ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ
Advertisement

ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

 

ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି କୋରୋନା ମାମଲାରେ ବୃଦ୍ଧି ଦେଖାଦେଇଛି । କିନ୍ତୁ ମୃତ୍ୟୁ ସଂଖ୍ୟାରେ ହ୍ରାସ ରେକର୍ଡ କରାଯାଇଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୭୯୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେହିପରି ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୦୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୨,୮୩୨ ସକ୍ରିୟ ମାମଲା ହ୍ରାସ ପାଇଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯ ଲକ୍ଷ ୪୬ ହଜାର କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧ ଲକ୍ଷ ୪ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୨୯ ହଜାର ୯୪୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୧୧ ହଜାର ୪୦୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି' 

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୩୮ କୋଟି ୭୬ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ଲକ୍ଷ ୧୪ ହଜାର  ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୩ କୋଟି ୫୯ ଲକ୍ଷ  କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ୧୫ ହଜାର  କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ

୮ଟି ରାଜ୍ୟରେ ଲକଡାଉନ୍ ପରି ପ୍ରତିବନ୍ଧକ

ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ଖାସ୍ ନମ୍ୱରର ଯେକୌଣସି ନୋଟ୍ ଆପଣଙ୍କୁ କରିପାରେ ଲକ୍ଷପତି! ଜାଣନ୍ତୁ କିପର...

୨୩ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ୍ 

ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ତାଲା ପଡିଛି । ଏଠାରେ ପ୍ରତିବନ୍ଧକ ସହିତ ରିହାତି ମଧ୍ୟ ଅଛି । ଏଥିମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ଆସାମପୁର ପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ ରହିଛି ।