜାର ୬୮୧ ନମୁନା ପରୀକ୍ଷା କରାଯାଇଛି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୫ ଲକ୍ଷ ୮୪ ହଜାର ୫୫ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ ଲକ୍ଷ ୬୨ ହଜାର ୯୨୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ କୋରୋନା ଟିକା (Corona Vaccine) ର ଡୋଜ ଲାଗିସାରିଛି ।

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

ଦେଶରେ ବର୍ତ୍ତମାନ ସମୟରେ କୋରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୪ ପ୍ରତିଶତରୁ ଅଧିକ ରହିଛି । ଅନ୍ୟପକ୍ଷେ ଚିନ୍ତାର ବିଷୟ ଏହା ଯେ ସକ୍ରିୟ ମାମଲା ୪.୫୫ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି ।

ସେପଟେ ପ୍ରତିଦିନ ଦେଶରେ ଅଧିକାଂଶ କୋରୋନା ସଂକ୍ରମଣର ମାମଲା ମହାରାଷ୍ଟ୍ର (Maharashtra) ରୁ ଆସୁଛି । ଏହାସହ ଅଧିକାଂଶ ମୃତ୍ୟୁ ମଧ୍ୟ ଏଠାରେ ଘଟୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୯,୫୪୪ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ତିନି ଦିନ ପୂର୍ବେ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ୪୦,୪୧୪ ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୨୭ ରୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୪,୬୪୯କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ସବୁ ରାଜ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫,୩୯୯ ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଆଉ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରୁ ମୋଟ ୨୩,୬୦୦ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ଏହିପରି ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୨୪,୦୦,୭୨୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ୩,୫୬,୨୪୩ ସକ୍ରିୟ କୋରୋନା ସଂକ୍ରମିତ ଅଛନ୍ତି, ଯେଉଁମାନେ ଚିକିତ୍ସିତ ହେଉଛନ୍ତି ।