ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ଚିହ୍ନଟ ହେଲା ପ୍ରାୟ ୨ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha1069434

ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ଚିହ୍ନଟ ହେଲା ପ୍ରାୟ ୨ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୩ ଲକ୍ଷ ୧୭ ହଜାର ୯୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି ।

ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ଚିହ୍ନଟ ହେଲା ପ୍ରାୟ ୨ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଙ୍କଟ ଲଗାତର ବଢ଼ିବାରେ ଲାଗିଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୫,୪୮୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୪୭ ହଜାର ୪୧୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୦ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୪,୮୨୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୬୨,୨୧୨ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି । 

ଏହା ବି ପଢ଼ନ୍ତୁ:-ଶେଷ ହୋଇପାରେ କୋରୋନା, କିନ୍ତୁ କରିବାକୁ ହେବ ଏହି ୨ଟି କାମ; WHO ମୁଖ୍ୟ କହିଲେ କିପରି ହେବ ମହାମାରୀର ଅନ୍ତ

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୩ ଲକ୍ଷ ୧୭ ହଜାର ୯୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୭ ଲକ୍ଷ ୧୫ ହଜାର ୩୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୧ ଲକ୍ଷ ୧୭ ହଜାର ୫୩୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୫ ହଜାର ୩୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୨ ପର୍ଯ୍ୟନ୍ତ ସାରା ଦେଶରେ ୧୫୪ କୋଟି ୬୧ ଲକ୍ଷ ୩୯ ହଜାର ୪୬୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬ ଲକ୍ଷ ୩୨ ହଜାର ୦୨୪ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୯ କୋଟି ୭୩ ଲକ୍ଷ ୧୧ ହଜାର ୬୨୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୮୬ ହଜାର ୯୩୫ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୩ ପ୍ରତିଶତରୁ ଅଧିକ ରହିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ୫,୪୮୮ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାବେଳେ ୨୧୬୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏହି ଭାରିଆଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି ।