Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩୨ ଲକ୍ଷ ୬୮ ହଜାର ୭୧୦ କୋରୋନାର ସକ୍ରିୟ ମାମଲା ରହିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ସୁନାମିର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । କୋରୋନା ସଂକ୍ରମଣର ସଂଖ୍ୟା ଏବେ ପ୍ରତିଦିନ ୪ ଲକ୍ଷରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪,୦୧,୯୯୩ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୩୫୨୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ କୋରୋନାରୁ ୨,୯୯,୯୮୮ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଗୁରୁବାର ଦେଶରେ ୩,୮୬,୪୫୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ସାରା ବିଶ୍ୱରେ ପ୍ରାୟ ୪୦ ପ୍ରତିଶତ ମାମଲା ପ୍ରତିଦିନ ଭାରତରେ ରେକର୍ଡ ହେଉଛି ।
ଅଧିକ ପଢ଼ନ୍ତୁ:-୭ ଲକ୍ଷ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩୨ ଲକ୍ଷ ୬୮ ହଜାର ୭୧୦ କୋରୋନାର ସକ୍ରିୟ ମାମଲା ରହିଛି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୨ ଲକ୍ଷ ୧୧ ହଜାର ୮୫୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ କୋରୋନା ଟିକାର ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ
ଦେଶରେ କୋରୋନା ମୃତ୍ୟୁ ହାର ୧.୧୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୨ ପ୍ରତିଶତ ରହିଛି । ସକ୍ରିୟ ମାମଲା ୧୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୭,୦୪୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିଲ୍ଲୀରେ ୩୭୫ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ୨୪ ଘଣ୍ଟା ମଧ୍ୟରେ ୨୫,୨୮୮ କୋରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ ୧୬,୧୪୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ ୧୧ ଲକ୍ଷ ୪୯ ହଜାର ୩୩୩ ଲୋକ ସଂକ୍ରମିତ ହୋଇଛନ୍ତି । ଏପ୍ରିଲ ୨୦ରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୨୮,୩୯୫ ଲୋକ ସଂକ୍ରମିତ ହୋଇଥିଲେ । ଗୁରୁବାର ଦିନ ସର୍ବାଧିକ ୩୯୫ କୋରୋନା ସଂକ୍ରମିତ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଛନ୍ତି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୨,୯୧୯ ନୂତନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ ସଂକ୍ରମଣରେ ୮୨୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଅପେକ୍ଷା ନୂତନ ସଂକ୍ରମଣର ମାତ୍ରା କମ୍ ଥିଲା, କିନ୍ତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ ୬୬,୧୫୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୭୧ ଥିଲା । ଏହା ସହିତ ଶୁକ୍ରବାର ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୬ ଲକ୍ଷ ୨ ହଜାର ୪୭୨କୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୬୮,୮୧୩ ଥିଲା ।