ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement

ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୬ ଲକ୍ଷ ୧୩ ହଜାର  ୯୯୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ଯାହା ଫଳରେ ପୁଣିଥରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ବିଗତ କିଛି ଦିନ ହେବ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୬୪୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୨୯୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୩୭୬୫ ସଂକ୍ରମିତ ମାମଲା ବଢ଼ିଯାଇଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୬ ଲକ୍ଷ ୧୩ ହଜାର  ୯୯୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୮ ହଜାର ୯୨୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୩ ହଜାର ୮୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-RBI ବାତିଲ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁଲାଇ ୩୦ ପର୍ଯ୍ୟନ୍ତ ସାରା ଦେଶରେ ୪୬ କୋଟି ୧୫ ଲକ୍ଷ  ୧୮  ହଜାର ୪୭୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ଲକ୍ଷ ୯୯ ହଜାର ୦୩୬ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୬ କୋଟି ୬୪ ଲକ୍ଷ ୨୭ ହଜାର ୦୩୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୭୬ ହଜାର ୩୧୫ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୮ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

୮ଟି ରାଜ୍ୟରେ ଲକଡାଉନ୍ ପରି ପ୍ରତିବନ୍ଧକ

ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଲାଭ

୨୩ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ୍ 

ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ତାଲା ପଡିଛି । ଏଠାରେ ପ୍ରତିବନ୍ଧକ ସହିତ ରିହାତି ମଧ୍ୟ ଅଛି । ଏଥିମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ଆସାମପୁର ପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ ରହିଛି ।