ଆଫଗାନିସ୍ତାନ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଋଷ; ସାମିଲ ହେବେ ପାକିସ୍ଥାନ-ଚୀନ-ଆମେରିକା, କିନ୍ତୁ ଭାରତକୁ ମିଳିନି ଆମନ୍ତ୍ରଣ
Advertisement
Article Detail0/zeeodisha/odisha959184

ଆଫଗାନିସ୍ତାନ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଋଷ; ସାମିଲ ହେବେ ପାକିସ୍ଥାନ-ଚୀନ-ଆମେରିକା, କିନ୍ତୁ ଭାରତକୁ ମିଳିନି ଆମନ୍ତ୍ରଣ

ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାସରେ ତାସକେଣ୍ଟରେ କହିଥିଲେ ଯେ ତାଙ୍କ ଦେଶ ଭାରତ ଓ ଅନ୍ୟାନ୍ୟ ଦେଶ ସହିତ କାମ ଜାରି ରଖିବ, ଯାହା ଆଫଗାନିସ୍ତାନର ପରିସ୍ଥିତି ଉପରେ ପ୍ରଭାବ ପକାଇପାରେ । ଏହି ମନ୍ତବ୍ୟ ପରେ ଭାରତ ଆଗାମୀ "ବିସ୍ତାରିତ ଟ୍ରାଇକା" ବୈଠକରେ ସାମିଲ ହୋଇପାରେ ବୋଲି ଅନୁମାନ କରାଯାଇଥିଲା । ବିସ୍ତାରିତ ଟ୍ରାଇକା ବୈଠକ ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ କରି ନାହିଁ । 

ଆଫଗାନିସ୍ତାନ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଋଷ; ସାମିଲ ହେବେ ପାକିସ୍ଥାନ-ଚୀନ-ଆମେରିକା, କିନ୍ତୁ ଭାରତକୁ ମିଳିନି ଆମନ୍ତ୍ରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତିକୁ ନେଇ ଋଷ (Russia) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏହି ବୈଠକରେ ପାକିସ୍ତାନ (Pakistan), ଚୀନ୍ (China) ଏବଂ ଆମେରିକା (America) ସାମିଲ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଋଷ ଏହି ବୈଠକରେ ଭାରତ (Russia) କୁ ଆମନ୍ତ୍ରଣ କରି ନାହିଁ । ଏହି ବିଷୟରେ ନଜର ରଖୁଥିବା ବ୍ୟକ୍ତିମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି ।

 ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ ବୃଦ୍ଧି ପାଉଥିବାରୁ ହିଂସାକୁ ରୋକିବା ଓ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଋଷ ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶର ସମସ୍ତ ପ୍ରମୁଖ ପକ୍ଷକାରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି । ଏହି 'ବିସ୍ତାରିତ ଟ୍ରାଇକା (Troika) ବୈଠକ' ଅଗଷ୍ଟ ୧୧ରେ କତାରରେ ଅନୁଷ୍ଠିତ ହେବ । ଏହା ଅଧୀନରେ  ମାର୍ଚ୍ଚ ୧୮ ଓ ଏପ୍ରିଲ ୩୦ରେ ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଶାନ୍ତି ଆଣିବା ଓ ଜାତୀୟ ସମନ୍ୱୟ ପ୍ରକ୍ରିୟା ପାଇଁ ସର୍ତ୍ତ ସ୍ଥିର କରିବା ପାଇଁ ଋଷ ମଧ୍ୟ 'ମସ୍କୋ ଫର୍ମାଟ୍' ଆୟୋଜନ କରୁଛି ।

ଅଧିକ ପଢ଼ନ୍ତୁ:-ହଠାତ୍ ପୋଲିସ ଷ୍ଟେସନ ପହଞ୍ଚିଲେ ଗୃହମନ୍ତ୍ରୀ, ଥାନା ପ୍ରଭାରୀ ସମେତ ୩ ପୋଲିସ କର୍ମୀଙ୍କୁ କଲେ ସସପେଣ୍ଡ; କ୍ଲର୍କଙ୍କ ବିରୋଧରେ FIR

ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାସରେ ତାସକେଣ୍ଟରେ କହିଥିଲେ ଯେ ତାଙ୍କ ଦେଶ ଭାରତ ଓ ଅନ୍ୟାନ୍ୟ ଦେଶ ସହିତ କାମ ଜାରି ରଖିବ, ଯାହା ଆଫଗାନିସ୍ତାନର ପରିସ୍ଥିତି ଉପରେ ପ୍ରଭାବ ପକାଇପାରେ । ଏହି ମନ୍ତବ୍ୟ ପରେ ଭାରତ ଆଗାମୀ "ବିସ୍ତାରିତ ଟ୍ରାଇକା" ବୈଠକରେ ସାମିଲ ହୋଇପାରେ ବୋଲି ଅନୁମାନ କରାଯାଇଥିଲା । ବିସ୍ତାରିତ ଟ୍ରାଇକା ବୈଠକ ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ କରି ନାହିଁ । 

ଏହି ସମୟରେ ଆଫଗାନିସ୍ତାନର ଭାରତରେ ଥିବା ରାଷ୍ଟ୍ରଦୂତ ଫରୀଦ ମାମୁନ୍ଦଜେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଅଗଷ୍ଟ ୬ରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ବୈଠକ କରିବାକୁ ନିଷ୍ପତ୍ତିକୁ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି । ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୁର୍ତ୍ତୀ ଘୋଷଣା କରିଛନ୍ତି ଯେ ଭାରତର ଅଧ୍ୟକ୍ଷତାରେ ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆଫଗାନିସ୍ତାନର ସ୍ଥିତି ଉପରେ ଚର୍ଚ୍ଚା କରାଯିବ ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!

ମାମୁନ୍ଦଜେ ଟ୍ୱିଟ୍ କରି କହିଛନ୍ତି ଯେ, "ଆଫଗାନିସ୍ତାନ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ଅଧିବେଶନ ଡକାଇବା ଏକ ସକରାତ୍ମକ ପଦକ୍ଷେପ । ଆତଙ୍କବାଦୀ ହିଂସା ତଥା ଅତ୍ୟାଚାର କାରଣରୁ ଆଫଗାନିସ୍ତାନରେ ଘଟିଥିବା ଦୁଃଖଦ ଘଟଣାକୁ ରୋକିବାରେ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ସମୁଦାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ। ୟୁଏନଏସସି ଅଧ୍ୟକ୍ଷ ଭାବେ ଅଗ୍ରଣୀ ଭୂମିକା ପାଇଁ ଧନ୍ୟବାଦ ଭାରତ ।"

ଅଧିକ ପଢ଼ନ୍ତୁ:-SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ