ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ
Advertisement
Article Detail0/zeeodisha/odisha895937

ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ

Coronavirus in India: କୋରୋନା ସଂକ୍ରମଣର ତାଣ୍ଡବ ବନ୍ଦ ହେବା ପରି ମନେ ହେଉନାହିଁ । ସବୁ ସ୍ଥାନରେ ଭୟର ବାତାବରଣ ରହିଛି । ଦେଶରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କୋରୋନା ମାମଲା ପଞ୍ଜିକୃତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ କୋରୋନା ମାମଲା

ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: କୋରୋନା ସଂକ୍ରମଣର ତାଣ୍ଡବ ବନ୍ଦ ହେବା ପରି ମନେ ହେଉନାହିଁ । ସବୁ ସ୍ଥାନରେ ଭୟର ବାତାବରଣ ରହିଛି । ଦେଶରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କୋରୋନା ମାମଲା ପଞ୍ଜିକୃତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩୯୮୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନାରୁ ୩,୨୯,୧୧୩ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ, ଏପ୍ରିଲ୍ ୩୦ରେ ଦେଶରେ ୪,୦୧,୯୯୩ ନୂଆ ମାମଲା ଚିହ୍ନଟ ହୋଇଥିଲା । ସାରା ବିଶ୍ୱରେ ପ୍ରାୟ ୪୦ ପ୍ରତିଶତ ମାମଲା ପ୍ରତିଦିନ କେବଳ ଭାରତରେ ରେକର୍ଡ ହେଉଛି ।

ଅଧିକ ପଢ଼ନ୍ତୁ:-ଲଗାତର ତୃତୀୟ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଦେଶରେ ବର୍ତ୍ତମାନ ଯାଏ ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୩୫ ଲକ୍ଷ ୬୬ ହଜାର ୩୯୮ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ ଲକ୍ଷ ୩୦ ହଜାର ୧୬୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମେ ୫ ଯାଏ ଦେଶରେ ମୋଟ ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ କୋରୋନା ଟିକାର ଡୋଜ ଲାଗି ସାରିଛି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ଦେଶରେ କୋରୋନା ମୃତ୍ୟୁ ହାର ୧.୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୨ ପ୍ରତିଶତରୁ ଅଧିକ ରହିଛି । ଦେଶରେ ସକ୍ରିୟ ମାମଲା ୧୭ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।