କୋରୋନା ମାମଲାରେ ସାମାନ୍ୟ ହ୍ରାସ, କିନ୍ତୁ ବଢ଼ିଛି ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha959416

କୋରୋନା ମାମଲାରେ ସାମାନ୍ୟ ହ୍ରାସ, କିନ୍ତୁ ବଢ଼ିଛି ମୃତ୍ୟୁ ସଂଖ୍ୟା

Coronavirus in India: ଶୁକ୍ରବାର କେରଳରେ କୋଭିଡର ୧୯,୯୪୮ ନୂଆ ମାମଲା ଆସିବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫ ଲକ୍ଷ ୧୩ ହଜାର ୫୫୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧୭,୫୧୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

କୋରୋନା ମାମଲାରେ ସାମାନ୍ୟ ହ୍ରାସ, କିନ୍ତୁ ବଢ଼ିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: Coronavirus in India: ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଦିନକରେ କୋରୋନା ମାମଲା ୪୦ ହଜାରରୁ କମ୍ ରେକର୍ଡ କରାଯାଇଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୬୨୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୦୧୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୨୦୦୬ ସଂକ୍ରମିତ ମାମଲା ହ୍ରାସ ପାଇଛି । 

ଏହାପୂର୍ବରୁ ଅଗଷ୍ଟ ୨ରେ ୩୦,୫୪୯ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଏହା ବ୍ୟତୀତ ଅଗଷ୍ଟ ୧ରେ ୪୦,୧୩୪ କୋରୋନା ମାମଲା, ଅଗଷ୍ଟ ୩ରେ ୪୨,୯୮୨,  ଅଗଷ୍ଟ ୪ରେ ୪୨,୯୮୨, ଅଗଷ୍ଟ ୫ରେ ୪୪,୬୪୩ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଶୁକ୍ରବାର କେରଳରେ କୋଭିଡର ୧୯,୯୪୮ ନୂଆ ମାମଲା ଆସିବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫ ଲକ୍ଷ ୧୩ ହଜାର ୫୫୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧୭,୫୧୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୮ ଲକ୍ଷ ୯୫ ହଜାର ୩୮୫  କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୦ ଲକ୍ଷ ୫୫ ହଜାର ୮୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ୧୫୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୭ ହଜାର ୩୭୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଋଷ; ସାମିଲ ହେବେ ପାକିସ୍ଥାନ-ଚୀନ-ଆମେରିକା, କିନ୍ତୁ ଭାରତକୁ ମିଳିନି ଆମନ୍ତ୍ରଣ

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୬ ପର୍ଯ୍ୟନ୍ତ ସାରା ଦେଶରେ ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯ ଲକ୍ଷ ୫୫ ହଜାର ୧୩୮ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୭ କୋଟି ୮୩ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୩୦ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ହଠାତ୍ ପୋଲିସ ଷ୍ଟେସନ ପହଞ୍ଚିଲେ ଗୃହମନ୍ତ୍ରୀ, ଥାନା ପ୍ରଭାରୀ ସମେତ ୩ ପୋଲିସ କର୍ମୀଙ୍କୁ କଲେ ସସପେଣ୍ଡ; କ୍ଲର୍କଙ୍କ ବିରୋଧରେ FIR