ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Advertisement

ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭାରତର ଅନେକ ରାଜ୍ୟରେ ପାର୍ବଣ ଋତୁ ଯୋଗୁଁ କୋରୋନା ଭୂତାଣୁ ସଂକ୍ରମଣ (Coronavirus Positive) ର ଆଶଙ୍କା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ପାର୍ବଣ ଋତୁ ଯୋଗୁଁ କୋରୋନା ସଂକ୍ରମଣ ମାମଲା ବୃଦ୍ଧି

ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ଅନେକ ରାଜ୍ୟରେ ପାର୍ବଣ ଋତୁ ଯୋଗୁଁ କୋରୋନା ଭୂତାଣୁ ସଂକ୍ରମଣ (Coronavirus Positive) ର ଆଶଙ୍କା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ପାର୍ବଣ ଋତୁ ଯୋଗୁଁ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ବିଷୟ ଏହା ଯେ ଗତ ପାଞ୍ଚ ସପ୍ତାହ ମଧ୍ୟରେ କୋରୋନା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-'ଯଦି ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଭାରତର ପରାଜୟ ସୁନିଶ୍ଚିତ'

କେବଳ ୫ଟି ରାଜ୍ୟରୁ ୪୯.୪ ପ୍ରତିଶତ ମାମଲା 

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରୁ ୪୯.୪ ପ୍ରତିଶତ କୋରୋନା ମାମଲା ସାମ୍ନାକୁ ଆସିଛି । ପାର୍ବଣ ଋତୁ ମଧ୍ୟ ଏହାର ଏକ ବଡ଼ କାରଣ ହୋଇପାରେ । ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଏବଂ ଆମେ ଏହି ରାଜ୍ୟଗୁଡ଼ିକର ସରକାରମାନଙ୍କ ସହିତ ନିରନ୍ତର ଆଲୋଚନା କରୁଛୁ । କୋଭିଡ-19ର ମୋଟ ସକ୍ରିୟ ମାମଲାର ୭୮ ପ୍ରତିଶତ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅଛି ।

ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !

୫ ସପ୍ତାହରୁ ମୃତ୍ୟୁ ହାର ହ୍ରାସ ପାଇଛି 

ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-19ରୁ ହୋଇଥିବା ମୃତ୍ୟୁରେ ୫୮ ପ୍ରତିଶତ ମାମଲା ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି । ଏଥିମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ ଏବଂ କର୍ଣ୍ଣାଟକ ସାମିଲ ରହିଛି । ପ୍ରକାଶ ଥାଉକି, ଗତ ପାଞ୍ଚ ସପ୍ତାହ ଧରି ଭାରତରେ କୋଭିଡ-19ର ମୃତ୍ୟୁର ଗ୍ରାଫ ତଳକୁ ଖସି ଆସିଛି । ଭାରତରେ କୋରୋନା ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।