Coronavirus in India: ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ବର୍ତ୍ତମାନ ଯାଏ ଦେଶରେ ୧ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୯ ଲକ୍ଷ ୭୯ ହଜାର ୬୦୮ ସକ୍ରିୟ ମାମଲା ରହିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ପୁଣିଥରେ ତାଣ୍ଡବ କରୁଛି । ଦେଶରେ କୋରୋନା ସଂକ୍ରମଣ (COVID-19) ଅନିୟନ୍ତ୍ରିତ ହୋଇପଡ଼ିଛି । ନୂଆ କୋରୋନା ମାମଲା ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ପ୍ରତିଦିନ ଦୁନିଆରେ ସର୍ବାଧିକ ସଂଖ୍ୟକ ମାମଲା ଭାରତରୁ ଆସୁଛି । ଚତୁର୍ଥ ଥର ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ କୋରୋନା ମାମଲା ଚିହ୍ନଟ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୧,୯୬୮ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୭୮୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧,୮୯୯ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଏପ୍ରିଲ ୪, ୬ ଏବଂ ୭ରେ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା, ବକେୟା ମଧ୍ୟ ହେବ ଜମା
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ବର୍ତ୍ତମାନ ଯାଏ ଦେଶରେ ୧ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୯ ଲକ୍ଷ ୭୯ ହଜାର ୬୦୮ ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ଯାଏ ଦେଶରେ ୧ ଲକ୍ଷ ୬୭ ହଜାର ୬୪୨ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୯ କୋଟି ୪୩ ଲକ୍ଷ ୩୪ ହଜାର ୨୬୨ ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ୍ ଗ୍ୟାରେଣ୍ଟିଡ ଟଙ୍କା ଡବଲ ସ୍କିମ୍! ୧୦୦୦ ଟଙ୍କାରୁ କରନ୍ତୁ ଆରମ୍ଭ, ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୬,୨୮୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୨,୨୯,୫୪୭ କୋରୋନା ମାମଲା ରିପୋର୍ଟ ହୋଇଛି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭୬ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୭,୦୨୮କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ କର୍ଣ୍ଣାଟକରେ ୬,୫୭୦ ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି ତାମିଲନାଡୁରେ ୪,୨୭୬, ଗୁଜୁରାଟରେ ୪,୦୨୧, ପଞ୍ଜାବରେ ୩,୧୧୯ ଏବଂ ହରିୟାଣାରେ ୨,୮୭୨ ଜଣ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ବୁଧବାର ମହାରାଷ୍ଟ୍ରରେ ୫୯,୯୦୭ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ ୩୨୨ ଜଣଙ୍କର ମୃତ୍ୟୁ ହୋଇଥିଲା ।