କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha1088397

କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା

Coronavirus in India:  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୭୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୬,୬୭୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୮,୩୫୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୯.୨୭ ପ୍ରତିଶତ ରହିଛି ।

କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ବିପଦ ଧୀରେ ଧୀରେ କମ୍ ହେବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ହ୍ରାସ ଦେଖାଦେଇଛି, କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୭୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୬,୬୭୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୮,୩୫୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୯.୨୭ ପ୍ରତିଶତ ରହିଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୫୨ ହଜାର ୭୦୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୭ ହଜାର ୦୮୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୪ ଲକ୍ଷ ୩୫ ହଜାର ୫୬୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୫୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୩ ପର୍ଯ୍ୟନ୍ତ ସାରା ଦେଶରେ ୧୬୮ କୋଟି ୪୭ ଲକ୍ଷ ୧୬ ହଜାର ୦୬୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ ଲକ୍ଷ ୫୮ ହଜାର ୭୬୦ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୩ କୋଟି ୫୮ ଲକ୍ଷ ୪ ହଜାର ୨୮୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୧୧ ହଜାର ୬୬୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ କମ୍ ରହିଛି ।

ଏହା ବି ପଢ଼ନ୍ତୁ:-ଏହି ସବୁ ରାଜ୍ୟରେ ଖୋଲି ସାରିଛି ସ୍କୁଲ, କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍, ଛାତ୍ରଙ୍କୁ ମିଳିବ ଅନଲାଇନ୍ କ୍ଲାସର ବିକଳ୍ପ

ଏହା ବି ପଢ଼ନ୍ତୁ:-ଚନ୍ନିଙ୍କ ବଢ଼ିଲା ଅସୁବିଧା, ଜାଣନ୍ତୁ କାହିଁକି?

ଏହା ବି ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ

ଏହା ବି ପଢ଼ନ୍ତୁ:-SBI ର କୋଟି କୋଟି ଗ୍ରାହକଙ୍କ ପାଇଁ ଜରୁରୀ ଖବର! ବଦଳି ଯାଇଛି ଟଙ୍କା ସହ ଜଡ଼ିତ ଏହି ନିୟମ, ତୁରନ୍ତ ଚେକ୍ କରନ୍ତୁ ଡିଟେଲ୍

ଏହା ବି ପଢ଼ନ୍ତୁ:-ଅନୁଷ୍କା ଶର୍ମା ଏହି ଫିଲ୍ମରେ କରିଥିଲେ ଅନେକ ଲିପଲକ୍, ଅନ୍ତରଙ୍ଗ ସିନ୍ ଦେଇ ବଢ଼ାଇ ଦେଇଥିଲେ ପାରା!