କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୭୧ ସଂକ୍ରମିତ
Advertisement

କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୭୧ ସଂକ୍ରମିତ

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । 

କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୭୧ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ରେକର୍ଡ କରାଯାଇଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୨୫୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪,୯୬୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ସୋମବାର ୧୨,୨୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୭ ଲକ୍ଷ ୬୩ ହଜାର ୭୨୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୧ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫,୯୫୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୧ ଲକ୍ଷ ୧୮ ହଜାର ୭୪୪ ସକ୍ରିୟ ମାମଲା ରହିଛି ।

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ LPG ସିଲିଣ୍ଡର ବୁକିଂ କଲେ ମିଳିବ ସୁନା! ଜାଣନ୍ତୁ ନବରାତ୍ରୀ ଗୋଲ୍ଡ ଅଫର ବିଷୟରେ...

ଅଧିକ ପଢ଼ନ୍ତୁ:-ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ଖାଦ୍ୟ ଶସ୍ୟ! ଜାଣନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୯ ଲକ୍ଷ ୧୫ ହଜାର ୫୬୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୨ ଲକ୍ଷ ୨୫ ହଜାର ୨୨୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨ ଲକ୍ଷ ୪୦ ହଜାର ୨୨୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୫୦ ହଜାର ୧୨୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅକ୍ଟୋବର ୬ ପର୍ଯ୍ୟନ୍ତ ସାରା ଦେଶରେ ୯୩ କୋଟି ୧୭ ଲକ୍ଷ ୧୭ ହଜାର ୧୯୧ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ୱ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୫୮ କୋଟି ୪୩ ହଜାର ୧୯୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୮୫ ହଜାର ୭୦୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।