Coronavirus in India: ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ଯାଏ ୧,୩୬,୮୯,୪୫୩ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ ସମୟରେ ୧୨,୬୪,୬୯୮ ସକ୍ରିୟ କୋରୋନା ମାମଲା ରହିଛି । କୋରୋନା କାରଣରୁ ବର୍ତ୍ତମାନ ଯାଏ ଦେଶରେ ୧,୭୧,୦୫୮ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏଥି ସହିତ ୧,୨୨,୫୩,୬୯୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧,୬୧,୭୩୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୮୭୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଗତ ୨୪ ଘଣ୍ଟାରେ ୯୭,୧୬୮ ସଂକ୍ରମିତ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି ।
ଅଧିକ ପଢ଼ନ୍ତୁ:-LIC ର ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା!
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ଯାଏ ୧,୩୬,୮୯,୪୫୩ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ ସମୟରେ ୧୨,୬୪,୬୯୮ ସକ୍ରିୟ କୋରୋନା ମାମଲା ରହିଛି । କୋରୋନା କାରଣରୁ ବର୍ତ୍ତମାନ ଯାଏ ଦେଶରେ ୧,୭୧,୦୫୮ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏଥି ସହିତ ୧,୨୨,୫୩,୬୯୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ
ସୋମବାର ମହାରାଷ୍ଟ୍ରରେ ୫୧,୭୫୧ କୋରୋନା ଭୂତାଣୁ ମାମଲା ସାମ୍ନାକୁ ଆସିଥିଲା । ଏହାସହ ମହାମାରୀ ଯୋଗୁଁ ୨୫୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୬୩,୨୯୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୩୪,୫୮,୯୯୬ କୋରୋନା ମାମଲା ଚିହ୍ନଟ ହୋଇସାରିଛି ଏବଂ ମୃତକଙ୍କ ସଂଖ୍ୟା ୫୮,୨୪୫ରେ ପହଞ୍ଚିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ୫,୬୪,୭୪୬ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋଭିଡ-19ର ସର୍ବାଧିକ ୧୧,୪୯୧ ନୂତନ ମାମଲା ଚିହ୍ନଟ ହୋଇଛି । ଏହାସହ ଆହୁରି ୭୨ ଜଣଙ୍କର ମୃତ୍ୟୁ ହୋଇଛି । ତଥ୍ୟ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦର ୯.୪୩ ପ୍ରତିଶତ ବଢ଼ି ୧୨.୪୪ ପ୍ରତିଶତକୁ ପହଞ୍ଚିଛି । ଡିସେମ୍ବର ୫ ପରେ ଦିଲ୍ଲୀରେ ଏହା ସର୍ବାଧିକ ସଂଖ୍ୟକ ମୃତ୍ୟୁ ମାମଲା ଥିଲା । ଡିସେମ୍ବର ୫ରେ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ବର୍ଷ ନଭେମ୍ବର ୧୯ରେ ସର୍ବାଧିକ ୧୩୧ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡରେ ୧୩,୫୭୬ କୋରୋନା ଭୂତାଣୁ ମାମଲା ସାମ୍ନାକୁ ଆସିଛି । ଏହାପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪,୫୬,୮୭୩ କୋରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ସୋମବାର ରାଜ୍ୟରେ ୧୬୨ ଜଣ ଲୋକ ସଂକ୍ରମଣମୁକ୍ତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୪,୨୭୪ ଜଣ ଲୋକ ଆଇସୋଲେଶନରେ ଅଛନ୍ତି ।