ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha890657

ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା

ପ୍ୟାଟ୍ କମିନ୍ସ ପିଏମ୍ (Pat Cummins donates $50000 to PM Cares Fund) କେୟାର୍ସ ଫଣ୍ଡକୁ ୩୭ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । 

ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ମହାମାରୀ କୋରୋନା ଭୂତାଣୁ (Coronavirus Pandemic) କାରଣରୁ ଅବସ୍ଥା ବିଗିଡିବାରେ ଲାଗିଛି । ଦେଶର ଅନେକ ସହରର ହସ୍ପିଟାଲଗୁଡିକରେ ଲଗାତର ଅମ୍ଳଜାନ ଅଭାବର ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ଆଇପିଏଲ୍ ୨୦୨୧ (IPL 2021) ରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ପାଇଁ ଖେଳୁଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ (Pat Cummins) ବଡ଼ ହୃଦୟ ଦେଖାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଲେମ୍ୱୁରୁ ମିଳିଥାଏ ଏହି ଲାଭ, ଜାଣି ଚକିତ ହେବେ ଆପଣ

ପ୍ୟାଟ୍ କମିନ୍ସ ପିଏମ୍ (Pat Cummins donates $50000 to PM Cares Fund) କେୟାର୍ସ ଫଣ୍ଡକୁ ୩୭ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଭାରତର ଡାକ୍ତରଖାନାଗୁଡ଼ିକ ପାଇଁ ଅମ୍ଳଜାନ ଯୋଗାଣ ପାଇଁ ଏହା ବିଶେଷ ସହାୟକ ହେବ । କମିନ୍ସ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ମେସେଜ ସେୟାର କରି ଏହି ସୂଚନା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ୧୪ ଦିନ ପାଇଁ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ଏହା ସହ କମିନ୍ସ କହିଛନ୍ତି ଯେ, ତାଙ୍କୁ ପରାମର୍ଶ ଦିଆଯାଇଛି ଯେ ଭାରତ ସରକାର ଆଇପିଏଲ ଜାରି ରଖିବାକୁ ସମର୍ଥନ କରନ୍ତି ଏବଂ ଏହି କଷ୍ଟ ସମୟରେ ଏହା 'କିଛି ଘଣ୍ଟାର ଆନନ୍ଦ' ପ୍ରଦାନ କରିଥାଏ ।

ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବୟାନ ଜାରି କରିଛନ୍ତି ଏବଂ କୋଭିଡ-19 ମହାମାରୀର ଦ୍ୱିତୀୟ ଲହରୀ ସହ ଦେଶ ମୁକାବିଲା କରୁଥିବା ବେଳେ ଅନ୍ୟ ଶୀର୍ଷ ଖେଳାଳିଙ୍କୁ ମଧ୍ୟ ଏହା କରିବାକୁ ଅନୁରୋଧ କରିଛନ୍ତି । ସେ ତାଙ୍କ ବିୟାନରେ କହିଛନ୍ତି ଯେ କୋଭିଡ-19 ସଂକ୍ରମଣର ହାର ବହୁତ ଅଧିକ ଥିବାବେଳେ ଆଇପିଏଲର ଜାରି ରଖିବା ଯଥାର୍ଥ କି ନୁହେଁ ଏଠାରେ ଅନେକ ଆଲୋଚନା ହେଉଛି । ମୋତେ ପରାମର୍ଶ ଦିଆଯାଇଛି ଯେ ଭାରତ ସରକାର ବୁଝନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗ ଖେଳ ଦ୍ୱାରା ଲକଡାଉନରେ ରହୁଥିବା ଲୋକଙ୍କୁ ଦିନକୁ କିଛି ଘଣ୍ଟାର ଆନନ୍ଦ ଓ ଆରାମ ମିଳିଥାଏ । ଅନ୍ୟପଟେ ଦେଶ କଠିନ ସମୟ ଦେଇ ଗତି କରୁଛି ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ କଲେ ମାଡ୍ରାସ ହାଇକୋର୍ଟ, କହିଲେ- 

ଆଇପିଏଲ (IPL) ରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ଆଗକୁ ଆସି ସାହାଯ୍ୟ କରିବାକୁ କମିନ୍ସ ମଧ୍ୟ ନିବେଦନ କରିଛନ୍ତି । ସେପଟେ କୋରୋନା ଭୟରେ ୪ ବିଦେଶୀ ଖେଳାଳି ସ୍ୱଦେଶ ଫେରି ଯାଇଛନ୍ତି, ଯେଉଁଥିରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ (Liam Livingstone), ଆଣ୍ଡ୍ରିୟୁ ଟାଇ (Andrew Tye), ଆଡାମ ଜାମ୍ପା (Adam Zampa) ଏବଂ କେନ୍ ରିଚାର୍ଡସନ (Kane Richardson) ସାମିଲ ଅଛନ୍ତି ।