ଭାରତ ବାୟୋଟେକ୍ (Bharat Biotech) କୋଭ୍ୟାକ୍ସିନ୍ (Covaxin) ପ୍ରସ୍ତୁତ କରିଛି । କମ୍ପାନୀ ଏହାର ଫ୍ୟାକ୍ଟସିଟରେ କହିଛି ଯେ, ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ୍ ନୁହେଁ ।
Trending Photos
ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ମଧ୍ୟରେ ଭାରତ ସରକାର (Indian Govt) ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକା (COVID-19 Vaccine) ଲଗାଇବା କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି ଟିକା ବିଷୟରେ ଲୋକଙ୍କ ମଧ୍ୟରେ ଏକ ଅଜବ ଭୟ ମଧ୍ୟ ରହିଛି । ଟିକାକରଣର (Vaccination) ର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଲୋକମାନେ ଅଧିକ ଚିନ୍ତିତ ଅଛନ୍ତି । ବାସ୍ତବରେ, କେତେକ ମାମଲାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ପରେ ଲୋକମାନେ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଭାରତରେ କୋଭିଶିଲ୍ଡ (Covishield) ଓ କୋଭ୍ୟାକ୍ସିନ (Covaxin) ଦ୍ୱାରା ଜାରି ହୋଇଥିବା ଫ୍ୟାକ୍ଟସିଟ୍ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯେଉଁଥିରେ କୁହାଯାଇଛି ଯେ କେଉଁ ଲୋକଙ୍କୁ ଏହି ଟିକା ଲଗାଇବା ଉଚିତ ନୁହେଁ ।
କେଉଁମାନଙ୍କୁ କୋଭାକ୍ସିନ ନେବା ଉଚିତ୍ ନୁହେଁ
ଭାରତ ବାୟୋଟେକ୍ (Bharat Biotech) କୋଭ୍ୟାକ୍ସିନ୍ (Covaxin) ପ୍ରସ୍ତୁତ କରିଛି । କମ୍ପାନୀ ଏହାର ଫ୍ୟାକ୍ଟସିଟରେ କହିଛି ଯେ, ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ୍ ନୁହେଁ ।
ପ୍ରଥମ ଡୋଜ ପରେ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସିଲେ କିମ୍ବା ସାଂଘାତିକ ସଂକ୍ରମଣ ଏବଂ ଉଚ୍ଚ ଜ୍ୱର ହୋଇଥିଲେ ମଧ୍ୟ ଏହି ଟିକା ଗ୍ରହଣ କରାଯିବା ଉଚିତ ନୁହେଁ । ଯେଉଁମାନେ ଅନ୍ୟ କୌଣସି ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି, ସେମାନେ କୋଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେବା ଉଚିତ୍ ନୁହେଁ । ଟିକା ନେବା ପୂର୍ବରୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉଲ୍ଲେଖ କରାଯାଇଥିବା ଅନ୍ୟାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ମଧ୍ୟ ଜାଣି ନିଅନ୍ତୁ ।
କୋଭ୍ୟାକ୍ସିନ୍ ପୂର୍ବରୁ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଟିକା ଦେବାକୁ ମନା କରିଦେଇଥିଲେ । ଏହି ମହିଳାଙ୍କ ଉପରେ ଟିକା ପରୀକ୍ଷା କରାଯାଇ ନାହିଁ ବୋଲି କମ୍ପାନୀ ଦାବି କରିଥିଲା । ଫ୍ୟାକ୍ଟସିଟରେ ଦର୍ଶାଯାଇଛି ଯେ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ଲଗାଇବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଅବଗତ କରାଇବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ:-ପୁରୁଣା କଟକଣା ସହ ଫେରିଲା ସଟଡାଉନ୍
କେଉଁମାନଙ୍କୁ କୋଭିଶିଲ୍ଡ ଲଗାଇବା ଉଚିତ୍ ନୁହେଁ
କୋଭିଶିଲ୍ଡ (Covishield) ରେ ବ୍ୟବହୃତ ଉପାଦାନଗୁଡ଼ିକ ହେଉଛି ଏଲ-ହିଷ୍ଟିଡାଇନ (L-histidine), ଏଲ-ହିଷ୍ଟିଡାଇନ ହାଇଡ୍ରୋକ୍ଲୋରାଇଡ ମୋନୋହାଇଡ୍ରେଟ (L-histidine hydrochloride monohydrate), ଡିସୋଡିୟମ ଏଡିଟେଟ ଡାଇହାଇଡ୍ରେଟ୍ ବା disodium edible dihydrate (EDTA) ଏବଂ ଇଞ୍ଜେକ୍ସନ୍ ପାଇଁ ପାଣି । ଏହାର ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହିତ ପରାମର୍ଶ କରିବା ଉଚିତ୍ ।
ଭାରତରେ ଲଗାଯାଉଥିବା ଦ୍ୱିତୀୟ ଟିକା ହେଉଛି 'ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ' (Serum Institute) ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ । ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଛି । କୋଭିଶିଲ୍ଡରେ ଥିବା ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ୍ ନୁହେଁ ।
ଉଭୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଫ୍ୟାକ୍ଟ ସିଟ୍ ଦର୍ଶାଇଛି ଯେ, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା, ଆଲର୍ଜି ସମସ୍ୟା, ଜ୍ୱର, ଇମ୍ୟୁନୋ-କୋମ୍ପ୍ରୋମାଜ୍ଡ କିମ୍ବା ଯଦି ଆପଣ ଅନ୍ୟ କୌଣସି ଟିକା ନେଇଥିବେ, ତେବେ ଏହି ସମସ୍ତ ବିବରଣୀ କୁହନ୍ତୁ । ବିସ୍ତୃତ ଭାବରେ ଉଭୟ କୋଭିଶିଲ୍ଡ ଓ କୋଭ୍ୟାକ୍ସିନ ଟିକା ପିଲାମାନଙ୍କୁ ଦିଆଯାଉ ନାହିଁ, କାରଣ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ ।
ଅଧିକ ପଢ଼ନ୍ତୁ:-ମୋଦି ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କେନ୍ଦ୍ର କର୍ମଚାରୀଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ
ଟିକାର ପାର୍ଶ୍ୱ ପ୍ରତିକ୍ରିୟା
ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭରତ ବାୟୋଟେକ୍ ସେମାନଙ୍କର କୋରୋନା ଭାଇରସ୍ ଟିକାର ବିପଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି । ଏଥିରେ ଇଞ୍ଜେକ୍ସନ୍ ସ୍ଥାନରେ ଫୁଲା, ଯନ୍ତ୍ରଣା, ଲାଲ ରଙ୍ଗ ହେବା ପରିଲକ୍ଷଣ ସାମିଲ ରହିଛି । ଏଗୁଡ଼ିକ ବ୍ୟତୀତ କିଛି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଅଛି ଯେପରିକି ହାତରେ କିଛି ସମସ୍ୟା, ଇଞ୍ଜେକ୍ସନ ନେଥିବା ବାହୁରେ ଦୁର୍ବଳତା, ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଜ୍ୱର, ଅସ୍ଥିରତା, ଥକ୍କା, ଦାଗ, ବାନ୍ତି ।