ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ
Advertisement
Article Detail0/zeeodisha/odisha892756

ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ

Mint ରେ ପ୍ରକାଶିତ ଖବର ଅନୁଯାୟୀ, ଲଦାଖରେ ପୋଷ୍ଟ ହୋଇଥିବା AIS ଅଧିକାରୀମାନଙ୍କୁ ଅତିରିକ୍ତ ମୁଦ୍ରା ପ୍ରୋତ୍ସାହନ (additional monetary incentives) ଓ ସ୍ୱତନ୍ତ୍ର ଡ୍ୟୁଟି ଭତ୍ତା (special duty allowance) ଦିଆଯିବ ।

ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାର ପୁଣି ଥରେ ଆରମ୍ଭକୁ ଅପେକ୍ଷା କରିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ କାର୍ଯ୍ୟରତ ଥିବା ଅଖିଲ ଭାରତୀୟ ସେବା (All India Service) ର ଅଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଅତିରିକ୍ତ ପ୍ରୋତ୍ସାହନ (ଉତ୍ତର ପୂର୍ବ AIS କ୍ୟାଡରର ଅଧିକାରୀଙ୍କ ପାଇଁ ବିଶେଷ ଭତ୍ତା) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବୋଲେରୋ ଲୁଟେରା ଗ୍ୟାଙ୍ଗ

ଏମାନଙ୍କୁ ମିଳିବ ସ୍ପେଶାଲ ଆଲାଉନ୍ସ 

Mint ରେ ପ୍ରକାଶିତ ଖବର ଅନୁଯାୟୀ, ଲଦାଖରେ ପୋଷ୍ଟ ହୋଇଥିବା AIS ଅଧିକାରୀମାନଙ୍କୁ ଅତିରିକ୍ତ ମୁଦ୍ରା ପ୍ରୋତ୍ସାହନ (additional monetary incentives) ଓ ସ୍ୱତନ୍ତ୍ର ଡ୍ୟୁଟି ଭତ୍ତା (special duty allowance) ଦିଆଯିବ । ଏହା ସେମାନଙ୍କର ମୌଳିକ ବେତନର ୨୦ ପ୍ରତିଶତ ଓ ୧୦ ପ୍ରତିଶତ ହେବ । ତେଣୁ ଲଦାଖରେ କାର୍ଯ୍ୟରତ ଥିବା AIS ଅଧିକାରୀଙ୍କ ପାଇଁ 7th CPC ପେ ମ୍ୟାଟ୍ରିକ୍ସ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବଦଳିଯିବ । ଏହି ସଂପର୍କରେ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ମଧ୍ୟ କାର୍ଯ୍ୟାଳୟ ସ୍ମାରକପତ୍ର (OM) ଜାରି କରିଛି ।

ଅଧିକ ପଢ଼ନ୍ତୁ:-ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ତେବେ ଉତ୍ତର ପୂର୍ବ ଅଞ୍ଚଳରେ ପୋଷ୍ଟ ହୋଇଥିବା AIS ଅଧିକାରୀମାନଙ୍କୁ ତାଙ୍କର ବେସିକ ବେତନର ୨୫ ପ୍ରତିଶତ ଦେୟ ଏହି ସ୍ପେଶାଲ ଆଲାଉନ୍ସ ଜୁଲାଇ ୨୦୧୭ରେ ସଂଶୋଧିତ କରାଯାଇଥିଲା । ୨୫ ଜୁଲାଇ ୨୦୧୭ରେ DoPT ସ୍ମାରକପତ୍ର ଅନୁଯାୟୀ, ମୌଳିକ ବେତନର ୨୫ ପ୍ରତିଶତ ହାରରେ ପ୍ରଦାନ କରାଯିବାକୁ ଥିବା ସ୍ୱତନ୍ତ୍ର ଭତ୍ତା ରିଭାଇଜ୍ କରାଯାଇଥିଲା, ସ୍ପେଶାଲ ଆଲାଉନ୍ସ ଓ ସ୍ପେଶାଲ ଡ୍ୟୁଟି ଆଲାଉନ୍ସରେ, ଯାହା ୨୦ ପ୍ରତିଶତ ଓ ୧୦ ପ୍ରତିଶତ ଦରରେ ସ୍ଥିର ରହିଛି ।