ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha958715

ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଏହାପୂର୍ବରୁ ଗୁରୁବାର ଦେଶରେ ୪୨,୯୮୨ ନୂତନ ମାମଲା ଚିହ୍ନଟ ହୋଇଥିଲା ଏବଂ ୫୩୩ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅର୍ଥାତ୍ ଆଜି ପୂର୍ବ ଦିନଠାରୁ ପ୍ରାୟ ଚାରି ପ୍ରତିଶତ ଅଧିକ କୋରୋନା ମାମଲା ଆସିଛି । ଅଗଷ୍ଟରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅଗଷ୍ଟ ୨ ରେ ମାତ୍ର ଗୋଟିଏ ଦିନ ମାମଲା ହ୍ରାସ ପାଇଥିଲା । 

ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତର କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ପ୍ରତିଦିନ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୪୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୯୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୩,୦୮୩ ସଂକ୍ରମିତ ମାମଲା ବଢ଼ିଯାଇଛି । 

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହାପୂର୍ବରୁ ଗୁରୁବାର ଦେଶରେ ୪୨,୯୮୨ ନୂତନ ମାମଲା ଚିହ୍ନଟ ହୋଇଥିଲା ଏବଂ ୫୩୩ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅର୍ଥାତ୍ ଆଜି ପୂର୍ବ ଦିନଠାରୁ ପ୍ରାୟ ଚାରି ପ୍ରତିଶତ ଅଧିକ କୋରୋନା ମାମଲା ଆସିଛି । ଅଗଷ୍ଟରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅଗଷ୍ଟ ୨ ରେ ମାତ୍ର ଗୋଟିଏ ଦିନ ମାମଲା ହ୍ରାସ ପାଇଥିଲା । 

ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୨,୦୪୦ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୯୩ ହଜାରକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ହେତୁ ୧୧୭ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୭,୩୨୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩୨ ଲକ୍ଷ ୯୭ ହଜାର ୮୩୪ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି । ଏହି ସମୟରେ ୧,୭୭,୯୨୪ ରୋଗୀ ଚିକିତ୍ସିତ ହେଉଛନ୍ତି । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ବର୍ତ୍ତମାନ ଟ୍ରେନରେ ମିଳିବ ନାହିଁ ଏହି ସ୍ୱତନ୍ତ୍ର ସୁବିଧା

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୮ ଲକ୍ଷ ୫୬ ହଜାର    କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୦ ଲକ୍ଷ ୧୫ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୧୪ ହଜାର ୧୫୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୬ ହଜାର ୭୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଅଗଷ୍ଟ ୫ ପର୍ଯ୍ୟନ୍ତ ସାରା ଦେଶରେ ୪୯ କୋଟି ୫୩ ଲକ୍ଷ ୨୭ ହଜାର ୫୯୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ଲକ୍ଷ ୯୭ ହଜାର ୮୦୮ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୭ କୋଟି ୬୫ ଲକ୍ଷ ୩୩ ହଜାର ୬୫୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୪୦ ହଜାର ୨୮୭ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଅଧିକ ପଢ଼ନ୍ତୁ:-ଭବିଷ୍ୟତରେ କୋହଲିଙ୍କ ସ୍ଥାନରେ ଏହି ୩ ଖେଳାଳି ହୋଇପାରନ୍ତି ଭାରତର ପରବର୍ତ୍ତୀ ଅଧିନାୟକ

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୯ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।