Coronavirus in India: ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରୁଛି । ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରୁଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଦେଶରେ କୋରୋନା ମାମଲାରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ କୋରୋନା ଭୂତାଣୁ ରିପୋର୍ଟ ହୋଇଛି । ଏଥି
Trending Photos
ନୂଆଦିଲ୍ଲୀ: Coronavirus in India: ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରୁଛି । ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରୁଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଦେଶରେ କୋରୋନା ମାମଲାରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ କୋରୋନା ଭୂତାଣୁ ରିପୋର୍ଟ ହୋଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୭୮ ହଜାର ୭୪୧ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୧୦୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୪ ହଜାର ୩୯୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୩୫ ଲକ୍ଷ ୧୬ ହଜାର ୯୯୭ ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ଯାଏ ମୋଟ ୧୮ କୋଟି ୨୯ ଲକ୍ଷ ୨୬ ହଜାର ୪୬୦ କୋରୋନା ଟିକାର ଡୋଜ୍ ଲାଗିସାରିଛି ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) କହିଛି ଯେ ଗତକାଲି ଭାରତରେ କୋରୋନା ଭାଇରସ ପାଇଁ ୧୫ ଲକ୍ଷ ୭୩ ହଜାର ୫୧୫ ନମୁନା ପରୀକ୍ଷା କରାଯାଇଥିଲା । ଯାହା ପରେ ଗତକାଲି ପର୍ଯ୍ୟନ୍ତ ସମୁଦାୟ ୩୧ କୋଟି ୬୪ ଲକ୍ଷ ୨୩ ହଜାର ୬୫୮ ନମୁନା ପରୀକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ସେପଟେ ଆଜି ରାଜଧାନୀ ଦିଲ୍ଲୀରେ କୋଭିଡ ଉପରେ ଗ୍ରୁଫ ଅଫ ମିନିଷ୍ଟର୍ସଙ୍କ ବୈଠକ ହେବ । ଏହି ବୈଠକର ଅଧ୍ୟକ୍ଷତା ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରିବେ । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ, ରାସାୟନିକ ଏବଂ ସାର ମନ୍ତ୍ରୀ ମନସୁଖ ମଣ୍ଡଭିଆ, ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପାଲ ଯୋଗଦେବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ ।