ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ
Advertisement

ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୧ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଏକାଦଶ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ପ୍ରତିଦିନ ପ୍ରାୟ ୪୦ ହଜାର ମାମଲା ସାମ୍ନାକୁ ଆସୁଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୦୮୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୯୨୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୨୩୩୭ ସଂକ୍ରମିତ ମାମଲା ହ୍ରାସ ଘଟିଛି । 

ଶନିବାର କେରଳରେ ୧୯,୪୫୧ ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ୧୦୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ୩୬,୫୧,୦୮୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି ଓ ମୋଟ ମୃତ୍ୟୁ ସଂଖ୍ୟା ୧୮,୪୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୧,୩୯,୨୨୩ ନମୁନା ପରୀକ୍ଷା କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯,୧୦୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସମୟରେ ୧,୮୦,୨୪୦ ସକ୍ରିୟ ମାମଲା ରହିଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଲକ୍ଷ ୯୨ ହଜାର ୫୭୬ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୩ ଲକ୍ଷ ୭୬ ହଜାର ୧୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୮୫ ହଜାର ୩୩୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୧ ହଜାର ୨୨୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ଅଧିକ ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ...

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୧୪ ପର୍ଯ୍ୟନ୍ତ ସାରା ଦେଶରେ ୫୩ କୋଟି ୩୮ ଲକ୍ଷ ୪୬ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩ ଲକ୍ଷ ୫୦ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୯ କୋଟି ୩୬ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯ ଲକ୍ଷ ୨୩ ହଜାର କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୧ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଏକାଦଶ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।