ଅନିୟନ୍ତ୍ରିତ କୋରୋନା: ଦେଶରେ ପ୍ରଥମ ଥର ପାଇଁ ୨.୭୩ ଲକ୍ଷ ନୂଆ ମାମଲା ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ସଂକ୍ରମିତଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha886580

ଅନିୟନ୍ତ୍ରିତ କୋରୋନା: ଦେଶରେ ପ୍ରଥମ ଥର ପାଇଁ ୨.୭୩ ଲକ୍ଷ ନୂଆ ମାମଲା ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୪,୧୭୮ ସଂକ୍ରମିତ ଏହି ମହାମାରୀ ସୁସ୍ଥ ଲାଭ କରିଛନ୍ତି । ଏହାପୂର୍ବରୁ ଗତକାଲି ଗୋଟିଏ ଦିନରେ ୨,୬୧,୫୦୦ ନୂତନ ମାମଲା ଚିହ୍ନଟ କରାଯାଇଥିଲା ।

ଅନିୟନ୍ତ୍ରିତ କୋରୋନା: ଦେଶରେ ପ୍ରଥମ ଥର ପାଇଁ ୨.୭୩ ଲକ୍ଷ ନୂଆ ମାମଲା ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ କରିବାରେ ଲାଗିଛି । ପୁଣି ଏହି ମହାମାରୀ ଦେଶ ଆଗରେ ବଡ଼ ସଙ୍କଟ ଭାବେ ଉଭା ହୋଇଛି । ପ୍ରତିଦିନ ଦେଶରେ କୋରୋନା (COVID-19) ମାମଲାରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେବା ସହ ପୁରୁଣା ରେକର୍ଡ ସବୁ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ପୂର୍ବ ଦିନ ଅପେକ୍ଷା ଅଧିକ ନୂଆ କୋରୋନା ମାମଲା ଚିହ୍ନଟ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୭୩,୮୧୦ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୧୬୧୯ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୪,୧୭୮ ସଂକ୍ରମିତ ଏହି ମହାମାରୀ ସୁସ୍ଥ ଲାଭ କରିଛନ୍ତି । ଏହାପୂର୍ବରୁ ଗତକାଲି ଗୋଟିଏ ଦିନରେ ୨,୬୧,୫୦୦ ନୂତନ ମାମଲା ଚିହ୍ନଟ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ୧୫ ଦିନ ପାଇଁ ଲକଡାଉନ୍ ପରି ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୯ ଲକ୍ଷ ୨୯ ହଜାର ୩୨୯ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ଯାଏ ଦେଶରେ ୧ ଲକ୍ଷ ୭୮ ହଜାର ୭୬୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ବର୍ତ୍ତମାନ ସୁ୍ଦ୍ଧା ଦେଶରେ ମୋଟ ୧୨ କୋଟି ୩୮ ଲକ୍ଷ ୫୨ ହଜାର ୫୬୬ କୋରୋନା ଟିକାର ଡୋଜ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-କୌଣସି ରାଜ୍ୟ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହିଛନ୍ତି କି? ରେଳ ବୋର୍ଡ ଅଧ୍ୟକ୍ଷ ଦେଲେ ଏହି ସୂଚନା

ବର୍ତ୍ତମାନ ସମୟରେ ଦେଶରେ କୋରୋନା ମୃତ୍ୟୁ ହାର ୧.୨୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ପ୍ରାୟ ୮୭ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ ସକ୍ରିୟ ମାମଲା ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।