କିସାନ ବିକାଶ ପତ୍ର (KVP) ପାଇଁ ଆପଣ ନିକଟସ୍ଥ ଯେକୌଣସି ଡାକଘରକୁ ଯାଇ ଫର୍ମ ପୂରଣ କରି ଏକ ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ, ଫର୍ମ ମଧ୍ୟ ଅନଲାଇନରେ ଡାଉନଲୋଡ୍ ହୋଇପାରିବ । KVP ଫର୍ମର ରାଶିର ଚେକ୍ କିମ୍ବା ନଗଦ ମାଧ୍ୟମରେ ପ୍ରଦାନ କରାଯାଇପାରିବ ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ ଗ୍ୟାରଣ୍ଟିଡ ଟଙ୍କାକୁ ଡବଲ କରିବାକୁ ଚାହୁଁଛନ୍ତି, ତେବେ କିସାନ ବିକାଶ ପତ୍ର (KVP) ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । କିସାନ ବିକାଶ ପତ୍ର ହେଉଛି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକକାଳୀନ ନିବେଶ ଯୋଜନା, ଯେଉଁଠାରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କ ଟଙ୍କା ଡବଲ ହୋଇଥାଏ । କିସାନ ବିକାଶ ପତ୍ର ଦେଶର ସମସ୍ତ ଡାକଘର ଓ ବଡ ବ୍ୟାଙ୍କରେ ଉପଲବ୍ଧ ରହିଛି । କିସାନ ବିକାଶ ପତ୍ର ଏକ ପ୍ରକାର ପ୍ରମାଣପତ୍ର ହୋଇଥାଏ । ଏଥିରେ ସୁଧ ହାର ଲେଖା ହୋଇଥାଏ । ଏହାକୁ ଦେଶ ସାରା ରହିଥିବା ଡାକଘରରୁ କିଣାଯାଇପାରିବ । ବର୍ତ୍ତମାନ ସମୟରେ ଏହା ଉପରେ ଏହା ୬.୯ ପ୍ରତିଶତ ସୁଧ ମିଳୁଛି । ଏହି ସୁଧ ହାର ଚଳିତ ବର୍ଷ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ ଅଟେ ।
ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
କିପରି ଖୋଲିବେ ଆକାଉଣ୍ଟ
କିସାନ ବିକାଶ ପତ୍ର ପାଇଁ ଆପଣ ନିକଟସ୍ଥ ଯେକୌଣସି ଡାକଘରକୁ ଯାଇ ଫର୍ମ ପୂରଣ କରି ଏକ ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ, ଫର୍ମ ମଧ୍ୟ ଅନଲାଇନରେ ଡାଉନଲୋଡ୍ ହୋଇପାରିବ । KVP ଫର୍ମର ରାଶିର ଚେକ୍ କିମ୍ବା ନଗଦ ମାଧ୍ୟମରେ ପ୍ରଦାନ କରାଯାଇପାରିବ ।
ପ୍ରଶ୍ନ: କେଉଁ ସମୟରେ ଟଙ୍କା ଡବଲ ହୋଇଥାଏ?
ଉତ୍ତର - ଯଦି ଆପଣ କିସାନ ବିକାଶ ପତ୍ରରେ ଟଙ୍କା ଲଗାଉଛନ୍ତି, ତେବେ ବର୍ତ୍ତମାନର ବାର୍ଷିକ ସୁଧ ହାର ୬.୯ ପ୍ରତିଶତ ଅନୁଯାୟୀ ଏହା ପ୍ରାୟ ୧୦ ବର୍ଷ ୪ ମାସ ମଧ୍ୟରେ ଡବଲ ହୋଇପାରେ ।
ଅଧିକ ପଢ଼ନ୍ତୁ:-ଆପଣଙ୍କୁ ମିଳୁଛି କି LPG ସବସିଡି? ମୋବାଇଲରେ ଏହିପରି କରନ୍ତୁ ଚେକ୍
ପ୍ରଶ୍ନ: ଏଥିରେ ଟଙ୍କା ରଖିବା ଉପରେ ଟିକସ ରିହାତି ଅଛି କି?
ଉତ୍ତର - ଆପଣ କିସାନ ବିକାଶ ପତ୍ର ଉପରେ ମଧ୍ୟ ଟିକସ ସୁବିଧା ପାଇବେ । ଏହି ଯୋଜନାରେ ଉତ୍ସରେ ଟିକସ କଟାଯାଇନଥାଏ । ଅର୍ଥାତ୍ ଆପଣଙ୍କୁ TDS କାଟ କରି ପରିପକ୍ୱତାର ଅର୍ଥ ଦିଆଯାଇନଥାଏ । ତଥାପି, ଆପଣ 80C ଅନ୍ତର୍ଗତ ଏଥିରୁ ଛାଡ ପାଇପାରିବେ ନାହିଁ ।
ପ୍ରଶ୍ନ: ଏହାକୁ କିଏ କିଣି ପାରିବେ?
ଉତ୍ତର - କିସାନ ବିକାଶ ପତ୍ରରେ ଟଙ୍କା ରଖିବା ପାଇଁ ଅତି କମରେ ୧୮ ବର୍ଷ ବୟସ ହେବା ଆବଶ୍ୟକ । ହିନ୍ଦୁ ଅବିଭକ୍ତ ପରିବାର (HUF) ଓ NRI ଏହି ଯୋଜନାରେ ନିବେଶ କରିପାରିବେ ନାହିଁ ।
ଅଧିକ ପଢ଼ନ୍ତୁ:-ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍
ପ୍ରଶ୍ନ: କେତେ ଟଙ୍କା ପର୍ଯ୍ୟନ୍ତ ରଖାଯାଇପାରିବ?
ଉତ୍ତର - ଡାକଘର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥିରେ ସର୍ବନିମ୍ନ ନିବେଶ ୧୦୦୦ ଟଙ୍କା ହେବା ଆବଶ୍ୟକ । ୧୦୦୦ ଟଙ୍କାର ମଲ୍ଟିପଲରେ ଯେକୌଣସି ରାଶି ନିବେଶ ହୋଇପାରିବ ।
ପ୍ରଶ୍ନ: ମଝିରେ ଟଙ୍କା ପ୍ରତ୍ୟାହାର କରାଯାଇପାରିବ କି?
ଉତ୍ତର - ବିଶେଷଜ୍ଞମାନେ କହିଛନ୍ତି ଯେ ଟଙ୍କା ପ୍ରତ୍ୟାହାର କରିବାକୁ ହେଲେ ଆପଣଙ୍କୁ ଅତି କମରେ ୨.୫ ବର୍ଷର ଅପେକ୍ଷା କରିବାକୁ ପଡିବ । ଏଥିରେ ଅଢ଼େଇ ବର୍ଷର ଏକ ଲକ୍-ଇନ୍ ଅବଧି ରଖାଯାଇଛି ।