କୋରୋନା ବେଗରେ ମାମୁଲି ବ୍ରେକ୍: ଦିନକରେ ୩ ଲକ୍ଷ ୨୩ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୭୭୧ ମୃତ
Advertisement
Article Detail0/zeeodisha/odisha890920

କୋରୋନା ବେଗରେ ମାମୁଲି ବ୍ରେକ୍: ଦିନକରେ ୩ ଲକ୍ଷ ୨୩ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୭୭୧ ମୃତ

Coronavirus in India: ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ କର୍ଫ୍ୟୁ ସତ୍ତ୍ୱେ କୋରୋନାର ତାଣ୍ଡବ ଥମିବାର ନାଁ ନେଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏଥିସହ ୨,୭୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ସକ୍ରିୟ ମାମଲା ୨୮,୮୨,୨୦୪କୁ ବୃଦ୍ଧି ପାଇଛି

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: Coronavirus in India: ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ କର୍ଫ୍ୟୁ ସତ୍ତ୍ୱେ କୋରୋନାର ତାଣ୍ଡବ ଥମିବାର ନାଁ ନେଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏଥିସହ ୨,୭୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ସକ୍ରିୟ ମାମଲା ୨୮,୮୨,୨୦୪କୁ ବୃଦ୍ଧି ପାଇଛି । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୧,୮୨୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୪୧୮୦ କୋରୋନା ସଂକ୍ରମିତ

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧,୭୬,୩୬,୩୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧,୯୭,୮୯୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ସୁ୍ଦ୍ଧା ମୋଟ ୧,୪୫,୫୬,୨୦୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧୪,୫୦,୮୫,୯୧୧ କୋରୋନା ଟିକାର ଡୋଜ୍ ଲାଗି ସାରିଛି । ଗତକାଲି ଦେଶରେ ୧୬,୫୮,୭୦୦ କୋରୋନା ଟେଷ୍ଟ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କହିଛି ଯେ,  ଗତକାଲି ପର୍ଯ୍ୟନ୍ତ ଭାରତରେ କୋରୋନା ଭୂତାଣୁ ପାଇଁ ମୋଟ ୨୮ କୋଟି ୦୯ ଲକ୍ଷ ୭୯ ହଜାର ୮୭୭ ନମୁନା ପରୀକ୍ଷା କରାଯାଇସାରିଛି, ସେଥିମଧ୍ୟରୁ ଗତକାଲି ୧୬ ଲକ୍ଷ ୫୮ ହଜାର ୭୦୦ ନମୁନା ପରୀକ୍ଷା କରାଯାଇଛି ।