Coronavirus: ଓଡ଼ିଶା-ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କୋରୋନା ସ୍ଥିତି ଭଲ ନୁହେଁ
Advertisement
Article Detail0/zeeodisha/odisha861657

Coronavirus: ଓଡ଼ିଶା-ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କୋରୋନା ସ୍ଥିତି ଭଲ ନୁହେଁ

Coronavirus: ମାର୍ଚ୍ଚ ୬ ଅର୍ଥାତ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ବୈଠକରେ ଯେତେବେଳେ ଏହି ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ ଆକଳନ କରାଯାଇଥିଲା, ସେତେବେଳେ ସରକାର ଏହି ଜିଲ୍ଲା ପ୍ରତି ଧ୍ୟାନ ଦେଉ ନ ଥିବା ଦେଖିବାକୁ ମିଳିଥିଲା । ଏଠାରେ ଅନୁସନ୍ଧାନ ସହିତ ଆରଟିଓ-ପିସିଆର (RTO/PCR) ଯାଞ୍ଚକୁ ନେଇ ମଧ୍ୟ ସରକାର/ ଜିଲ୍ଲା ପ୍ରଶାସନର ଧ୍ୟାନ କମ୍ ହୋଇଛି । 

Coronavirus: ଓଡ଼ିଶା-ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କୋରୋନା ସ୍ଥିତି ଭଲ ନୁହେଁ

ନୂଆଦିଲ୍ଲୀ: Coronavirus: ଦେଶରେ ପୁଣି କୋରୋନା ଭୂତାଣୁ (Coronavirus) ର ଆତଙ୍କ ଦେଖାଦେଇଛି । ବିଗତ କିଛି ଦିନ ଧରି ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର (Maharashtra) ଓ କେରଳ (Kerala) ସମେତ ଦେଶର ପାଞ୍ଚଟି ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଉଛି । କିନ୍ତୁ ଓଡ଼ିଶା (Odisha), ଉତ୍ତରପ୍ରଦେଶ (Uttar Pradesh) ଏବଂ ହିମାଚଳ ପ୍ରଦେଶ (Himachal Pradesh) ସମେତ ଆଠଟି ରାଜ୍ୟର ୬୩ଟି ଜିଲ୍ଲାରେ ସ୍ଥିତି ଭଲ ନୁହେଁ ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର

ମାର୍ଚ୍ଚ ୬ ଅର୍ଥାତ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ବୈଠକରେ ଯେତେବେଳେ ଏହି ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ ଆକଳନ କରାଯାଇଥିଲା, ସେତେବେଳେ ସରକାର ଏହି ଜିଲ୍ଲା ପ୍ରତି ଧ୍ୟାନ ଦେଉ ନ ଥିବା ଦେଖିବାକୁ ମିଳିଥିଲା । ଏଠାରେ ଅନୁସନ୍ଧାନ ସହିତ ଆରଟିଓ-ପିସିଆର (RTO/PCR) ଯାଞ୍ଚକୁ ନେଇ ମଧ୍ୟ ସରକାର/ ଜିଲ୍ଲା ପ୍ରଶାସନର ଧ୍ୟାନ କମ୍ ହୋଇଛି । ଏହି ସୂଚନା ସାମ୍ନାକୁ ଆସିବା ପରେ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗତ ଏକ ମାସ ଧରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ଏହି ରାଜ୍ୟମାନଙ୍କୁ ଚିଠି ଲେଖି ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲା ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!

ପ୍ରକୃତରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପାଲ ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଓଡିଶା, ଗୋଆ, ଚଣ୍ଡିଗଡ଼, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ସଚିବ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ଏହା ଜଣାପଡିଛି ଯେ ଏହି ରାଜ୍ୟଗୁଡିକର ୬୩ଟି ଜିଲ୍ଲାରେ କୋରୋନା ଭୂତାଣୁ (COVID-19) କୁ ନେଇ ପରିସ୍ଥିତି ଭଲ ନୁହେଁ । ସୂଚନାଯୋଗ୍ୟ ଯେ ଦେଶର ରାଜଧାନୀ ଦିଲ୍ଲୀର ମୋଟ ୧୧ଟି ଜିଲ୍ଲା ରହିଛି ଏବଂ ନଅଟି ଜିଲ୍ଲାରେ କୋରୋନାର ବର୍ତ୍ତମାନ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

ସେହିଭଳି ହରିୟାଣାର ୧୫, ଆନ୍ଧ୍ରପ୍ରଦେଶ-ଓଡିଶାର ୧୦-୧୦, ହିମାଚଳ ପ୍ରଦେଶର ୯, ଉତ୍ତରପ୍ରଦେଶର ୭, ଗୋଆରେ ୨ ଏବଂ ଚଣ୍ଡିଗଡ଼ର ଗୋଟିଏ ଜିଲ୍ଲାରେ କୋରୋନା ଭୂତାଣୁ ଯାଞ୍ଚରେ କମି ଦେଖିବାକୁ ମିଳିଛି । ଆରଟିଓ PCR ଯାଞ୍ଚକୁ ନେଇ ଏହି ଜିଲ୍ଲାଗୁଡ଼ିକରେ ପ୍ରଶାସନିକ ସ୍ତରରେ ମଧ୍ୟ ମନ୍ଥରତା କରାଯାଉଛି ।
ଦେଶରେ କୋରୋନା ଭୂତାଣୁ ମାମଲା ବୃଦ୍ଧି ପାଇବା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଆହୁରି ମଧ୍ୟ, ଏହି ଜିଲ୍ଲାଗୁଡ଼ିକରେ କୋରୋନାର ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ପରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯାଇନାହିଁ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ବୈଠକରେ ଉପସ୍ଥିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସଂକ୍ରମଣକୁ ନେଇ ସବୁଠାରୁ ବଡ ଆହ୍ୱାନ ପାହାଡ ଅଞ୍ଚଳ ପାଇଁ ରହିଛି । ବିଗତ କିଛି ସମୟ ଧରି ଏହି ଅଞ୍ଚଳରେ ଅନ୍ୟ ରାଜ୍ୟରୁ ପର୍ଯ୍ୟଟନ ଯାତାୟାତ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ସମୟରେ ହଜାର ହଜାର ଲୋକ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ଯଦି ସାମାନ୍ୟ ଅବହେଳା ପ୍ରଶାସନିକ କିମ୍ବା ସରକାରୀ ସ୍ତରରେ କରାଯାଏ, ତେବେ ଅନେକ ସମସ୍ୟା ଦେଖାଦେଇପାରେ ।

ଏହି ବୈଠକରେ ଅଧିକାରୀମାନେ କହିଛନ୍ତି ଯେ, ଏହି ଜିଲ୍ଲାଗୁଡ଼ିକ କୋରୋନା ଭତାଣୁ ବିସ୍ଫୋରଣଠାରୁ କମ୍ ନୁହଁନ୍ତି । ସଂକ୍ରମଣର ଆଶଙ୍କା ଅଧିକ ଥାଏ । ଏହାର ସିଧା କ୍ଷତି ପଡୋଶୀ ରାଜ୍ୟକୁ ହୋଇପାରେ । ଏହି ସମସ୍ତ ଜିଲ୍ଲା ଏକତ୍ର ଏକ ବଡ଼ ସମସ୍ୟା ସୃଷ୍ଟି କରିପାରନ୍ତି । ସେଥିପାଇଁ ତୁରନ୍ତ ଜିଲ୍ଲା ସ୍ତରରେ ତଦାରଖ ବୃଦ୍ଧି କରିବାକୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ଦିଆଯାଇଛି ।