କେନ୍ଦ୍ର ସରକାର (Central Govt) ନୂତନ କୋଭିଡ-19 (COVID-19) ର ଦୈନିକ ସକ୍ରିୟ ମାମଲାର ରିପୋର୍ଟିଂ କରୁଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।
Trending Photos
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଲଗାତର କୋରୋନା (Coronavirus) ମାମଲା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର (Maharashtra) ଓ ପଞ୍ଜାବ (Punjab) ପରେ ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟରେ କୋରୋନା ମାମଲାରେ ବୃଦ୍ଧି ଦେଖାଦେଇଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ତାମିଲନାଡୁ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣାରେ ଦୈନିକ ନୂଆ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ରାଜ୍ୟଗୁଡିକର ସରକାର ମଧ୍ୟ ସତର୍କ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!
କେନ୍ଦ୍ର ସରକାର (Central Govt) ନୂତନ କୋଭିଡ-19 (COVID-19) ର ଦୈନିକ ସକ୍ରିୟ ମାମଲାର ରିପୋର୍ଟିଂ କରୁଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଏଥିସହ ମହାରାଷ୍ଟ୍ର ଓ ପଞ୍ଜାବରେ କେନ୍ଦ୍ର ଉଚ୍ଚ ସ୍ତରୀୟ ଦଳ ନିଯୁକ୍ତ କରିଛନ୍ତି, ଯେଉଁଠାରେ ପ୍ରତିଦିନ ନୂଆ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି ।
ଅଧିକ ପଢ଼ନ୍ତୁ:-ଏବେ ଶ୍ରୀଲଙ୍କାରେ ବି ଗଠନ ହୋଇସାରିଛି ଶ୍ରୀଲଙ୍କା ଭାରତୀୟ ଜନତା ପାର୍ଟି!
ସୋମବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮,୫୯୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ମୋଟ କୋରୋନା ପଜିଟିଭ ମାମଲା ୧,୧୨,୨୯,୩୯୮ରେ ପହଞ୍ଚିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୯୭ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭,୮୫୩କୁ ବୃଦ୍ଧି ପାଇଛି । ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୧,୮୮,୭୪୭ରେ ପହଞ୍ଚିଛି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ଯାଏ ୧,୦୮,୮୨,୭୯୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ ୨,୦୯,୮୯,୦୧୦ ଲୋକଙ୍କୁ କୋରୋନା ଭୂତାଣୁ ଟିକା (Coronavirus Vaccine) ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ସଙ୍କଟରେ ହରିୟାଣାର ବିଜେପି ସରକାର, ଅନାସ୍ଥା ପ୍ରସ୍ତାବ ଜିତିପାରିବେ କି ଖଟ୍ଟର?
ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋରୋନା ରୋଗୀଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ମହାରାଷ୍ଟ୍ରରେ ୧୧ ହଜାର ୧୪୧ କୋରୋନା ମାମଲା ଚିହ୍ନଟ ହୋଇଛି । ଅକ୍ଟୋବର ୧୬ ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ଏହାପୂର୍ବରୁ କ୍ରମାଗତ ଦୁଇ ଦିନ ରାଜ୍ୟରେ ୧୦ ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଥିବା ଜଣାଯାଇଛି । କୋରୋନା କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ମହାରାଷ୍ଟ୍ରରେ ୧୦,୧୮୭ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ କେରଳରେ ୨,୭୯୧ ନୂଆ ମାମଲା ଏବଂ ପଞ୍ଜାବରେ ୧,୧୫୯ ମାମଲା ଚିହ୍ନଟ ହୋଇଛି ।