ଗ୍ଲୋବାଲ ଟାଇମ୍ସ ଖବରକାଗଜର ମୁଖ୍ୟ ରିପୋର୍ଟର ତଥା ଓପିନିୟନ ରାଇଟର ୱାଙ୍ଗ ୱେନୱେନ (Wang Wenwen) ଏହି ଆର୍ଟିକିଲରେ କହିଛନ୍ତି ଯେ, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ (Uttar Pradesh BJP President) ସ୍ୱତନ୍ତ୍ର ଦେବ ସିଂ (Swatantra Dev Singh) ଏହା କହି ହଇଚଇ ସୃଷ୍ଟି କରିଛନ୍ତି ଯେ ପିଏମ ମୋଦି ପ୍ରଥମରୁ ହିଁ ସ୍ଥିର କରିସାରିଛନ୍ତି ଯେ ଚୀନ (China) ଓ ପାକିସ୍ତାନ (Pakistan) ସହିତ ଭାରତ କେତେବେଳେ ଯୁଦ୍ଧ କରିବ ।
Trending Photos
ନୂଆଦିଲ୍ଲୀ: ପୁଣି ଭାରତକୁ ଚେତାବନୀ ଦେଲା ଚୀନ । ଏଥର ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ( Global Times) ଭାରତକୁ ଚେତବାନୀ ଜାରି କରି ଏକ ଆର୍ଟିକାଲ ଲେଖିଛି । ଯେଉଁଥିରେ ଦାବି କରାଯାଇଛି ଯେ, ଯଦି ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହୁଏ । ତେବେ ଭାରତର ପରାଜୟ ସୁନିଶ୍ଚିତ । କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ ସହିତ ଜଡିତ ଗ୍ଲୋବାଲ୍ ଟାଇମ୍ସ ଖବରକାଗଜରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ, ଯଦି ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଭାରତର ପରାଜୟ ନିଶ୍ଚିତ ।
ଗ୍ଲୋବାଲ ଟାଇମ୍ସ ଖବରକାଗଜର ମୁଖ୍ୟ ରିପୋର୍ଟର ତଥା ଓପିନିୟନ ରାଇଟର ୱାଙ୍ଗ ୱେନୱେନ (Wang Wenwen) ଏହି ଆର୍ଟିକିଲରେ କହିଛନ୍ତି ଯେ, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ (Uttar Pradesh BJP President) ସ୍ୱତନ୍ତ୍ର ଦେବ ସିଂ (Swatantra Dev Singh) ଏହା କହି ହଇଚଇ ସୃଷ୍ଟି କରିଛନ୍ତି ଯେ ପିଏମ ମୋଦି ପ୍ରଥମରୁ ହିଁ ସ୍ଥିର କରିସାରିଛନ୍ତି ଯେ ଚୀନ (China) ଓ ପାକିସ୍ତାନ (Pakistan) ସହିତ ଭାରତ କେତେବେଳେ ଯୁଦ୍ଧ କରିବ ।
ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଆର୍ଟିକିଲରେ କୁହାଯାଇଛି ଯେ, ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଦାବିରୁ ଭାରତର ଲୋକଙ୍କ ମଧ୍ୟରେ ଭୁଲ ଧାରଣା ସୃଷ୍ଟି କରିବ ଯେ ଭାରତ ଏତେ ଶକ୍ତିଶାଳୀ ଯେ ଚୀନ୍ ଓ ପାକିସ୍ଥାନ ସହ ଯୁଦ୍ଧରେ ସେମାନଙ୍କର ବିଜୟ ହେବ । ୱାଙ୍ଗ ୱେନୱେନ୍ କହିଛନ୍ତି ଯେ ସାମରିକ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଚୀନ୍ ଭାରତଠାରୁ ଅଧିକ ଶକ୍ତିଶାଳୀ ।
ଗ୍ଲୋବାଲ ଟାଇମ୍ସର ଏହି ଆର୍ଟିକାଲରେ କୁହାଯାଇଛି ଯେ, ରାଜନୈତିକ ଦୃଷ୍ଟିରୁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି, କିନ୍ତୁ ଚୀନ୍ ସହିତ ଯୁଦ୍ଧ ହେଲେ ପରାଜୟ ନିଶ୍ଚିତ । ଆର୍ଟିକିଲ ଅନୁଯାୟୀ, ଚୀନ୍ ସହ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଭଲ ସଙ୍କେତ ପଠାଇବା ଆବଶ୍ୟକ । ଯୁଦ୍ଧ ପ୍ରିୟ ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ ।
ଅଧିକ ପଢ଼ନ୍ତୁ:-ଆମେରିକାର ଉଦ୍ୟମ ବିଫଳ, ପୁଣି ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ!
ଗ୍ଲୋବାଲ ଟାଇମ୍ସ ଆର୍ଟିକିଲରେ ଏହା ମଧ୍ୟ କୁହାଯାଇଛି ଯେ, ବିଜେପିର ଉତ୍ତରପ୍ରଦେଶର ପ୍ରମୁଖ ସରକାରୀ ଭାବେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରୁନାହାଁନ୍ତି । ନା ହିଁ ତାଙ୍କ ପାଖରେ ସାମରିକ କିମ୍ବା ସରକାରର ଦାୟିତ୍ୱ ରହିଛି । ତେଣୁ ଯେତେବେଳେ ସେ ଯୁଦ୍ଧ ବିଷୟରେ କହିଥିଲେ ସେତେବେଳେ ସେ ପାୱାର ପଲିଟିକ୍ସ ବିଷୟରେ କହୁଥିଲେ ।
ଗ୍ଲୋବାଲ ଟାଇମ୍ସ ଆର୍ଟିକିଲରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୧୮ ଶେଷରେ ବିଜେପି ପାଞ୍ଚଟି ରାଜ୍ୟରେ ନିର୍ବାଚନରେ ହାରିଯାଇଥିଲା ଯେଉଁଥିରୁ ବିଜେପିର ଶାସନ କରିବାର କ୍ଷମତା ଉପରେ ସନ୍ଦେହ ବଢ଼ିଯାଇଛି । ସ୍ୱତନ୍ତ୍ର ଦେବ ସିଂ ବିଜେପିର ସୁନାମ ଅର୍ଜନ କରିବାରେ ସାହାଯ୍ୟ କରିନାହାଁନ୍ତି, ବରଂ ଫଳାଫଳ ବିଷୟରେ ଚିନ୍ତା ନକରି ଯୁଦ୍ଧ ସ୍ଥିତି ଉତ୍ପନ୍ନ କରୁଥିବା କଥା କହିଛନ୍ତି ।
ଅଧିକ ପଢ଼ନ୍ତୁ:-ଚୀନର ୱୁହାନରୁ ପୁଣି ଆସିଲା ଦୁନିଆ ପାଇଁ ଚିନ୍ତା ବଢ଼ାଇଲା ଭଳି ଖବର
ୱାଙ୍ଗ ୱେନୱେନ୍ ଆର୍ଟିକାଲରେ କହିଛନ୍ତି ଯେ, ଯଦି ଭାରତ କୌଣସି ଯୁଦ୍ଧରେ ଜିତିବାକୁ ଚାହୁଁଛି, ତେବେ କୋରୋନା ଭୂତାଣୁ ବିରୋଧରେ ଯୁଦ୍ଧ ଜିତିବା ଉପରେ ଧ୍ୟାନ ଦେବା ଉଚିତ୍ । ଦୁର୍ଭାଗ୍ୟର ବିଷୟ, ଭାରତର ବଡ଼ ପରାଜୟ ହୋଇଛି । କୋରୋନା ଭୂତାଣୁ ସଂକ୍ରମଣରେ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଏବଂ ମାମଲା ଏବେ ମଧ୍ୟ ବୃଦ୍ଧି ପାଉଛି ।