ରାଜଧାନୀରେ ଦିନକରେ ଚିହ୍ନଟ ହେଲା ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ, ୬.୪୬ ପ୍ରତିଶତ ହେଲା ସଂକ୍ରମଣ ହାର
Advertisement
Article Detail0/zeeodisha/odisha1062102

ରାଜଧାନୀରେ ଦିନକରେ ଚିହ୍ନଟ ହେଲା ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ, ୬.୪୬ ପ୍ରତିଶତ ହେଲା ସଂକ୍ରମଣ ହାର

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ୧୦,୯୮୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଆଜି ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । 

ରାଜଧାନୀରେ ଦିନକରେ ଚିହ୍ନଟ ହେଲା ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ, ୬.୪୬ ପ୍ରତିଶତ ହେଲା ସଂକ୍ରମଣ ହାର

ନୂଆଦିଲ୍ଲୀ: Coronavirus in Delhi: ସାରା ଦେଶରେ ପୁଣି ଥରେ କୋରୋନା ମାମଲା (COVID19 Cases) ବୃଦ୍ଧି ରେକର୍ଡ କରାଯାଉଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ (Omicron Variant) ଯୋଗୁଁ ଏହି ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୪,୦୦୦ରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ପରେ ସଂକ୍ରମଣ ହାର ୬.୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆଜି (ସୋମବାର) ଅପରାହ୍ନ ପ୍ରାୟ ୫ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪,୦୯୯ ମାମଲା ଚିହ୍ନଟ ହୋଇଛି । ଯାହାକି ଗତ ବର୍ଷ ମେ ୧୮ ତାରିଖ ପରେ ସର୍ବାଧିକ କୋରୋନା ମାମଲା ଅଟେ । ଗତ ବର୍ଷ ମେ ୧୮ରେ ୪,୪୮୨ ମାମଲା ଚିହ୍ନଟ ହୋଇଥିଲା ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ୧୦,୯୮୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଆଜି ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪,୫୮,୨୨୦ ଲୋକ କୋରୋନା ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ସେଥି ମଧ୍ୟରୁ ଏହି ୧୪,୨୨,୧୨୪ ସଂକ୍ରମିତ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ମୋଟ ୨୫,୧୦୦ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଏହାପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ, ଜାତୀୟ ରାଜଧାନୀରେ ୮୦ ପ୍ରତିଶତରୁ ଅଧିକ କୋରୋନା ମାମଲା ଓମିକ୍ରନ୍ (Omicron) ଭାରିଆଣ୍ଟର ଅଟେ । ଏଥି ସହିତ ସେ କହିଛନ୍ତି ଯେ ଗୋଟିଏ ସପ୍ତାହ ମଧ୍ୟରେ ମାମଲା ଯଥେଷ୍ଟ ବୃଦ୍ଧି ପାଇବ, କିନ୍ତୁ ଏହା ଏକ ଆକଳନ ।

ସେ ଆଗକୁ କହିଛନ୍ତି ଯେ, ୩ଟି ଲାବୋରେଟୋରୀରୁ ଡିସେମ୍ବର ୩୦-୩୧ର ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଅନୁଯାୟୀ, ୮୪ ପ୍ରତିଶତ ନମୁନାରେ 'ଓମିକ୍ରନ୍' ନିଶ୍ଚିତ ହୋଇଛି । ଦିଲ୍ଲୀରେ ଯେବେଠାରୁ ଓମିକ୍ରନ୍ ଆସିଛି ସେବେଠାରୁ ମାମଲା ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ବହୁତ ଛୋଟ ଲକ୍ଷଣ ଥାଏ । ମାମଲା ବଢ଼ୁଛି କିନ୍ତୁ ଲୋକମାନେ ଗୁରୁତର ଅସୁସ୍ଥ ହେଉନାହାଁନ୍ତି । ବର୍ତ୍ତମାନ ଦିଲ୍ଲୀର ଅବସ୍ଥା ଭଲ ଅଛି ।

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ନୂଆ ବେତନ ସ୍କେଲର ହେଲା ଘୋଷଣା, ବର୍ତ୍ତମାନ ପୁଣି ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ୫ଟି ରାଜ୍ୟକୁ ଚିଠି ଲେଖିଲା ନିର୍ବାଚନ ଆୟୋଗ, ଦେଲା ଏହି ବଡ଼ ନିର୍ଦ୍ଦେଶ

ଏହା ବି ପଢ଼ନ୍ତୁ:-କିଏ ଜିତିବେ ଉତ୍ତରାଖଣ୍ଡ, ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ସର୍ଭେ

 

ବିଗତ କିଛି ଦିନର ଡାଟା

୨ ଜାନୁଆରୀ- ୩୧୯୪

୧ ଜାନୁଆରୀ- ୨୭୧୬

୩୧ ଡିସେମ୍ବର -୧୭୯୬

୩୦ ଡିସେମ୍ବର- ୧୩୧୩

୨୯ ଡିସେମ୍ବର- ୯୨୩

୨୮ ଡିସେମ୍ବର - ୪୯୬

୨୭ ଡିସେମ୍ବର- ୩୩୧

୨୬ ଡିସେମ୍ବର -୨୯୦

୨୫ ଡିସେମ୍ବର- ୨୪୯

୨୪ ଡିସେମ୍ବର -୧୮୦

୨୩ ଡିସେମ୍ବର- ୧୧୮

୨୨ ଡିସେମ୍ବର-୧୨୫

୨୧ ଡିସେମ୍ବର - ୧୦୨