ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ସୋମବାର ୩,୨୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ଲଗାତର ହ୍ରାସ ଘଟିବାରେ ଲାଗିଛି । ସେହିପରି ମୃତ୍ୟୁ ମାମଲା ମଧ୍ୟ ହ୍ରାସ ରେକର୍ଡ କରାଯାଉଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୮୨୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୦ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୦୦୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩୪୦୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ସୋମବାର ୩,୨୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୧ ଲକ୍ଷ ୬୯ ହଜାର ୧୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୮ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୧,୭୬୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୩୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୦,୮୬,୦୪୪ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୪୦,୭୩୦ କୋରୋନାର ସକ୍ରିୟ ମାମଲା ରହିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୬ ଲକ୍ଷ ୪୮ ହଜାର ୩୮୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୪୦ ଲକ୍ଷ ୭୯ ହଜାର ୬୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୯୫ ହଜାର ୦୧୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୭୩ ହଜାର ୭୫୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଡିସେମ୍ୱର ୬ ପର୍ଯ୍ୟନ୍ତ ସାରା ଦେଶରେ ୧୨୮ କୋଟି ୭୬ ଲକ୍ଷ ୧୦ ହଜାର ୫୯୦ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯ ଲକ୍ଷ ୩୯ ହଜାର ୦୩୮ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୪ କୋଟି ୯୪ ଲକ୍ଷ ୪୭ ହଜାର ୦୧୪ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୭୯ ହଜାର ୩୮୪ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।
ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନକୁ ନେଇ ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ବଡ଼ ବୈଠକ, କଂଗ୍ରେସ ଶିବିରରୁ ଆସିଲା ଏହି ଖବର
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ୩୦୦ ଦିନର Earned Leave! ଜାଣନ୍ତୁ କେବେଠୁ ହେବ ଲାଗୁ
ଏହା ବି ପଢ଼ନ୍ତୁ:-ଯଦି ଆପଣ ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି, ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପ୍ରକ୍ରିୟା...
ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଅନେକ ଦିଗଜଙ୍କ କଟିବ ପତା! ସଙ୍କେତ ଦେଲେ କୋଚ୍ ଦ୍ରାବିଡ
ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ୁଥିବା ବେଳେ ପୁରୁଷଙ୍କୁ ଲାଗିପାରେ ଏପରି ଆଘାତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ