ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ
Advertisement

ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ

Coronavirus in India: ଅନ୍ୟପକ୍ଷରେ ଲଗାତର ନୂତନ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଗତ ୬ ମାସ ମଧ୍ୟରେ ଗୋଟିଏ ଦିନ ମୃତ୍ୟୁ ବରଣ କରିଥିବା ଏହା ହେଉଛି ସର୍ବାଧିକ ସଂଖ୍ୟକ ଲୋକ । 

ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଭାରତରେ ପୁଣିଥରେ କୋରୋନା ସଙ୍କଟ ଦେଖାଦେଇଛି । ଦେଶରେ କୋରୋନା ମାମଲାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । କୋରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୯ ହଜାର ୯୧୪ ମାମଲା ରିପୋର୍ଟ ହୋଇଛି । ଏହା ଦେଶରେ ଗୋଟିଏ ଦିନରେ ମିଳିଥିବା ସର୍ବାଧିକ ସଂଖ୍ୟକ ମାମଲା । ଏହାପୂର୍ବରୁ ଏପ୍ରିଲ ୧୦ରେ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ି ହୋଇଯିବ ୨୮ ପ୍ରତିଶତ! ଦରମା-ପେନସନରେ ମଧ୍ୟ ହେବ ବୃଦ୍ଧି

ଅନ୍ୟପକ୍ଷରେ ଲଗାତର ନୂତନ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଗତ ୬ ମାସ ମଧ୍ୟରେ ଗୋଟିଏ ଦିନ ମୃତ୍ୟୁ ବରଣ କରିଥିବା ଏହା ହେଉଛି ସର୍ବାଧିକ ସଂଖ୍ୟକ ଲୋକ । ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ୧୭ରେ ସର୍ବାଧିକ ୧,୦୩୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦,୫୮୪ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ସକ୍ରିୟ କୋରୋନା ମାମଲା ୧୨ ଲକ୍ଷ ପାର ରହିଛି । ଦେଶରେ ବର୍ତ୍ତମାନ ୧୨,୦୧,୦୦୦ ସକ୍ରିୟ କୋରୋନା ମାମଲା ରହିଛି ।

ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷ ୭୦ ହଜାର ୧୭୯ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସେପଟେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । 

ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏପରି ଲୋକଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ଯୋଜନା'ର ଟଙ୍କା!

ଅନ୍ୟପଟେ ମହାରାଷ୍ଟ୍ରର କୋରୋନା ମାମଲା ବିଷୟରେ କହିବାକୁ ଗଲେ ଏହା ଅତ୍ୟନ୍ତ ଚିନ୍ତାଜନକ । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩,୨୯୪ କୋରୋନା ମାମଲା ଚିହ୍ନଟ ହୋଇଛି । ଏଥି ସହିତ ୩୪୯ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି ।